ଦେଶ ବିଦେଶ

ଅତିକ୍‌ଙ୍କ ହତ୍ୟା ପରେ ପ୍ରୟାଗରାଜରେ ପ୍ରଥମ ଥର ଗର୍ଜିଲେ ଯୋଗୀ ଆଦିତ୍ୟନାଥ, କହିଲେ, ‘ସମସ୍ତଙ୍କ ହିସାବ ବରାବର’

ଉତ୍ତର ପ୍ରଦେଶରେ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଚାରର ଆଜି ରହିଛି ଶେଷ ଦିନ। ଶେଷ ଦିନରେ ନିର୍ବାଚନୀ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ ପହଞ୍ଚିଥିଲେ। ଅତିକ୍‌ ଅହମ୍ମଦଙ୍କ ହତ୍ୟା ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଏଠାରେ ପହଞ୍ଚି ଖୁବ୍‌ ଗର୍ଜିଥିଲେ। ଏହି ସମୟରେ ସେ ଅତିକ୍‌ ଅହମ୍ମଦଙ୍କ ନାମ ନ ନେଇ ମାଫିଆଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ।

ସିଏମ୍ ଯୋଗୀ ଜନସଭାକୁ ସମ୍ବୋଧିତ କରି କହିଥିଲେ ଯେ ‘ପ୍ରୟାଗରାଜକୁ ପାପର ଶିକାର କରାଯାଇଥିଲା, ଏହି ପ୍ରକୃତି ସମସ୍ତଙ୍କ ହିସାବ ବରାବର କରି ରଖିଦିଏ। କିନ୍ତୁ ପ୍ରୟାଗରାଜ ନ୍ୟାୟର ଧରିତ୍ରୀ। ଯିଏ ଯେମିତି କରିବ, ସେମିତି ଭୋଗିବ’। ଯୋଗୀ ଆହୁରି କହିଥିଲେ କି, ‘ପିଏମ୍‌ଙ୍କ ନେତୃତ୍ୱରେ ଭାରତର ପ୍ରତିଷ୍ଠା ବଢ଼ିଛି। ଗଣତନ୍ତ୍ରରେ ରାଜା ହେଉ କି ପ୍ରଜା, ସମସ୍ତଙ୍କର ଭୋଟ୍ ଦେବାର ସମାନ ଅଧିକାର ରହିଛି। ଆଜି ଭାରତର ଏକ ସମ୍ମାନ ରହିଛି, ସାରା ବିଶ୍ୱରେ ଭାରତ ପ୍ରତି ଲୋକଙ୍କ ମନୋଭାବ ବଦଳିଛି’।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆଜି ଆମ ସହର ସୁରକ୍ଷିତ ସହରରେ ପରିଣତ ହେଉଛି। ଆଜି ଯୁବକମାନଙ୍କ ହାତରେ ପିସ୍ତଲ ନାହିଁ କାରଣ, ସେମାନେ ପିସ୍ତଲର ଖରାପ ପ୍ରଭାବ ଜାଣିଛନ୍ତି। ଆଜି ସେମାନଙ୍କ ହାତରେ ଟାବଲେଟ୍ ଅଛି ଏବଂ ଏହି ଟାବଲେଟ୍ ସେମାନଙ୍କ ପ୍ରତିଭାକୁ ଟେକ୍ନୋଲୋଜି ସହ ଯୋଡ଼ୁଛି’।

ଏହାସହ ଯୋଗୀ ଆଦିତ୍ୟନାଥ ଆହୁରି କହିଥିଲେ ଯେ ‘ଆମେ ମାଫିଆଙ୍କ ବେଆଇନ ସମ୍ପତ୍ତି ଜବତ କରି ଗରିବ ଲୋକଙ୍କୁ ଘର ଯୋଗାଇଦେବା। ୨୦୧୭ ପୂର୍ବରୁ ୟୁପିରେ ପର୍ବକୁ ଭୟ ଓ ଆତଙ୍କ ଭିତରେ ପାଳନ କରାଯାଉଥିଲା, କିନ୍ତୁ ଆଜି ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ସମସ୍ତେ ଜାଣନ୍ତି ପିସ୍ତଲର ମୂଲ୍ୟ କ’ଣ। କିଛି ଲୋକ ପ୍ରୟାଗରାଜ ସହ ଅନ୍ୟାୟ କରିଛନ୍ତି’।

Roshni

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

15 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

16 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

20 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

43 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

50 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

57 mins ago