Categories: କ୍ରୀଡା

ବିଶ୍ୱ କପ୍‌ ଆଉ ୫ ଦିନ : ଜାଣନ୍ତୁ ଟୁର୍ଣ୍ଣାମେଣ୍ଟର ଏହି ୧୦ ରେକର୍ଡ ବିଷୟରେ

ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବ ଆସନ୍ତା ୩୦ ତାରିଖରେ । ଇଂଲଣ୍ଡ ଓ େଓ୍ଵଲ୍ସରେ ଆୟୋଜିତ ହେଉଥିବା ଏହି କ୍ରିକେଟ୍‌ ମହାକୁମ୍ଭରେ ଯୋଗ ଦେବା ଲାଗି ସବୁ ଦଳ ଇଂଲଣ୍ଡରେ ପହଞ୍ଚି ସାରିଲେଣି । ମୋଟ୍‌ ୧୦ଟି ଟିମ୍ ବିଶ୍ୱକପ୍‌ ପାଇଁ ଦମ୍ ଦେଖାଇବେ। ଆସନ୍ତୁ ଜାଣିବା ଏହି ବିଶ୍ୱକପ୍‌ ସମ୍ପର୍କରେ ୧୦ଟି ରେକର୍ଡ ସମ୍ପର୍କରେ ।

୧-ଅଷ୍ଟ୍ରେଲିଆ ଏ ପର୍ଯ୍ୟନ୍ତ ସର୍ବାଧିକ ପାଞ୍ଚ ଥର ବିଶ୍ୱ କପ୍‌ ଜିତି ରେକର୍ଡ ସୃଷ୍ଟି କରିଛି। ୧୯୮୭, ୧୯୯୯, ୨୦୦୩, ୨୦୦୭ ଏବଂ ୨୦୧୫ରେ ବିଶ୍ୱ ବିଜୟୀ ହୋଇଛି କଙ୍ଗାରୁ ଦଳ । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଦୁଇ ଦୁଇ ଥର ଏବଂ ଶ୍ରୀଲଙ୍କା ଓ ପାକିସ୍ତାନ ଥରେ ଲେଖାଏଁ ବାଜି ମାରିଛନ୍ତି।

୨-୨୦୦୩ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଟିମ୍‌ କାନାଡ଼ାକୁ ଏକ ଲିଗ ମ୍ୟାଚରେ ମାତ୍ର ୩୬ ରନରେ ଅଲ୍‌ଆଉଟ୍‌ କରି ଦେଇଥିଲା । ଯାହା ଟୁର୍ଣ୍ଣାମେଣ୍ଟର ଏବେ ପର୍ଯ୍ୟନ୍ତ ସବୁଠାରୁ କମ୍ ସ୍କୋର ହୋଇ ରହିଛି ।

୩-ସଚିନ ତେନ୍ଦୁଲକର ୱାର୍ଲ୍ଡ କପରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟ୍ସ ମ୍ୟାନ୍ ଅଟନ୍ତି। ସେ ୪୫ ମ୍ୟାଚରେ ୨୨୭୮ ରନ୍ କରିଛନ୍ତି। ଯେଉଁଥିରେ ରହିଛି ୬ଟି ଶତକ ସାମିଲ ଅଛି। ସେହିଭଳି ସଚିନ ଗୋଟିଏ ୱାର୍ଲ୍ଡ କପରେ ସବୁଠୁ ଅଧିକ ରନ୍ କରିବାର ରେକର୍ଡ ମଧ୍ୟ କରିଛନ୍ତି। ସେ ୨୦୦୩ ୱାର୍ଲ୍ଡ କପରେ ୬୭୩ ରନ୍ ବନାଇଥିଲେ।

୪-ଅଷ୍ଟ୍ରେଲିଆର ରିକି ପଣ୍ଟିଂର ବିଶ୍ୱକପ୍‌ରେ ସର୍ବାଧିକ ମ୍ୟାଚ୍ ଖେଳିଥିବା ଖେଳାଳି । ସେ ୪୬ଟି ମ୍ୟାଚ୍ ଖେଳିଛନ୍ତି। ୪୫ ମ୍ୟାଚ ସହିତ ଭାରତର ସଚିନ ତେନ୍ଦୁଲକର ଦ୍ବିତୀୟ ନମ୍ବରରେ ଅଛନ୍ତି। ଅଧିନାୟକ ଭାବେ ପଣ୍ଟିଂ ସର୍ବାଧିକ ୨୯ଟି ମ୍ୟାଚ୍ ଖେଳିଛନ୍ତି। ଯାହା ଏକ ରେକର୍ଡ ।

