ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ଙ୍କୁ ଭାରୀ ପଡ଼ିଲେ ଭାରତୀୟ ବୋଲର୍

ଆଡିଲେଡ୍ : ସ୍ପିନର ଅଶ୍ୱିନ୍ଙ୍କ ସମେତ ଭାରତର ଦୁଇ ପ୍ରମୁଖ ପେସ୍ ବୋଲର୍ ଭଲ ବୋଲିଂ କରି ଅଷ୍ଟ୍ରେଲିଆରେ ୭ଟି ଓ୍ଵିକେଟ୍ ଦଖଲ କରିଛନ୍ତି । ତଥାପି ଘରୋଇ ଦଳ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍ରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ଓ୍ଵିକେଟ୍ରେ କରିଛି ୧୯୧ ରନ୍ । ଭାରତ ପ୍ରଥମ ଇନିଂସ୍ ଠାରୁ ଆଉ ୫୯ ରନ୍ ପଛରେ ରହିଛି । ଟ୍ରାଭିସ୍ ହେଡ୍ଙ୍କ ଅପରାଜିତ ୬୧ ରନ୍ ଯୋଗୁଁ ଅଷ୍ଟ୍ରେଲିଆ ବର୍ତ୍ତି ଯାଇଥିଲା । ତଥାପି ଭାରତର ହାତରେ ପ୍ରଥମ ଇନିଂସ୍ରେ ଆଗୁଆ ରହିବାର ସୁଯୋଗ ରହିଛି ।
ପୂର୍ବରୁ ଭାରତ ତାର ପ୍ରଥମ ଇନିଂସ୍ରେ ୨୫୦ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଏହା ପରେ କଙ୍ଗାରୁ ଦଳ ବ୍ୟାଟିଂ ଆରମ୍ଭ କରି ସ୍କୋର୍ ୧ ରନ୍ ହୋଇଥିବା ବେଳେ ଆରୋନ୍ ଫିଞ୍ଚ୍ଙ୍କ ଓ୍ଵିକେଟ୍ ହରାଇଥିଲା । ପରେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ସବୁ ଝଡ଼ାଇ ଚାଲିଥିଲେ ଭାରତୀୟ ବୋଲର୍ । ଅଶ୍ୱିନ୍ ୩୩ ରନ୍ ଦେଇ ୩ଟି ଏବଂ ଇଶାନ୍ତ ଶର୍ମା ଓ ଯଶପ୍ରୀତ ବୁମରା ୨ଟି ଲେଖାଏଁ ଓ୍ଵିକେଟ୍ ଦଖଲ କରିଛନ୍ତି । ତେବେ ଅଶ୍ୱିନ୍ ତାଙ୍କ ସ୍ପିନ୍ରେ ଖୁବ୍ ହଇରାଣ କରିଛନ୍ତି ଘରୋଇ ଦଳର ବ୍ୟାଟସମ୍ୟାନ୍ଙ୍କୁ ।
ସ୍କୋର : ଭାରତ ପ୍ରଥମ ଇନିଂସ୍-୨୫୦ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍-୧୯୧/୭ (ପିଟର ହାଣ୍ଡସ୍କମ୍ବ ୩୪, ଟ୍ରାଭିସ୍ ହେଡ୍ ଅପରାଜିତ ୬୧ । ଇଶାନ୍ତ ୧୫-୬-୩୧-୨, ବୁମରା ୨୦-୯-୩୪-୨, ଅଶ୍ୱିନ୍ ୩୩-୯-୫୦-୩) ।