ଏଥରକ ଶ୍ରୀଲଙ୍କାରେ ଆୟୋଜିତ ହେବ ଏସିଆ କପ୍। ଏସିଆନ୍ କ୍ରିକେଟ୍ କାଉନ୍ସିଲ୍ (ACC) ପକ୍ଷରୁ ଆୟୋଜିତ ହେଉଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ୨୦୨୨ ସିଜନ୍ର ଆୟୋଜନ ପୂର୍ବ ନିର୍ଦ୍ଧାରିତ ସିଡ୍ୟୁଲ ମୁତାବକ ଶ୍ରୀଲଙ୍କାରେ ହିଁ ହେବ। ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୭ ମଧ୍ୟରେ ଶ୍ରୀଲଙ୍କାରେ ଆୟୋଜିତ ହେବ ଏହି ଟୁର୍ଣ୍ଣାମେଣ୍ଟ।
ମାର୍ଚ୍ଚ ୧୯ରେ ୟୁଏଇରେ ଅନୁଷ୍ଠିତ ହୋଇଥିବା ବୈଠକ ପରେ ଶ୍ରୀଲଙ୍କାରେ ଏସିଆ କପ୍ ୨୦୨୨ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଏବେ ସେହି ଉପମହାଦ୍ୱୀପରେ ଜାରିଥିବା ସଂଘର୍ଷକୁ ଦେଖିବା ପରେ ଅନୁମାନ କରାଯାଉଥିଲା ଯେ ଆଉ ଶ୍ରୀଲଙ୍କାରେ ଏସିଆ କପ୍ ହେବ ନାହିଁ। ଶ୍ରୀଲଙ୍କା ବଦଳରେ ୟୁଏଇରେ ଏସିଆ କପ୍ ଆୟୋଜିତ ହେବ ବୋଲି ଆଶା କରାଯାଉଥିଲା।
କିନ୍ତୁ ନିକଟରେ ସାମ୍ନାକୁ ଆସିଥିବା ଖବର ମୁତାବକ, ଶ୍ରୀଲଙ୍କାରେ ହିଁ ହେବ ଏସିଆ କପ୍। ଶ୍ରୀଲଙ୍କାର ବର୍ତ୍ତମାନର ଆର୍ଥିକ ଅସ୍ଥିରତାକୁ ଦେଖିବା ପରେ ଏସିସି ଏହି ତାରିଖରେ ପରିବର୍ତ୍ତନ ସହ ଅନ୍ୟ କେତେକ ବିକଳ୍ପ ଉପରେ ବିଚାର କରିଥିଲା। କିନ୍ତୁ ଶେଷରେ ଶ୍ରୀଲଙ୍କାରେ ହିଁ ମ୍ୟାଚ୍ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ ଯେ ଏସିଆ କପ୍ର ଗତ ସିଜନ୍ ୟୁଏଇରେ ଆୟୋଜିତ ହୋଇଥିଲା। ଗତ ଥର ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଏସିଆ କପ୍ ଜିତିଥିଲା। ସେହିଭଳି ଶ୍ରୀଲଙ୍କା ମଧ୍ୟ ୫ ଥର ଟୁର୍ଣ୍ଣାମେଣ୍ଟ ଜିତିଛି।
ଏସିଆ କପ୍ର ଆଗାମୀ ସିଜନ୍ରେ ଭାରତ ସମେତ ଶ୍ରୀଲଙ୍କା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଅଂଶ ଗ୍ରହଣ କରିବେ। ସେହିପରି କ୍ୱାଲିଫାୟାର ଟୁର୍ଣ୍ଣାମେଣ୍ଟର ବିଜେତା ଟିମ୍କୁ ବି ଏସିଆର ବଡ଼ ଟିମ୍ ସହ ପ୍ରତିଯୋଗିତା କରିବାର ସୁଯୋଗ ମିଳିବ।
Also Read: ଜୁନ୍ ମାସରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ସାରି ଦିଅନ୍ତୁ ସବୁ ଜରୁରୀ କାମ
ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…
ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…
ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…
ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…