କ୍ରୀଡା

ଆର୍‌ସିବିର ବିଜୟରେ କାନ୍ଦି ପକାଇଲେ ଅନୁଷ୍କା, ବିରାଟ କୋହଲି ମଧ୍ୟ ଅଟକାଇ ପାରି ନ ଥିଲେ ନିଜ ଆଖିର ଲୁହ

୨୦୨୪ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ୨୭ ରନ୍‌ରେ ହରାଇ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଅନୁଷ୍କା ଶର୍ମା ମଧ୍ୟ ନିଜ ସ୍ୱାମୀ ବିରାଟ କୋହଲି ଏବଂ ଟିମ୍‌କୁ ଚିୟର୍‌ କରିବା ପାଇଁ ଉପସ୍ଥିତ ଥିଲେ ।

ଯେତେବେଳେ ଆର୍‌ସିବି ମ୍ୟାଚ୍ ଜିତିଥିଲା, ସେତେବେଳେ ଅନୁଷ୍କା ଓ ବିରାଟ ଉଭୟ ଭାବପ୍ରବଣ ହୋଇଯାଇଥିଲେ । କେବଳ ଏତିକି ନୁହେଁ, ଏହି ବିଶେଷ ମୁହୂର୍ତ୍ତରେ କପଲ୍‌ ସେମାନଙ୍କ ଆଖିର ଲୁହକୁ ମଧ୍ୟ ଅଟକାଇ ପାରି ନ ଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି, ସେଥିରେ ଅନୁଷ୍କା ଶର୍ମା ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିବା ଦେଖିବାକୁ ମିଳୁଛି ।

ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ବିରାଟ ଚଳିତ ସିଜନରେ ନିଜର ୭୦୦ ରନ୍ ମଧ୍ୟ ପୂରଣ କରିନେଇଛନ୍ତି । ତେବେ ବିରାଟ କୋହଲିଙ୍କୁ ଜିତିବାର ଦେଖି ଅନୁଷ୍କାଙ୍କ ଖୁସିର ସୀମା ରହି ନ ଥିଲା ଏବଂ ସେ ନିଜ ସିଟ୍‌ରେ ଠିଆ ହୋଇ ତାଳି ମାରିବା ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ଖୁସିର ଏହି ମୁହୂର୍ତ୍ତରେ ବିରାଟଙ୍କ ଆଖି ମଧ୍ୟ ଲୁହରେ ଭରିଯାଇଥିଲା ।

ଚେନ୍ନାଇ ସୁପର କିଙ୍ଗ୍ସକୁ ବିଦାୟର ରାସ୍ତା ଦେଖାଇ ଅପ୍ରତ୍ୟାଶିତ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ହାସଲ କରିଛି । ଆର୍‌ସିବି ୨୧୮ ରନ କରିନେବା ପରେ ସିଏସ୍‌କେକୁ ୧୯୧ ରନରେ ରୋକି ନେଇଥିଲା । ଉଭୟ ଦଳ ୧୪ ପଏଣ୍ଟରେ ପହଞ୍ଚି ଯିବାରୁ ଉନ୍ନତ ଏନଆରଆର ବଳରେ ଆର୍‌ସିବି ପ୍ଲେ ଅଫ୍ ଚତୁର୍ଥ ସ୍ଥାନଟି ଦଖଲ କରିଥିଲା ।

ସିଏସ୍‌କେକୁ ୨୧୯ ରନ ଆବଶ୍ୟକ ପଡ଼ିଥିଲେ ମଧ୍ୟ ଯୋଗ୍ୟତା ଅର୍ଜନ ଲାଗି ୨୦୧ ରନ ଦରକାର ଥିଲା । କିନ୍ତୁ ୧୯୧ରେ ଅଟକି ଯାଇଥିଲା ଦଳ । ଆର୍‌ସିବି ପକ୍ଷରୁ ଡୁପ୍ଲେସିସି ୫୪ ରନ୍ ଏବଂ କୋହଲି ୪୭ ରନ୍‌ର ପାଳି ଖେଳିଥିଲେ ।

Roshni

Recent Posts

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

8 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

14 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

18 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

20 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago

ଇରଫାନ ପଠାନଙ୍କ ମେକଅପ୍‌ ଆର୍ଟିଷ୍ଟଙ୍କ ମୃତ୍ୟୁ, ସୁଇମିଂ ପୁଲରେ ଗାଧେଇବା ବେଳେ ଚାଲିଗଲା ଜୀବନ

ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ…

1 hour ago