Below header

ସାମାନ୍ୟ ବଚସାକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟିପିଟି ହତ୍ୟାକଲା ସ୍ବାମୀ

ଘଟଗାଁ (କେନ୍ୟୁଜ୍) : ସ୍ବାମୀ ସାଜିଲା ବଇରି । ସାତ ଜନମ ପାଇଁ ହାତ ଧରିବାକୁ ଶପଥ ନେଇଥିବା ସ୍ବାମୀ ଆଜି ପାଲଟିଗଲା   ରାକ୍ଷାସ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଳକ୍ ଅନ୍ତର୍ଗତ ଖୁଣ୍ଟିନାଳି ଗ୍ରାମରେ ।ସ୍ତ୍ରୀକୁ ପିଟିପିଟି ହତ୍ୟାକରିଛି ସ୍ବାମୀ । ଗତକାଲି ବିଳମ୍ବିତ ରାତିରେ ଶୁକରାମ ଲୋହାର ସ୍ତ୍ରୀ କୁନି ଲୋହାରଙ୍କୁ ଲୁହା ଛଡରେ ପିଟିପିଟି ହତ୍ୟା କରିଛି । ସାମାନ୍ୟ ବଚସାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ ପକ୍ଷରୁ ସୁଚନା ମିଳିଛି । ଘଟଣାସ୍ଥଳରେ ପାଟଣା ଥାନା ପୋଲିସ୍ ପହଁଚି ସ୍ବାମୀ ଶୁକରାମ ଲୋହାରକୁ ଅଟକ ରଖିଥିବାବେଳେ ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ଘଟଗାଁ ଥାନା ଏସଡିପିଓ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.