Photo credit: Sports Tiger
ବେଲଜିୟମ ଫୁଟବଲ ମ୍ୟାଚରେ ସମୟରେ ଅଘଟଣ । ଗୋଲକିପର ଅର୍ନି ଏସ୍ପିଲ ୨୫ ବର୍ଷରେ ଜୀବନ ହାରିଛନ୍ତି । ପେନାଲିଟ ଗୋଲକୁ ବଞ୍ଚାଇବା ଚକ୍କରରେ ତାଙ୍କର ମୃତ୍ୟୁହୋଇଛି । ତାଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରାଯିବା ସତ୍ତ୍ୱେ ମଧ୍ୟ ତାଙ୍କ ଜୀବନ ରକ୍ଷା କରାଯାଇପାରିନାହିଁ । ତାଙ୍କର ଆକସ୍ମିକ ମୃତ୍ୟୁରେ ସମଗ୍ର ଖେଳ ଜଗତରେ ଶୋକର ଛାୟା ଖେଳିଯାଇଛି ।
ରିପୋର୍ଟ ମୁତାବକ, ବେଲଜିୟମର େଓ୍ଵଷ୍ଟ ବ୍ରେବେଣ୍ଟର ହେଙ୍କେଲ ସ୍ପୋର୍ଟ ବି ସେକେଣ୍ଡ ଡିଭିଜନ ଟିମ୍ । େଓ୍ଵଷ୍ଟ୍ରୋଜେବେକକୁ ପେନାଲିଟ ସୁଯୋଗ ମିଳିଥିଲା । ସେତେବେଳେ ଟିମ ୨-୧ରେ ଆଗୁଆ ଥିଲା। ଆଉ ଏହି ପେନାଲିଟ ଗୋଲକୁ ବଞ୍ଚାଇବା ପାଇଁ ଅର୍ନି ଏସ୍ପିଲ ଚେଷ୍ଟା କରିଥିଲେ । ଆଉ ଗୋଲ ବଞ୍ଚାଇବା ସମୟରେ ତଳେ ପଡିଯାଇଥିଲେ । ପରେ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଡାକ୍ତର କହିବାନୁଯାୟୀ, ତାଙ୍କର ମୃତ୍ୟୁ କିପରି ହୋଇଛି ଜଣାପଡିନାହିଁ। ମୃତଦେହକୁ ବ୍ୟବଚ୍ଛେଦ କରାଯିବ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ତେବେ ଏସ୍ପିଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ୧୦୦୦ରୁ ଅଧିକ ଲୋକ ପହଞ୍ଚିଥିଲେ ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…