Categories: କ୍ରୀଡା

ଆଇପିଏଲ୍‌ : ପୁଣି ଚେନ୍ନାଇର ସୁପର ପର୍ଫମାନ୍ସ, ନାଇଟ୍‌ ରାଇଡର୍ସକୁ ୫ ଓ୍ଵିକେଟ୍‌ରେ ମାତ୍‌ ଦେଲା

କୋଲକାତା : କୋଲକାତା ନାଇଟ୍‌ ରାଇଡର୍ସକୁ ୫ ଓ୍ଵିକେଟ୍‌ରେ ହରାଇ ଚଳିତ ଆଇପିଏଲ୍‌ରେ ସପ୍ତମ ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ । ଆଜି ଏଠାରେ ଖେଳା ଯାଇଥିବା ୨୯ତମ ମ୍ୟାଚ୍‌ରେ ସୁରେଶ ରାଇନାଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ବିଜୟୀ ହୋଇଛି । ଏହା ସହିତ ମୋଟ୍‌ ୧୪ ପଏଣ୍ଟ ହାସଲ କରି ତାଲିକା ଶୀର୍ଷ ସ୍ଥାନ ବଜାୟ ରଖିଛି ।
ଟସ୍‌ ଜିତି ଚେନ୍ନାଇ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରଥମେ କେକେଆରକୁ ବ୍ୟାଟିଂ ଦେଇଥିଲେ । ଘରୋଇ ଦଳ ପକ୍ଷରୁ ଓପ୍ନର କ୍ରିସ୍‌ ଲିୟନ୍‌ଙ୍କ ୫୧ ବଲ୍‌ରୁ ୮୨ ରନ୍‌ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ୍‌ ଭଲ ଯୋଗଦାନ କରି ପାରି ନଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୮ ଓ୍ଵିକେଟ୍‌ ହରାଇ ୧୬୧ ରନ୍‌ କରିଥିଲା । ଚେନ୍ନାଇ ପକ୍ଷରୁ ଇମ୍ରାନ୍‌ ତାହିର ୨୭ ରନ୍‌ରେ ୪ଟି ଏବଂ ଠାକୁର ୨ଟି ଓ୍ଵିକେଟ୍‌ ନେଇଥିଲେ ।
ପରେ ରାଇନା ଅପରାଜିତ ୫୮ ରନ୍‌ କରି ଓ୍ଵିକେଟ୍‌ରେ ଶେଷ ପର୍ଯ୍ୟନ୍ତ ଜମି ରହିଥିଲେ । ଅନ୍ୟମାନଙ୍କ ସ୍ୱଳ୍ପ ସହଯୋଗ ଏବଂ ଶେଷ ଭାଗରେ ରବୀନ୍ଦ୍ର ଜାଡେଜାଙ୍କ ୧୭ ବଲ୍‌ରୁ ଅପରାଜିତ ୩୧ ରନ୍‌ ସହାୟତାରେ ଦଳକୁ ଜିତାଇ ଦେଇଥିଲେ । ଆଉ ୨ଟି ବଲ୍‌ ବାକି ଥିବା ବେଳେ ଚେନ୍ନାଇ ୫ ଓ୍ଵିକେଟ୍‌ରେ ୧୬୨ ରନ୍‌ର ଲକ୍ଷ୍ୟରେ ପହଞ୍ଚି ଯାଇଥିଲା । ଧୋନି ୧୬ ରନ୍‌ କରିଥିଲେ ।

 

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

6 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

8 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

9 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

9 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

9 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

11 hours ago