ଷ୍ଟେଜ୍‌ ଉପରେ ଚେତା ହରାଇଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ମହାରାଷ୍ଟ୍ରର(କେନ୍ୟୁଜ୍): ଷ୍ଟେଜ୍‌ ଉପରେ ବେହୋସ୍‌ ହୋଇଗଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଜାତୀୟ ସଙ୍ଗୀନ ଗାନ ବେଳେ ଷ୍ଟେଜ ଉପରେ ବେହୋସ ହୋଇ ପଡ଼ିଲେ । ମହାରାଷ୍ଟ୍ରର ଅହମ୍ମଦନଗର ମହାତ୍ମାଫୁଲେ କୃଷି ବିଦ୍ୟାପୀଠର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିବା ବେଳେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ରକ୍ତରେ ଶର୍କରା ପରିମାଣ କମିଯିବାରୁ ସେ ଚେତା ହରାଇଥିଲେ ବୋଲି କୁହାଯାଇଛି। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା କୁହାଯାଇଛି ଓ ସେ ନିର୍ଦ୍ଧାରିତ ଅନ୍ୟ କାର‌୍ୟ୍ୟକ୍ରମରେ ଯୋଗ ଦେବେ ବୋଲି କୁହାଯାଇଛି। ଏହି ଘଟଣା ସମୟରେ ମହରାଷ୍ଟ୍ର ରାଜ୍ୟପାଳ ବିଦ୍ୟାସାଗର ରାଓ ଷ୍ଟେଜରେ ଉପସ୍ଥିତ ଥିଲେ। ଗଡ଼କରୀ ଚେତା ହରାଇ ପଡ଼ିଯିବା ବେଳେ ରାଜ୍ୟପାଳ ତାଙ୍କୁ ଧରି ନେଇଥିଲେ।

You might also like