Categories: କ୍ରୀଡା

ପୁଣି ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା, କୋହଲି ଏମିତି କି ଫଟୋ ଛାଡ଼ିଲେ କି ?

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ଓ୍ଵିକେଟ୍‌ କିପର ମହେନ୍ଦ୍ର ସିଂହ ଧାନି ଖୁବ୍‌ ଶୀଘ୍ର କ୍ରିକେଟ୍‌ ଜଗତରୁ ଅବସର ନେଇ ପାରନ୍ତି । ଏ ସମ୍ପର୍କରେ ପରୋକ୍ଷରେ ସଂକେତ ଦେଇଛନ୍ତି ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ।

ଇଂଲଣ୍ଡ ବିଶ୍ୱ କପ୍‌ ପରେ ଧୋନି ଆଉ ଭାରତୀୟ ଦଳରେ ଖେଳି ନାହାନ୍ତି । ସେ ନିଜକୁ ଦଳ ଠାରୁ ଦୂରେଇ ରଖିଛନ୍ତି । କାରଣ ଏହି ସମୟ ମଧ୍ୟରେ ସେ ଭାରତୀୟ ସେନାରେ ଯୋଗ ଦେଇ ଜମ୍ମୁ କଶ୍ମୀରରେ ତାଲିକ ନେଉଥିଲେ । ତାଙ୍କୁ ସେନାରେ ସମ୍ମାନ ସୂଚକ ଲେପ୍ଟନାଣ୍ଟ କର୍ଣ୍ଣେଲ ଉପାଧି ମିଳିଛି । ଦକ୍ଷିଣ ଆଫ୍ରିକା ସହ ଖେଳାଯିବାକୁ ଥିବା ଆଗାମୀ ଟି-୨୦ ସିରିଜ୍‌ ପାଇଁ ଘୋଷଣା କରାଯାଇଥିବା ଦଳରେ ମଧ୍ୟ ଧୋନି ନାହାନ୍ତି । ଅନ୍ୟପକ୍ଷରେ କୋହଲି ନିଜର ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ସେୟାର କରି ଧୋନିଙ୍କ ସମ୍ପର୍କରେ କିଛି ପ୍ରଶଂସା ବାର୍ତ୍ତା ଲେଖିଛନ୍ତି । ତେଣୁ ଲାଗୁଛି ଧୋନି ଆଉ ଜାତୀୟ ଦଳକୁ ନଫେରି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଖୁବ୍‌ ଶୀଘ୍ର ଅବସର ନେଇଯିବେ । ଯଦିଓ କୋହଲି ସ୍ପଷ୍ଟ ଭାବେ କିଛି କହି ନାହାନ୍ତି । ତେବେ ଏହି ଫଟୋ ଆସିବା ପରେ ପୁଣି ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

ଏମିତିକି ଆଜି ସନ୍ଧ୍ୟାରେ ଧୋନି ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ ବୋଲି ଖବର ପ୍ରଚାର ହୋଇଯାଇଛି । ତେବେ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ଏହି ଖବରକୁ ଖଣ୍ଡନ କରି ଧୋନିଙ୍କ ସେଭଳି କିଛି ଯୋଜନା ନାହିଁ ବୋଲି କହିଛନ୍ତି ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

28 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

30 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago