କ୍ରୀଡା

ଆଇପିଏଲ୍‌ ମିଡିଆ ରାଇଟ୍ସ ନିଲାମୀ, ବିସିସିଆଇକୁ ମିଳିବ ୫୦-୬୦ କୋଟି ଟଙ୍କା

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆଇପିଏଲ୍‌ର ଆଗାମୀ ୫ ବର୍ଷ ପାଇଁ ମିଡିଆ ରାଇଟସ୍‌ର ନିଲାମୀ କରିଛି। ଆଇପିଏଲ ମିଡିଆ ରାଇଟ୍ସ ପାଇଁ ଇ-ନିଲାମୀ ମୁମ୍ବାଇରେ ରବିବାର ଜୁନ ୧୨ରେ ଆରମ୍ଭ ହୋଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ୨୦୨୩-୨୭ ପାଞ୍ଚ ବର୍ଷ ପାଇଁ ମିଡିଆ ରାଇଟ୍ସ ଟିଭି ଏବଂ ଡିଜିଟାଲ୍ ଅଧିକାର ପାଇଁ ନିଲାମ କରୁଛି । ଏହି ନିଲାମୀରେ ଦୁନିଆର ଅନେକ ବଡ କମ୍ପାନୀ ସାମିଲ ହୋଇଛି। ଏ ପର୍ଯ୍ୟନ୍ତ ବିଡିଂର ଡାକରା ୪୨ ହଜାର କୋଟି ପାର କରି ସାରିଛି । ଅର୍ଥାତ ଆଇପିଏଲର ଗୋଟିଏ ମ୍ୟାଚର ମୂଲ୍ୟ ୧୦୦ କୋଟିରୁ ଅଧିକ ହୋଇ ସାରିଛି ।

ଆଇପିଏଲ୍‌ ମିଡିଆ ରାଇଟ୍ସ ହାସଲ କରିବା ପାଇଁ ରିଲାଏନ୍ସ ଗ୍ରୁପ, ଭାଇକମ-୧୭, ଡିଜନୀ ହଟଷ୍ଟାର ନେଟଓ୍ଵାର୍କ, ସୋନୀ ସ୍ପୋଟର୍ସ ନେଟଓ୍ଵାର୍କ ସହିତ ଜି ଗ୍ରୁପ, ଟାଇମ୍ସ ଇଣ୍ଟରନେଟ, ସୁପରସ୍ପୋଟର୍ସ ଏବଂ ଫନଏସିଆ ସାମିଲ ହୋଇଛି। ଆମାଜନ ମଧ୍ୟ ଏଥିରେ ସାମିଲ ରହିଥିଲା। କିନ୍ତୁ ଦୁଇଦିନ ପୂର୍ବରୁ ନିଲାମୀରୁ ନିଜ ନାମକୁ ଫେରାଇ ନେଇଛି ଆମାଜନ।

ଆଜି ଏହି ଅର୍ଥ ପରିମାଣ ଆହୁରି ବଢିବାର ଆଶା କରାଯାଉଛି । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଆଇପିଏଲର ପ୍ରସାରଣ ଅଧିକାର ପାଇବା ପାଇଁ ୧୪ କମ୍ପାନୀ ନିଲାମରେ ସାମିଲ୍ ହୋଇଥିଲେ । ଶେଷରେ ଷ୍ଟାର ଇଣ୍ଡିଆ ୧୬ ହଜାର ୩୩୭ କୋଟି ଟଙ୍କାରେ ପ୍ରସାରଣ ଅଧିକାର ହାସଲ କରିବାରେ ସଫଳ ହୋଇଥିଲା ।

picture credit- Zee news

ମିଡିଆ ରାଇଟ୍ସ ପାଇଁ ଏଥର ୧୨ କମ୍ପାନୀ ଟେଣ୍ଡର ଫର୍ମ କିଣିଥିଲେ । ବର୍ତ୍ତମାନ ୭ କମ୍ପାନୀ ନିଲାମୀ ଡାକରାରେ ରହିଛନ୍ତି । ସମସ୍ତ ବିଡ୍ସ ଶେଷ ହେବା ପର୍ଯ୍ୟନ୍ତ ନିଲାମ ଜାରି ରହିବ । କିଣା ଯାଇଥିବା ରାଇଟ୍ସ ଆଇପିଏଲର ୫ ସିଜିନ ପାଇଁ ପ୍ରସାରଣ କରିବ । ଏଥର ମିଡିଆ ରାଇଟ୍ସରୁ ବିସିସିଆଇ ୫୦ ହଜାରରୁ ୬୦ ହଜାର କୋଟି ଟଙ୍କା ଆୟ କରିବ ବୋଲି ଆଶା ରଖିଛି ।

ଆଇପିଏଲ ରାଇଟ୍ସ ପାଇଁ ଚାରୋଟି ପ୍ୟାକେଟ୍ ଉପଲବ୍ଧ ରହିଛି । ପ୍ୟାକେଜ୍ ଏରେ କେବଳ ଭାରତୀୟ ଉପ ମହାଦ୍ୱୀପ ପାଇଁ ଟିଭିରେ ପ୍ରସାରଣ ଅଧିକାର ମିଳିବ । ପ୍ୟାକେଜ୍ ବିରେ ଡିଜିଟାଲ୍ ରାଇଟ୍ସ ଦିଆଯିବ ଯାହା କେବଳ ଭାରତୀୟ ଉପ ମହାଦ୍ୱୀପରେ ପ୍ରସାରଣ କରିବ। ପ୍ୟାକେଜ୍ ସିରେ ସୀମିତ ମ୍ୟାଚ୍ ପାଇଁ କେବଳ ଭାରତୀୟ ଉପ ମହାଦ୍ୱୀପରେ ପ୍ରସାରଣ ଅଧିକାର ମିଳିବ ।

ଆଇପିଏଲ୍‌ ମିଡିଆ ରାଇଟ୍ସ ଗତ ନିଲାମୀ ୨୦୧୭ ରେ ହୋଇଥିଲା। ସେତେବେଳେ ଷ୍ଟାର ଇଣ୍ଡିଆ ୨୦୨୨ ପର୍ଯ୍ୟନ୍ତ ମିଡିଆ ରାଇଟ୍ସକୁ ୧୬,୩୪୭.୫୦ କୋଟି ଟଙ୍କାରେ କିଣିଥିଲା। ଏହା ପୂର୍ବରୁ ୨୦୦୮ରେ ସୋନୀ ପିକଚର୍ସ ନେଟଓ୍ଵାର୍କ ଏହାକୁ ୮୨୦୦ କୋଟି ଟଙ୍କାରେ ନିଲାମୀରୁ କିଣିଥିଲା।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

14 mins ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

1 hour ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

2 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

2 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

2 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

3 hours ago