Below header

NPSରେ ଏବେ ୧୪ ପ୍ରତିଶତ ଯୋଗଦାନ ଦେବେ ସରକାର, କର୍ମଚାରୀଙ୍କୁ ମିଳିବ ବଡ ଉପହାର

ନୂଆଦିଲ୍ଲୀ : ସରକାରୀ କର୍ମଚାରୀଙ୍କୁ ବଡ ଉପହାର ଦେଇଛନ୍ତି । ଏକ ସୂତ୍ରରୁ ଜଣାପଡିଛି ଯେ କେନ୍ଦ୍ରୀୟ କ୍ୟାବିନେଟ ରାଷ୍ଟ୍ରୀୟ ପେନସନ ପ୍ରଣାଳୀ (NPS)ରେ ସରକାର ଯୋଗଦାନ ବଢ଼ାଇ ମୂଳ ବେତନର ୧୪ ପ୍ରତିଶତ କରିଦେଇଛନ୍ତି । ଅବଶ୍ୟ କର୍ମଚାରୀ ମାନଙ୍କର ନ୍ୟୂନତମ ଯୋଗଦାନ ୧୦ ପ୍ରତିଶତ ରହିବ।

ଏଥିସହିତ କ୍ୟାବିନେଟ କର୍ମଚାରୀ ମାନଙ୍କୁ ୧୦ ପ୍ରତିଶତ ଯୋଗଦାନ ପାଇଁ ଆୟକର କାନୁନ୍ ଧାରା ୮୦ସି ଅନୁସାରେ ପ୍ରତ୍ସୋହନ ପାଇଁ ମଞ୍ଜୁରୀ ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ଏନପିଏସ ସରକାର ଏବଂ କର୍ମଚାରୀ ଦୁହିଁଙ୍କର ଯୋଗଦାନ ୧୦ ପ୍ରତିଶତ ରହିଛି। କର୍ମଚାରୀ ମାନଙ୍କର ନ୍ୟୂନତମ ଯୋଗଦାନ ୧୦ ପ୍ରତିଶତ ରହିଥିବାବେଳେ ସରକାରଙ୍କର ଯୋଗଦାନ ରହିଛି ୧୪ ପ୍ରତିଶତ।

modiପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ସରକାର କର୍ମଚାରୀଙ୍କ ରିଟାୟରମେଣ୍ଟ ସମୟରେ ମୋଟ କୋଷରୁ ୬୦ ପ୍ରତିଶତ ମୁଲ୍ୟ ବାହାର କରିବାର ମଞ୍ଜୁରୀ ହୋଇଛି, ଯାହା ବର୍ତ୍ତମାନ ୪୦ ପ୍ରତିଶତ ରହିଛି। ସୂଚନା ଅନୁଯାୟୀ ଏଠାରେ କର୍ମଚାରୀଙ୍କ ପାଖରେ ନିଶ୍ଚିତ ଆୟ ଉତ୍ପାଦ ବା ସେୟାର ଇକ୍ବିଟୀରେ ନିବେଶ କରିବାର ବିକଳ୍ପ ରହିଛି।

ଏହା ସହ ପଢ଼ନ୍ତୁ : ପିଏଫ୍ ଖାତାରୁ କିପରି ଉଠାଇବେ ଟଙ୍କା, ଜାଣିବା ପାଇଁ ଫଲୋ କରନ୍ତୁ ଏହି ଟିପ୍ସ

ମନ୍ତ୍ରୀମଣ୍ଡଳ ନିର୍ଣ୍ଣୟ ଅନୁସାରେ ଯଦି କର୍ମଚାରୀ ସେନା ନିବ୍ରୁତ୍ତି ସମୟରେ ଏନପିଏସରେ ଜମା ଧନର କୌଣସି ମଧ୍ୟ ଅଂଶ ବାହାର କରିବାର ନିର୍ଣ୍ଣୟ କରୁନାହାନ୍ତି ଏବଂ ୧୦୦ ପ୍ରତିଶତ ପେନସନ ଯୋଜନାରେ ହସ୍ତାନ୍ତର କରିଥାନ୍ତି ତେବେ ତାଙ୍କ ପେନସନ ଶେଷ ଥର ମୋଟ ବେତନର ୫୦ ପ୍ରତିଶତରୁ ଅଧିକ ହେବ।

pensionସରକାର ରାଜସ୍ଥାନରେ ଶୁକ୍ରବାର ଦିନ ହେବାକୁ ଥିବା ନିର୍ବାଚନକୁ ନଜରରେ ରଖି ଏହି ନିଷ୍ପତିର ଘୋଷଣା କରିନାହାନ୍ତି। ସେହିଭଳି ସୂଜନା ଅନୁଯାୟୀ ସରକାରଙ୍କ ତରଫରୁ ନୂଆ ଯୋଜନାର ଅଧିସୂଚନାର ତାରିଖ ବିଷୟରେ ନିଷ୍ପତି ନେବା ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.