ଟିଭି ଆଙ୍କରଙ୍କ ଉପରେ ଖସିପଡିଲା ଜଳନ୍ତା ନିଆଁଗୋଳା, ନିଜ ରକ୍ଷାକୁ କରିବାକୁ ଦେଖନ୍ତୁ କଣ କଲେ

ଟିଭି ଆଙ୍କରଙ୍କ ଉପରେ ଖସିଲା ଜଳନ୍ତା ନିଆଁଗୋଳା । ଲାଇଭ୍ ଶୋ ଚାଲିଥିବା ବେଳେ ଟିଭି ଷ୍ଟୁଡିଓ ମଧ୍ୟରେ ଏହି ଦୁର୍ଘଟଣାଟି ହୋଇଛି । ଯାହା ଫଳରେ ନିଜକୁ ରକ୍ଷା କରିବାକୁ ବିତର୍କରେ ଭାଗନେଇଥିବା ଗେଷ୍ଟଙ୍କୁ ଛାଡି ପଳାଇଥିଲେ । ଘଟଣାଟି ଘଟିଛି ପଡୋଶୀ ପାକିସ୍ତାନରେ । ଏବେ ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଆତଙ୍କବାଦ ଉପରେ ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ଆଲୋଚନା ଚାଲିଥିଲା । ସିଧାପ୍ରସାରଣ ଚାଲିଥିବା ଏହି କାର‌୍ୟ୍ୟକ୍ରମରେ ଷ୍ଟୁଡିଓରେ ଆଙ୍କର ଜଣକ ଗେଷ୍ଟ ମାନଙ୍କୁ ପ୍ରଶ୍ନ ପଚାରୁଥିଲେ । ଆଉ ଏହି ସମୟରେ କେଉଁଠୁ ହଠାତ୍ ଏକ ଜଳନ୍ତା ନିଆଁଗୋଳା ଆସି ତାଙ୍କ ଉପରେ ଖସିପଡିଥିଲା । ଯାହା ଫଳରେ ନିଜ ସ୍ଥାନ ଛାଡି ପଳାଇଥିଲେ ଆଙ୍କର ଜଣକ ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.