Categories: କ୍ରୀଡା

ମୁସିଲିମ୍‌ ହୋଇଥିବା କାରଣରୁ ବଡି-ବିଲ୍ଡିଂ ପ୍ରତିଯୋଗୀତାରେ ପିନ୍ଧିନଥିଲେ ବିକିନୀ, ଜାଣନ୍ତୁ ତାପରେ କଣ ହୋଇଥିଲା

ଢାକା: ଗତ ରବିବାର ବାଂଗଲାଦେଶରେ ଏକ ନୂଆ ଇତିହାସ ଦେଖିବାକୁ ମିଳିଛି, ଯାହା ପ୍ରଥମ ଥର ପାଁ ଏହି ଦେଶ ମହିଳା ବଡି-ବିଲ୍ଡିଂ ପ୍ରତିଯୋଗୀତାର ଆୟୋଜନା କରାଯାଇଥିଲା। ଢାକାରେ ଆୟୋଜିତ ଏହି ପ୍ରତିଯୋଗୀତାରେ ୧୯ ବର୍ଷର ଛାତ୍ରୀ ଅେଓ୍ଵାନା ରହମାନ ଜିତିଛନ୍ତି। ସବୁଠାରୁ ବିଶେଷ କଥା ହେଉଛି ଅେଓ୍ଵାନା ରହମାନ ବିନା ମସଲ୍ସ ଦେଖାଇ ମଧ୍ର ପ୍ରତିଯୋଗୀତାରେ ବିଜେତା ହୋଇପାରିଛନ୍ତି। ରିପୋର୍ଟ ଅନୁଯାୟୀ ବାଂଗଲାଦେଶ ମୁସଲିମ୍‌ ବହୁଳ ଦେଶ, ଯେଉଁ କାରଣରୁ ପ୍ରଥମ ମହିଳା ବଡି ବିଲ୍ଡିଂ ପ୍ରତିଯୋଗୀତାରେ ବିକିନୀ ପିନ୍ଧିବାର ନିୟମ ନଥିଲା। ଡ୍ରେସ୍‌ କୋର୍ଡ ଅନୁଯାୟୀ ସମସ୍ତ ୨୯ ଜଣ ମହିଳା ପ୍ରତିଯୋଗୀ ଶରୀର ଘୋଡାଇ ନିଜର ମସଲ୍ସ ପୋଜ୍‌ କରିଥିଲେ। ଯାହା ମଧ୍ୟରେ ଅହୋନା ରହମାନ ବିଜେତା ହୋଇଛନ୍ତି।

ସୂଚନା ମୁତାବକ ତିନି ଦିନ ଧରି ଚାଲିଥିବା ଏହି ବଡି –ବିଲ୍ଡିଂ ପ୍ରତିଯୋଗୀତା ଦେଖିବା ପାଇଁ ଢାକାରେ ଶହ ଶହ ଲୋକ ଏକାଠି ହୋଇଥିଲେ। ନିଜର ଏହି ବିଜୟକୁ ନେଇ ଅହୋନା ରହମାନ ଖୁସି ହେବା ସହ କହିଛନ୍ତି, ମୁଁ ଏଥିପାଇଁ ଖୁବ୍‌ ପରିଶ୍ରମ କରିଥିଲି। ବିଜେି ହୋଇ ମଧ୍ୟ ମୁଁ ବହୁତ ଖୁସି ଅଛି। ଏଭଳି ପ୍ରତିଯୋଗୀତାରେ ମୁଁ ବିଜେତା ହେବା ନେଇ ଏଭଳି ଭାବନା କେବେ ବି ମୋ ମନକୁ ଆସିନଥିଲା। ଏହି ପ୍ରତିଯୋଗୀତା ପାଇଁ ଆମମାନଙ୍କୁ ବିଶେଷ ଡ୍ରେସ୍‌ କୋର୍ଡ ମଧ୍ୟ ଦିଆଯାଇଥିଲା।

ରିପୋର୍ଟ ଅନୁଯାୟୀ ଅହୋନା ରହମାନଙ୍କ ଭାଇ ମଧ୍ୟ ଜଣେ ପ୍ରଖ୍ୟାତ ବଡି-ବିଲ୍ଡର। ତାଙ୍କ ନିଜର ମଧ୍ୟ ଜିମ୍‌ ରହିଛି। ସେ ଅେଓ୍ଵାନାଙ୍କୁ ବଡି-ବିଲ୍ଡର ହେବା ପାଇଁ ଉତ୍ସାହିତ କରିଥିଲେ। ଏହିକାରଣରୁ ଅହୋନା ତାଙ୍କ ଜିତ୍‌ ର ଶ୍ରେୟ ନିଜ ବଡ ଭାଇଙ୍କୁ ଦେଇଛନ୍ତି।

KNews Bureau

Recent Posts

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

7 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

13 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

18 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

19 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago

ଇରଫାନ ପଠାନଙ୍କ ମେକଅପ୍‌ ଆର୍ଟିଷ୍ଟଙ୍କ ମୃତ୍ୟୁ, ସୁଇମିଂ ପୁଲରେ ଗାଧେଇବା ବେଳେ ଚାଲିଗଲା ଜୀବନ

ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ…

1 hour ago