କ୍ରୀଡା

ଜନ୍ମଦିନରେ ହିଟ୍ ମ୍ଯାନ୍ ରୋହିତ ଶର୍ମାଙ୍କୁ ଷ୍ଟାଡିୟମରେ ଏମିତି ସରପ୍ରାଇଜ୍ ଦେଲେ ଝିଅ

ବାପା, ଏହା ଏମିତି ଏକ ଶବ୍ଦ ଯାହାର ଉଚ୍ଚରଣରେ ମନକୁ ସାହସ ଆଉ ଶାନ୍ତି ମିଳେ। ଆଉ ଗୋଟେ ସନ୍ତାନ ପାଇଁ ତା ବାପାର ଗୁରୁତ୍ବ ଯେ କେତେ ତାହା କହିବାର ଆବଶ୍ଯକତା ନାହିଁ। ତେବେ ଗୋଟେ ବାପା ଓ ଝିଅ ମଧ୍ୟରେ ଥିବା ବନ୍ଧନ ହେଉଛି ସବୁଠୁ ପବିତ୍ର ପ୍ରେମର ସମ୍ପର୍କ। ଏ ବିଷୟରେ ସଭିଏଁ ସହମତି ହେବେ। ଆଜି ଏମିତି ଏକ କୁନି ଝିଅ ବିଷୟରେ ଜଣାଇବୁ ଯିଏ ନିଜ ବାପାଙ୍କ ପାଇଁ ଏକ କାର୍ଡ ତିଆରି କରି ଏବେ ଚର୍ଚ୍ଚାରେ।

କୁନି ଝିଅଟି ହେଉଛନ୍ତି ରୋହିତ ଶର୍ମାଙ୍କ ଝିଅ। ଯିଏ ନିଜ ବାପାଙ୍କ ଜନ୍ମଦିନରେ ତାଙ୍କୁ ଆଶ୍ଚର୍ଯ୍ୟ କରିବା ଏଭଳି ଏକ କାର୍ଡ ତିଆରି କରିଥିଲେ। କ୍ରିକେଟର ରୋହିତ ଶର୍ମା ଗତ ଏପ୍ରିଲ ୩୦ତାରିଖରେ ନିଜ ଜନ୍ମଦିନ ପାଳନ କରିଥିଲେ ଏବଂ ତାଙ୍କୁ ଅଭିବାଦନ ଜଣାଇବା ପାଇଁ ତାଙ୍କ ଝିଅ ସମାଇରା ଏକ କାର୍ଡ ତିଆରି କରିଥିଲେ। ବର୍ତ୍ତମାନ ଏହି କାର୍ଡଟି ଭାଇରାଲ ହେବାରେ ଲାଗିଛି। ଯାହାକୁ ସବୁ ବେଶ୍ ପସନ୍ଦ କରୁଛନ୍ତି।

ଭିଡିଓକୁ ରୋହିତଙ୍କ ପତ୍ନୀ ରିତିକା ସାଜଦେହ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି କ୍ଲିପ୍‌ରେ ସମାଇରା ତାଙ୍କ ବାପାଙ୍କ ପାଇଁ “ଜନ୍ମଦିନର ଶୁଭେଚ୍ଛା” ଲେଖିବା ସହ କାର୍ଡଟିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚେଷ୍ଟା କରୁଥିବାର ଦେଖିବାକୁ ମିଳୁଛି। ସେ ଏହି କାର୍ଡଟିକୁ ତିଆରି କରିବା ପାଇଁ ଖୁବ୍ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି। ସେ ବିଭିନ୍ନ ଭେରାଇଟିର ଷ୍ଟିକର ଲଗାଇ ଗ୍ରୀଟିଙ୍ଗ କାର୍ଡକୁ ରଙ୍ଗ ଦେଇଥିଲେ। ଯେପରି କାର୍ଡଟି ଖୁବ୍ ସୁନ୍ଦର ଦେଖାଯିବ। ଏଥିରେ ମା ରିତିକା ମଧ୍ଯ ଝିଅଙ୍କୁ ସାହାର୍ଯ୍ଯ କରିଥିଲେ।

ରବିବାର ୱାନକେଡେ ଷ୍ଟାଡିୟମରେ ରୋହିତ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳୁଥିବାବେଳେ ସମାଇରାଙ୍କୁ ଏହି କାର୍ଡ ଧରିଥିବାର ଦେଖିବାକୁ ମିଳିଥିଲା।
ବଡ କାର୍ଡଟିର କ୍ୟାପସନ୍ ରେ ଲେଖାଥିଲା ଯେ, ହାପି ବାର୍ଥ ଡେ ଡାଡା। ଜନ୍ମଦିନର ବହୁତ ସାରା ଶୁଭେଚ୍ଛା। ଯାହାର ଭିଡିଓଟି ସେୟାର ହେବା ପରେ ଏହାକୁ ପାଖାପାଖି ୩ ମିଲିୟନରୁ ଅଧିକ ଭ୍ୟୁ ମିଳିସାରିଲାଣି।

ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମନ୍ତବ୍ୟ ବିଭାଗରେ ସମାଇରାଙ୍କ ପ୍ରୟାସକୁ ପ୍ରଶଂସା କରିବା ସହିତ କାର୍ଡଟି ମଧ୍ଯ ଖୁବ୍ ସୁନ୍ଦର ହୋଇଥିବା କ।ମେଣ୍ଟ କରିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, “ଓ୍ୱା, ଏହା ବହୁତ ସୁନ୍ଦର” । ସେହିଭଳି ଅନ୍ଯ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, ମୁଁ ଆଜିଯାଏ ଦେଖିଥିବା ଭିଡିଓ ମାନଙ୍କ ଭିତରେ ଏହା ହେଉଛି ସବୁଠାରୁ କ୍ଯୁଟ୍ ଭିଡିଓ। ସେହିଭଳି ଅନ୍ଯ ଜଣେ ଉପଭୋକ୍ତା ଲେଖିଛନ୍ତି ହିଟ୍ ମ୍ଯାନ୍ ଙ୍କ ଫ୍ଯାନ୍ସ ଏହି ଭିଡିଟିକୁ ଲାଇକ୍ କର। ସେହିଭଳି ଆଉ କିଛି ଉପଭୋକ୍ତା ଲେଖିଛନ୍ତି ଏହା ଖୁବ୍ ସୁନ୍ଦର ହେଇଛି ସାମି।

Sonalisa

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

9 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

11 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

24 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

25 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago