ଡ୍ରାମା କୁଇନଙ୍କ ଆଉ ଏକ ଡ୍ରାମା, ବିବାହ ତାରିଖ ଘୋଷଣା କରିବାର ଏକ ସପ୍ତାହ ମଧ୍ୟରେ ଦୀପକଙ୍କ ସହ ସମ୍ପର୍କ ଭାଙ୍ଗିଲେ ରାକ୍ଷୀ

ଯିଏ ବଦଳି ନଯିବ , ସିଏ ରାକ୍ଷୀ ସାୱନ୍ତ କେମିତି . . . ଆଜ୍ଞା ହଁ, ଏହି ଡ୍ରାମା କୁଇନଙ୍କ କଥାରେ ବିଶ୍ବାସ କରିବା ମୁସ୍କିଲ୍ ହି ନୁହେଁ ଅସମ୍ଭବ । ସେଥିପାଇଁ ତ ଯେତେବେଳେ ସେ ନିଜ ବିବାହ ତାରିଖ ଘୋଷଣା କଲେ ସେତେବେଳେ ଜନତା ଜାଣିଗଲେ ଡ୍ରାମା କୁଇନଙ୍କ ଏହି ନୌଟଙ୍କି ବେଶୀ ଦିନ ଚାଲିବ ନାହିଁ । ଆଉ ହେଲା ବି ଠିକ୍ ସେୟା । ବିବାହ ତାରିଖ ଘୋଷଣା କରିବାର ଗୋଟିଏ ସପ୍ତାହ ବି ହୋଇନି ଆଉ ଏକ ଘୋଷଣା କରିସାରିଲେଣି ରାକ୍ଷୀ । ଆଉ ଦୀପକଙ୍କୁ ବିବାହ କରିବାକୁ କରିଦେଲେ ମନା ।

ଏହା ସହ ପଢନ୍ତୁ ବିବାହ ପୂର୍ବରୁ ଭର୍ଜିନିଟି ଟେଷ୍ଟ କରି ସୋସିଆଲ୍ ମିଡିଆରେ ପୋଷ୍ଟ କଲେ କଣ୍ଟ୍ରୋଭର୍ସି କୁଇନ୍, ଆପଣଙ୍କୁ ମିନି ହାର୍ଟଆଟାକ୍ ଦେବ ରାକ୍ଷୀଙ୍କ ରିପୋର୍ଟ

ଏକ ପୋଷ୍ଟରେ ରାକ୍ଷୀ ଲେଖିଛନ୍ତି, ମତେ କ୍ଷମା କରିବ ଦୀପକ । ମୋର ପରିବାର ମୋ ଉପରେ ବହୁତ ରାଗିଛନ୍ତି । ଯାହା ବି ହେଲା ତାହା ତାଙ୍କୁ ଆଦୌ ପସନ୍ଦ ଆସିଲାନି । ୧୪ – ୧୫ ବର୍ଷ ହେବ ମୁଁ ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଛି । ମୁଁ ବହୁତ ପରିଶ୍ରମ କରି ଏଠାରେ ପହଂଚିଛି, ଏଭଳି କୌଣସି ଖରାପ କାମ କରିବାକୁ ଚାହୁଁନି । ମୁଁ ମୋର ପୁରା ପରିବାରକୁ ସମ୍ଭାଳୁଛି , ସେଥିପାଇଁ ମତେ ଏହି ଶସ୍ତା ଲୋକପ୍ରିୟତା ଆଦୌ ଦରକାର ନାହିଁ । ଯାହା ବି ହେଲା ତୁମେ ସବୁ ଭୁଲିଯାଅ । ଲୋକମାନେ ମତେ ଖରାପ କହିବା ସହ ଗାଳି କରୁଛନ୍ତି । ମୁଁ ବହୁତ ସରଳ ଏବଂ ସାଧା ସିଧା ଭଗବାନଙ୍କୁ ମାନୁଥିବା ଝିଅ । ମିଛ କହିବା ମୋର ପସନ୍ଦ ନୁହେଁ । ତୁମ ଚକ୍କରରେ ଆସି ମିଛ କହିଛି ମୁଁ ।

ସୂଚନାଯୋଗ୍ୟ, ଚଳିତ ମାସ ୩୧ ରେ ଲସ୍ ଆଞ୍ଜଲ୍ସରେ ଦୀପକଙ୍କ ସହ ବିବାହ କରିଥାନ୍ତେ ରାକ୍ଷୀ । ଏନେଇ ବିବାହ କାର୍ଡ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ଏହା ସହ ଉଭୟ ଏକ ପ୍ରେସ୍ କନଫରେନ୍ସ ମଧ୍ୟ କରି ବିବାହ ସତ ବୋଲି କହିଥିଲେ।ରାକ୍ଷୀଙ୍କ ପରି ଦୀପକ ମଧ୍ୟ ସୋସିଆଲ୍ ମଡିଆର ଜଣେ ଚର୍ଚ୍ଚିତ ତଥା ବିବାଦୀୟ ଚେହେରା । ଚର୍ଚ୍ଚାରେ ରହିବା ପାଇଁ ଅନେକ ସମୟରେ ବିବାଦୀୟ ଫଟୋ ଏବଂ ଭିଡିଓ ସେୟାର୍ କରିଥାନ୍ତି ଦୀପକ । ଏବେ ସେ ଲୋକପ୍ରିୟ ରିୟଲିଟି ସୋ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟରେ ହସାଇବା ପାଇଁ ମଧ୍ୟ ଆସୁଛନ୍ତି ।

ଏହା ସହ ପଢନ୍ତୁ ରାକ୍ଷୀଙ୍କ ସେକ୍ସ ଡଲ୍ ତିଆରି କରିବେ ଭାବିସ୍ବାମୀ, ଦେଶକୁ ଦୁଷ୍କର୍ମରୁ କରିବେ ମୁକ୍ତ

 

View this post on Instagram

 

🤣🤣🤣🤣😂😂😂😅😅😅👰🏽🤵🏻🤣🤣🤣😂😂🥰🥰🥰

A post shared by Rakhi Sawant (@rakhisawant2511) on

ଅନ୍ଯପଟେ ରାକ୍ଷୀଙ୍କ ଆଉ ଏକ ଭିଡିଓ ଏବେ ଚର୍ଚ୍ଚାରେ । ମଡେଲଙ୍କୁ ଅଶ୍ଳୀଳ ଫଟୋ ପଠାଇ ଦୁବାଇରେ ମିକା ସିଂହ ଗିରଫ ହେବା ପରେ ଦୁଃଖୀ ହୋଇଛନ୍ତି ରାକ୍ଷୀ ସାଓ୍ଵନ୍ତ । ନିଜ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ମିକାଙ୍କୁ ଜାମିନ୍‌ରେ ଆଣିବା ପାଇଁ ସେ ଦୁବାଇ ଯିବେ ବୋଲି କହିଛନ୍ତି । ରାକ୍ଷୀ କହିଛନ୍ତି, ମିକା ମୋର ଭଲ ସାଙ୍ଗ ।

ଦେଖନ୍ତୁ କଣ କହୁଛନ୍ତି ରାକ୍ଷୀ :

 

View this post on Instagram

 

Mika Singh arrested in Dubai | Rakhi Sawant surprised Reaction Watch full video on my YouTube channel link in bio

A post shared by Rakhi Sawant (@rakhisawant2511) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.