ସଲାମ୍ ଯବାନ୍, ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଓଲଟାଇ ବଂଚାଇଲେ ୬ ଜୀବନ

ରାଜସ୍ଥାନ : ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଦେଖାଇବାକୁ ଯାହା ଆପଣଙ୍କୁ ଦେଶର ସୁରକ୍ଷା କର୍ମୀଙ୍କ ପ୍ରତି ଥିବା ଶ୍ରଦ୍ଧାକୁ ଆହୁରି ଦ୍ୱିଗୁଣିତ କରିବ। ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡ଼ିଥିବା ଏକ ଗାଡ଼ିକୁ ସିଆଇଏସ୍ଏଫର ଯବାନମାନେ ସୁରକ୍ଷିତ ଭାବେ ମୂଳ ସ୍ଥିତିକୁ ଆଣିଛନ୍ତି। ଆଉ ଏହା ମଧ୍ୟରେ ଥିବା ୬ଜଣ ଯାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି। ରାଜସ୍ଥାନର ବେହରୋର ଠାରେ ଘଟିଛି ଏହି ଘଟଣା। ନିର୍ବାଚନ ପାଇଁ ଯାଉଥିବା ସିଆଇଏସଏଫ ଯବାନ ମାନେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗ଼ାଡ଼ିଟି ସେମାନଙ୍କ ନଜରରେ ଆସିଥିଲା। ଆଉ ତୁରନ୍ତ ସେମାନେ ଗାଡ଼ିକୁ ଓଲଟାଇବା ସହ ଭିତରେ ଫସି ରହିଥିବା ୬ଜଣଙ୍କୁ ଉଦ୍ଧାର କରିଥଲେ।