Below header

ଏହି ୪ ଜଣ ହେବେ ‘ବିଗ୍‌ ବସ୍‌ ୧୩’ର ଫାଇନାଲିଷ୍ଟ୍‍, ଟୁଇଟ୍‌ କରି ଜଣାଇଲେ KRK

ବିଗ୍‌ ବସ୍‌ ୧୩ ଏକ ରୋମାଞ୍ଚକ ମୋଡରେ ଆସି ପହଞ୍ଚିଛି। ଶୋ’କୁ ନେଇ ଫ୍ୟାନ୍ସ, ସେଲିବ୍ରିଟିଙ୍କ ମଧ୍ୟରେ ଖୁବ୍‌ କ୍ରେଜ ଦେଖିବାକୁ ମିଳୁଛି। କଣ୍ଟେଷ୍ଟେଟ୍‌ମାନେ ଶୋ’ରେ ରହିବା ଏବଂ ଏହି ସିଜନର ଟାଇଟଲ୍‌ ଜିତିବା ପାଇଁ ପରସ୍ପରକୁ କଡ଼ା ଟକ୍କର ଦେଉଛନ୍ତି। ସେପଟେ ବିଗ୍‌ ବସ୍‌ ହାଉସ୍‌ ବାହାରେ ମଧ୍ୟ ସେଲିବ୍ରିଟି ଏବଂ ଫ୍ୟାନ୍‌ମାନେ ନିଜ ନିଜର ଫେଭୋରାଇଟ୍‌ ପ୍ରତିଯୋଗୀଙ୍କୁ ଜିତାଇବା ପାଇଁ ସେମାନଙ୍କୁ ସପୋର୍ଟ କରୁଛନ୍ତି।

big4

କେଆର୍‌କେ କ’ଣ କହିଛନ୍ତି?

ଶୋ’ ଦିନକୁ ଦିନ ଯେମିତି ଆଗକୁ ବଢ଼ୁଛି, ଦର୍ଶକଙ୍କ ଭିତରେ ଆହୁରି ଉତ୍ସୁକତା ବଢ଼ିବାରେ ଲାଗୁଛି। କିଏ ହେବେ ବିଗ୍‌ ବସ୍‌ ୧୩ର ଓ୍ଵିନର, ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗିରହିଛି।

big1

ଏବେ ଏବେ କେଆର୍‌କେ ନିଜର ଏକ ଟୁଇଟରେ ବିଗ୍‌ ବିସ୍‌ ସିଜନ୍‌ ୧୩ର ଟପ୍‌ ୪ ପ୍ରତିଯୋଗୀ ଏବଂ ଓ୍ଵିନରଙ୍କ ନାଁ କହିଛନ୍ତି। କେଆର୍‌କେ ଟୁଇଟ୍‌ କରି କହିଛନ୍ତି, ‘ଏହି ୪ଜଣ ସେଲିବ୍ରିଟି ଅସୀମ୍‌ ରିୟାଜ୍‌, ସିଦ୍ଧାର୍ଥ ଶୁକ୍ଳା, ରଶ୍ମି ଦେଶାଇ ଓ ଶେହନାଜ୍‌ ଗିଲ୍‌ ବିଗ୍‌ ବସ୍‌ ୧୩ର ଫାଇନାଲିଷ୍ଟ ଅଟନ୍ତି। ଏ ସମସ୍ତଙ୍କୁ ଶୁଭେଚ୍ଛା। ଶୋ’ର ଓ୍ଵିନର ସିଦ୍ଧାର୍ଥ ଶୁକ୍ଳା ହେବେ। କାହିଁକି ନା, ତାଙ୍କୁ କଲର୍ସ, ମନିଷ ଶର୍ମା ଏବଂ ସଲ୍‌ମାନ ଖାନ୍‌ ପୂର୍ବରୁ ହିଁ ଓ୍ଵିନର ପାଇଁ ଫିକ୍ସ କରିସାରିଛନ୍ତି।


big2

କହି ରଖୁଛୁ କି, ବିଗ୍‌ ବସ୍‌ର ପୂର୍ବ ସିଜନରେ ଭାଗ ନେଇସାରିଥିବା କେଆର୍‌କେ ଶୋ’କୁ ଖୁବ୍‌ ନିକଟରୁ ଫଲୋ କରୁଛନ୍ତି। ସେ ପ୍ରାୟତଃ ଶୋ’ ଏବଂ ପ୍ରତିଯୋଗୀମାନଙ୍କୁ ନେଇ ନିଜର ମତ ରଖିଥାଆନ୍ତି। ବିଗତ ଦିନରେ କେଆର୍‌କେ ସିଦ୍ଧାର୍ଥ ଓ ରଶ୍ମିଙ୍କ ସମ୍ପର୍କକୁ ନେଇ ବଡ଼ ଖୁଲାସା କରିଥିଲେ। ଏବେ କେବଳ ଦେଖିବାକୁ ଅଛି, ବିଗ୍‌ ବସ୍‌ର ଫାଇନାଲିଷ୍ଟ ଏବଂ ଶୋ’ର ଓ୍ଵିନରଙ୍କୁ ନେଇ କେଆର୍‌କେଙ୍କ ଦାବି କେତେ ସଫଳ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.