୫-ଶ୍ରୀଲଙ୍କାର ଓ୍ଵିକେଟ୍‌ କିପର/ବ୍ୟାଟ୍‌ସମ୍ୟାନ୍‌ କୁମାର ସଙ୍ଗାକାରା ୨୦୧୫ ବିଶ୍ୱକପ୍‌ରେ ଚାରିଟି ଶତକ କରିଥିଲେ। ଯାହା ଯେକୌଣସି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ବ୍ୟକ୍ତିଗତ ଶତକ । ସଙ୍ଗାକାରା ବାଂଲାଦେଶ ( ଅପରାଜିତ ୧୦୫), ଇଂଲଣ୍ଡ (ଅପରାଜିତ ୧୧୭), ଅଷ୍ଟ୍ରେଲିଆ (୧୦୪) ଏବଂ ସ୍କଟଲ୍ୟାଣ୍ଡ (୧୨୪) ବିପକ୍ଷରେ ସେ ଏହି ଶତକ ହାସଲ କରିଥିଲେ।

୬-ଅଷ୍ଟ୍ରେଲିଆ ଟିମ ୨୦୧୫ ୱାର୍ଲ୍ଡ କପ୍‌ରେ ଆଫଗାନିସ୍ତାନ ବିପକ୍ଷରେ ୬ ଓ୍ଵିକେଟ୍‌ରେ ୪୧୭ ରନ୍‌ ସ୍କୋର କରିଥିଲା। ଏହା ହେଉଛି ବିଶ୍ୱକପ୍‌ର ସର୍ବାଧିକ ଦଳୀୟ ସ୍କୋର ।

୭-ବିଶ୍ୱକପ୍‌ର ସଫଳ ବୋଲର୍‌ ହେଛନ୍ତି ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରା । ସେ ୧୯୯୯, ୨୦୦୩ ଏବଂ ୨୦୦୭ ବିଶ୍ୱକପ୍‌ରେ ଭାଗ ନେଇ ୩୯ଟି ମ୍ୟାଚ୍‌ରେ ୭୧ଟି ଓ୍ଵିକେଟ୍‌ ଦଖଲ କରିଥିଲେ।

୮-ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ଟିଲ ୨୦୧୫ ୱାର୍ଲ୍ଡ କପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅପରାଜିତ ୨୩୭ ରନ୍‌ କରିଥିଲେ । ଯାହା ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ର ରେକର୍ଡ଼ । ଅବଶ୍ୟ ଏହି ଟୁର୍ଣ୍ଣାମେଣ୍ଟରେ େଓ୍ଵଷ୍ଟଇଣ୍ଡିଜ୍‌ର କ୍ରିସ ଗେଲ୍‌ ଜିମ୍ବାୱେ ବିପକ୍ଷରେ ୨୧୫ ରନ୍‌ କରିଥିଲେ। ଯାହା ଏହି ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା।

୯-ଅଷ୍ଟ୍ରେଲିଆର ମହାନ୍‌ ବୋଲର ଗ୍ଲେନ ମ୍ୟାକ୍‌ଗ୍ରା ୨୦୦୩ ବିଶ୍ୱକପ୍‌ରେ ନାମିବ୍ୟା ବିପକ୍ଷରେ ୧୫ ରନ୍‌ ଦେଇ ୭ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ଏହା ହେଉଛି ବିଶ୍ୱ କପ୍‌ ଇତିହାସରେ ସର୍ବାଧିକ ଓ୍ଵିକେଟ୍‌ ନେବାର ରେକର୍ଡ଼ । ଯାହା ଏବେବି ଅତୁଟ ରହିଛି ।

୧୦-ବିଶ୍ୱ କପ୍‌ର ସବୁଠାରୁ ସଫଳ ଓ୍ଵିକେଟ୍‌ କିପର ହେଉଛନ୍ତି ଶ୍ରୀଲଙ୍କାର କୁମାର ସଙ୍ଗାକାରା । ସେ ସେ ୨୦୦୩, ୨୦୦୭, ୨୦୧୧ ଏବଂ ୨୦୧୫ ୱାର୍ଲ୍ଡ କପରେ ଭାଗ ନେଇ ୱିକେଟ ପଛରେ ମୋଟ୍‌ ୫୪ଟି ଶିକାର କରିଛନ୍ତି । ଏଥିରେ ୪୧ଟି କ୍ୟାଚ୍‌ ଓ ୧୩ଟି ଷ୍ଟମ୍ପିଂ ରହିଛି ।

Pritiparna

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

7 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

8 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

9 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

9 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

10 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

11 hours ago