ସମ୍ବଲପୁର ଜିଲ୍ଲାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର(କେନ୍ୟୁଜ୍) : ସମ୍ବଲପୁର ଜିଲ୍ଲାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଟ୍ରେନର ଶୁଭାରମ୍ଭ । ନବମ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରଛନ୍ତି । ରାମେଶ୍ୱରମ୍‌ରୁ ମଦୁରାଇ ଅଭିମୁଖେ ଗଡିଛି ଟ୍ରେନ୍‌।

xc ପ୍ରଥମେ ସମ୍ବଲପୁରରୁ ଯାତ୍ରା କରୁଛନ୍ତି ତୀର୍ଥଯାତ୍ରୀ। ୯୭୦ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ ହୋଇଛି। ଚଳିତ ବର୍ଷ ୬ଟି ଟ୍ରେନ୍‌ରେ ଯିବେ ତୀର୍ଥଯାତ୍ରୀ। ସମସ୍ତଙ୍କ ସୁରକ୍ଷିତ ଯାତ୍ରାର କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ବଲପୁରରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସମ୍ବଲପୁର ବିଧାୟିକା ରାସେସ୍ୱରୀ ପାଣିଗ୍ରାହୀ ପ୍ରମୁଖ ଷ୍ଟେସନରେ ଉପସ୍ଥିତ ରହି ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା କାମନା କରିଥିଲେ ।

You might also like