Categories: କ୍ରୀଡା

ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଭାରୀ ପଡ଼ିଲେ ଭାରତୀୟ ବୋଲର୍‌

ଆଡିଲେଡ୍‌ : ସ୍ପିନର ଅଶ୍ୱିନ୍‌ଙ୍କ ସମେତ ଭାରତର ଦୁଇ ପ୍ରମୁଖ ପେସ୍‌ ବୋଲର୍‌ ଭଲ ବୋଲିଂ କରି ଅଷ୍ଟ୍ରେଲିଆରେ ୭ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି । ତଥାପି ଘରୋଇ ଦଳ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ଓ୍ଵିକେଟ୍‌ରେ କରିଛି ୧୯୧ ରନ୍‌ । ଭାରତ ପ୍ରଥମ ଇନିଂସ୍‌ ଠାରୁ ଆଉ ୫୯ ରନ୍‌ ପଛରେ ରହିଛି । ଟ୍ରାଭିସ୍‌ ହେଡ୍‌ଙ୍କ ଅପରାଜିତ ୬୧ ରନ୍‌ ଯୋଗୁଁ ଅଷ୍ଟ୍ରେଲିଆ ବର୍ତ୍ତି ଯାଇଥିଲା । ତଥାପି ଭାରତର ହାତରେ ପ୍ରଥମ ଇନିଂସ୍‌ରେ ଆଗୁଆ ରହିବାର ସୁଯୋଗ ରହିଛି ।
ପୂର୍ବରୁ ଭାରତ ତାର ପ୍ରଥମ ଇନିଂସ୍‌ରେ ୨୫୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଏହା ପରେ କଙ୍ଗାରୁ ଦଳ ବ୍ୟାଟିଂ ଆରମ୍ଭ କରି ସ୍କୋର୍‌ ୧ ରନ୍‌ ହୋଇଥିବା ବେଳେ ଆରୋନ୍‌ ଫିଞ୍ଚ୍‌ଙ୍କ ଓ୍ଵିକେଟ୍‌ ହରାଇଥିଲା । ପରେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ସବୁ ଝଡ଼ାଇ ଚାଲିଥିଲେ ଭାରତୀୟ ବୋଲର୍‌ । ଅଶ୍ୱିନ୍‌ ୩୩ ରନ୍‌ ଦେଇ ୩ଟି ଏବଂ ଇଶାନ୍ତ ଶର୍ମା ଓ ଯଶପ୍ରୀତ ବୁମରା ୨ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି । ତେବେ ଅଶ୍ୱିନ୍‌ ତାଙ୍କ ସ୍ପିନ୍‌ରେ ଖୁବ୍‌ ହଇରାଣ କରିଛନ୍ତି ଘରୋଇ ଦଳର ବ୍ୟାଟସମ୍ୟାନ୍‌ଙ୍କୁ ।

ସ୍କୋର : ଭାରତ ପ୍ରଥମ ଇନିଂସ୍‌-୨୫୦ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌-୧୯୧/୭ (ପିଟର ହାଣ୍ଡସ୍କମ୍ବ ୩୪, ଟ୍ରାଭିସ୍‌ ହେଡ୍‌ ଅପରାଜିତ ୬୧ । ଇଶାନ୍ତ ୧୫-୬-୩୧-୨, ବୁମରା ୨୦-୯-୩୪-୨, ଅଶ୍ୱିନ୍‌ ୩୩-୯-୫୦-୩) ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

30 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago