Categories: କ୍ରୀଡା

ବିସିସିଆଇର କଠୋର ନିଷ୍ପତ୍ତି, ବିଶ୍ବକପ୍‌ ବେଳେ ମାତ୍ର ୧୫ ଦିନ ଖେଳାଳିଙ୍କ ସାଙ୍ଗରେ ରହିବେ ସ୍ତ୍ରୀ ଏବଂ ପ୍ରେମିକା

ନୂଆଦିଲ୍ଲୀ : ପ୍ରତି କ୍ଷେତ୍ରରେ ଶୃଙ୍ଖଳା ଜରୁରୀ । ଆଉ ଯଦି ବିଶ୍ୱ କପ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ହୁଏ ତେବେ ତ ଖେଳାଳିମାନଙ୍କ ପାଇଁ ଶୃଙ୍ଖଳା ଓ ସଂଯମତା ନିହାତି ଆବଶ୍ୟକ । ସେଥିଲାଗି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ଼ (ବିସିସିଆଇ) ନେଇଛି କିଛି କଠୋର ପଦକ୍ଷେପ । ଆସନ୍ତା ମେ ୩୦ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ଆୟୋଜିତ ହେବ ଆଇସିସି କ୍ରିକେଟ୍‌ ବିଶ୍ୱକପ । ଏନେଇ ଖେଳାଳିମାନେ ତାଙ୍କ ସାଙ୍ଗରେ ନେଉଥିବା ପତ୍ନୀ ଓ ପ୍ରେମିକା ବା ‘‘WAGS (wives and girlfriends) ଙ୍କ ସମ୍ପର୍କରେ ତାର ନିୟମ ପରିବର୍ତ୍ତନ କରିଛି ବିସିସିଆଇ । ସେମାନେ ପୂରା ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନଙ୍କ ସହ ରହିବେ ନାହିଁ । ଖେଳାଳିଙ୍କ ପରିବାରର କୌଣସି ବ୍ୟକ୍ତି, ପ୍ରେମିକା କିମ୍ବା ପତ୍ନୀ ବିଶ୍ୱକପ ଆୟୋଜନ ବେଳେ ସେମାନଙ୍କ ସହ ୧୫ ଦିନରୁ ଅଧିକ ସମୟ ରହି ପାରିବେ ନାହିଁ ।

ସୂଚନା ଅନୁଯାୟୀ, ଟିମ୍‌ ଇଣ୍ଡିଆ ବ୍ରିଟେନ ଗସ୍ତ ପରେ ପ୍ରଥମ ୨୦ ଦିନ ଖେଳାଳିଙ୍କୁ ନିଜ ‘‘WAGSଙ୍କ ଠାରୁ ଦୂରେଇ ରହିବାକୁ ପଡ଼ିବ । ପରେ ଟୁର୍ନାମେଣ୍ଟ ସମୟରେ ଯଥା ସମ୍ଭବ ୧୫ ଦିନ ପାଇଁ ପରିବାର ସଦସ୍ୟ ଖେଳାଳିଙ୍କ ସହ ରହି ପାରିବେ । ବିସିସିଆଇର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଭାରତୀୟ ଟିମ୍‌ ମେ ୨୨ ତାରିଖରେ ବ୍ରିଟେନ ଗସ୍ତରେ ଯିବ । ତେବେ ଖେଳାଳିଙ୍କ ପରିବାର ସଦସ୍ୟ ଅର୍ଥାତ WAGS ଟିମ୍‌ ବସ୍‌ରେ ଯିବେ ନାହିଁ । ସେମାନେ ଅଲଗା ବସ୍‌ କିମ୍ବା ଇଚ୍ଛା ଅନୁସାରେ ଅଲଗା ଗାଡ଼ିରେ ଯାତ୍ରା କରିବେ। କାରଣ ସମସ୍ତ ଖେଳାଳି ଏକା ସଙ୍ଗରେ ଗୋଟିଏ ବସ୍‌ରେ ଯାତ୍ରା କରିବେ। ଗତଥର ଇଂଲଣ୍ଡ ଗସ୍ତ ବେଳେ ଭାରତୀୟ ଖେଳାଳିମାନେ ନିଜ ପତ୍ନୀ ଏବଂ ପ୍ରେମିକାଙ୍କ ସହ ଟିମ ବସ୍‌ରେ ଯାତ୍ରା କରିଥିଲେ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago