Categories: କ୍ରୀଡା

ମାକ୍ସେଓ୍ଵଲ୍‌ଙ୍କ ଶତକରେ ମାତ୍‌ ଖାଇଲା ଭାରତ, ଦ୍ୱିତୀୟ ଟି-୨୦ ଜିତି ସିରିଜ୍‌ ବିଜୟୀ ହେଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ : ଦ୍ୱିତୀୟ ଟି-୨୦ରେ ଗ୍ଲେନ୍‌ ମାକ୍ସେଓ୍ଵଲ୍‌ଙ୍କ ଧମାକା । ଛୋଟିଆ ଗ୍ରାଉଣ୍ଡରେ ଶତକ ହାସଲ କରି ଅଷ୍ଟ୍ରେଲିଆକୁ ୨-୦ରେ ସିରିଜ୍‌ ଜିତାଇଛନ୍ତି । ୫୦ ବଲ୍‌ରେ ୬ଟି ଚୌକା ଓ ୮ଟି ଛକା ମାରି ସେ ଶତକ ହାସଲ କରିଥିଲେ । ଯାହାଫଳରେ ଅଷ୍ଟ୍ରେଲିଆର ବିଜୟ ସହଜ ହୋଇ ଯାଇଥିଲା । ୫୫ ବଲ୍‌ରେ ୧୧୩ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଓପ୍ନର ସର୍ଟ ୪୦ (୨୮ ବଲ୍‌, ୬ ଚୌକା) ଏବଂ ହାଣ୍ଡସ୍କମ୍ବ ଅପରାଜିତ ୨୦ ରନ୍‌ କରିଥିଲେ । ଫଳରେ ଆଉ ୨ଟି ବଲ୍‌ ହାତରେ ଥାଇ ଭ୍ରମଣକାରୀ ଦଳ ୭ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା ।
ପୂର୍ବରୁ କୋହଲି-ଧୋନି ଯୋଡ଼ ଶହେ ରନ୍‌ର ଭାଗିଦାରୀ କରିବା ଫଳରେ ଅଷ୍ଟ୍ରେଲିଆ ଆଗରେ ୧୯୧ ରନ୍‌ର ବିଜୟଲକ୍ଷ୍ୟ ରଖିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୯୦ ରନ୍‌ କରିଥିଲା । କୋହଲି ୭୨ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଭାରତୀୟ ଦଳ ଦଳ ପକ୍ଷରୁ ଓପ୍ନର ଲୋକେଶ ରାହୁଲ ୨୬ ବଲ୍‌ରୁ ୪୭ ରନ୍‌ (୩ ଚୌକା, ୪ ଛକା) କରିଥିଲେ । ତେବେ ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ଧୋନି ପୂରା ଦମ୍‌ରେ ଆକ୍ରମଣ କରି ଅଷ୍ଟ୍ରେଲିଆ ବୋଲର୍‌ଙ୍କୁ ନୟାନ୍ତ କରି ଦେଇଥିଲେ । ଚତୁର୍ଥ ଓ୍ଵିକେଟ୍‌ରେ ସେମାନେ ମାତ୍ର ୮ ଓଭର ସାଥୀ ହୋଇ ଖେଳି ୧୦୦ ରନ୍‌ ସଂଗ୍ରହ କରିଥିଲେ । ଧୋନି ୨୩ ବଲ୍‌ରେ ୪୦ ରନ୍‌ (୩ ଚୌକା ଓ ୩ ଛକା) କରି ଶେଷ ଓଭର୍‌ର ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ । ବିରାଟ ମାତ୍ର ୩୮ ବଲ୍‌ରୁ ୭୨ ରନ୍‌ (୨ ଚୌକା, ୬ ଛକା) କରିଥିଲେ । ସେ ୧୬ତମ ଓଭରରେ କଲଟର ନିଲ୍‌ଙ୍କ ବଲ୍‌ରେ ‘ହ୍ୟାଟ୍ରିକ୍‌’ ଛକା ମାରିଥିଲେ । ସେହିଭଳି ଶେଷ ବଲ୍‌ରେ ସେ ଛକା ମାରିବା ଯୋଗୁଁ ଦଳ ୧୮୪ରୁ ୧୯୦ ରନ୍‌ରେ ପହଞ୍ଚି ଯାଇଥିଲା । ଦୀନେଶ କାର୍ତ୍ତିକ ଅପରାଜିତ ୮ ରନ୍‌ କରିଥିଲେ ।
ପୂର୍ବରୁ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ୍‌ ଫିଞ୍ଚ । ଭାରତୀୟ ଦଳରେ ତିନିଟି ପରିବର୍ତ୍ତନ କରାଯାଇଥିଲା । ରୋହିତ ଶର୍ମା, ମାର୍କଣ୍ଡେ ଓ ଉମେଶ ଯାଦବଙ୍କ ଜାଗାରେ ଧବନ୍‌, ବିଜୟ ଶଙ୍କର ଏବଂ ସିଦ୍ଧାର୍ଥ କୌଲ ଖେଳିଥିଲେ ।

ସ୍କୋର : ଭାରତ-୧୯୦/୪, ୨୦ ଓଭର (ରାହଲ ୪୭, ଧବନ ୧୪, କୋହଲି ଅପରାଜିତ ୭୨, ପନ୍ତ ୧, ଧୋନି ୪୦, କାର୍ତ୍ତିକ ଅପରାଜିତ ୮) ।
ଅଷ୍ଟ୍ରେଲିଆ- /, ୧୯.୪ ଓଭର (ସର୍ଟ ୪୦, ଷ୍ଟୋଇନିସ୍‌ ୭, ଫିଞ୍ଚ ୮, ମାକ୍ସେଓ୍ଵଲ୍‌ ଅପରାଜିତ ୧୧୩ (୭ ଚୌକା, ୯ ଛକା), ହାଣ୍ଡସ୍କମ୍ବ ଅପରାଜିତ ୨୦ । ବିଜୟ ଶଙ୍କର ୨/୩୮ )

 

KNews Bureau

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

12 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

57 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago