ମୁସିଲିମ୍‌ ହୋଇଥିବା କାରଣରୁ ବଡି-ବିଲ୍ଡିଂ ପ୍ରତିଯୋଗୀତାରେ ପିନ୍ଧିନଥିଲେ ବିକିନୀ, ଜାଣନ୍ତୁ ତାପରେ କଣ ହୋଇଥିଲା

ଢାକା: ଗତ ରବିବାର ବାଂଗଲାଦେଶରେ ଏକ ନୂଆ ଇତିହାସ ଦେଖିବାକୁ ମିଳିଛି, ଯାହା ପ୍ରଥମ ଥର ପାଁ ଏହି ଦେଶ ମହିଳା ବଡି-ବିଲ୍ଡିଂ ପ୍ରତିଯୋଗୀତାର ଆୟୋଜନା କରାଯାଇଥିଲା। ଢାକାରେ ଆୟୋଜିତ ଏହି ପ୍ରତିଯୋଗୀତାରେ ୧୯ ବର୍ଷର ଛାତ୍ରୀ ଅେଓ୍ଵାନା ରହମାନ ଜିତିଛନ୍ତି। ସବୁଠାରୁ ବିଶେଷ କଥା ହେଉଛି ଅେଓ୍ଵାନା ରହମାନ ବିନା ମସଲ୍ସ ଦେଖାଇ ମଧ୍ର ପ୍ରତିଯୋଗୀତାରେ ବିଜେତା ହୋଇପାରିଛନ୍ତି। ରିପୋର୍ଟ ଅନୁଯାୟୀ ବାଂଗଲାଦେଶ ମୁସଲିମ୍‌ ବହୁଳ ଦେଶ, ଯେଉଁ କାରଣରୁ ପ୍ରଥମ ମହିଳା ବଡି ବିଲ୍ଡିଂ ପ୍ରତିଯୋଗୀତାରେ ବିକିନୀ ପିନ୍ଧିବାର ନିୟମ ନଥିଲା। ଡ୍ରେସ୍‌ କୋର୍ଡ ଅନୁଯାୟୀ ସମସ୍ତ ୨୯ ଜଣ ମହିଳା ପ୍ରତିଯୋଗୀ ଶରୀର ଘୋଡାଇ ନିଜର ମସଲ୍ସ ପୋଜ୍‌ କରିଥିଲେ। ଯାହା ମଧ୍ୟରେ ଅହୋନା ରହମାନ ବିଜେତା ହୋଇଛନ୍ତି।

awhonarahmanସୂଚନା ମୁତାବକ ତିନି ଦିନ ଧରି ଚାଲିଥିବା ଏହି ବଡି –ବିଲ୍ଡିଂ ପ୍ରତିଯୋଗୀତା ଦେଖିବା ପାଇଁ ଢାକାରେ ଶହ ଶହ ଲୋକ ଏକାଠି ହୋଇଥିଲେ। ନିଜର ଏହି ବିଜୟକୁ ନେଇ ଅହୋନା ରହମାନ ଖୁସି ହେବା ସହ କହିଛନ୍ତି, ମୁଁ ଏଥିପାଇଁ ଖୁବ୍‌ ପରିଶ୍ରମ କରିଥିଲି। ବିଜେି ହୋଇ ମଧ୍ୟ ମୁଁ ବହୁତ ଖୁସି ଅଛି। ଏଭଳି ପ୍ରତିଯୋଗୀତାରେ ମୁଁ ବିଜେତା ହେବା ନେଇ ଏଭଳି ଭାବନା କେବେ ବି ମୋ ମନକୁ ଆସିନଥିଲା। ଏହି ପ୍ରତିଯୋଗୀତା ପାଇଁ ଆମମାନଙ୍କୁ ବିଶେଷ ଡ୍ରେସ୍‌ କୋର୍ଡ ମଧ୍ୟ ଦିଆଯାଇଥିଲା।

awana-ରିପୋର୍ଟ ଅନୁଯାୟୀ ଅହୋନା ରହମାନଙ୍କ ଭାଇ ମଧ୍ୟ ଜଣେ ପ୍ରଖ୍ୟାତ ବଡି-ବିଲ୍ଡର। ତାଙ୍କ ନିଜର ମଧ୍ୟ ଜିମ୍‌ ରହିଛି। ସେ ଅେଓ୍ଵାନାଙ୍କୁ ବଡି-ବିଲ୍ଡର ହେବା ପାଇଁ ଉତ୍ସାହିତ କରିଥିଲେ। ଏହିକାରଣରୁ ଅହୋନା ତାଙ୍କ ଜିତ୍‌ ର ଶ୍ରେୟ ନିଜ ବଡ ଭାଇଙ୍କୁ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.