ବେଲଜିୟମ ଫୁଟବଲ ମଇଦାନରେ ଅଘଟଣ, ଗୋଲ ବଞ୍ଚାଇବା ଚକ୍କରରେ ୨୫ ବର୍ଷୀୟ ଗୋଲକିପରଙ୍କର ମୃତ୍ୟୁ

ଗୋଲ ବଞ୍ଚାଇବା ବେଳେ ଚାଲିଗଲା ଗୋଲକିପରଙ୍କ ଜୀବନ । ବେଲଜିୟମର ଫୁଟବଲ ମ୍ୟାଚ ସମୟରେ ଏଭଳି ଘଟଣା ଘଟିଛି। ୨୫ ବର୍ଷୀୟ ଅର୍ନି ଏସ୍ପିଲ ପେନାଲିଟ ଗୋଲ ବଞ୍ଚାଇବା ଚକ୍କରରେ ଜୀବନ ହାରିଛନ୍ତି ।

ବେଲଜିୟମ ଫୁଟବଲ ମ୍ୟାଚରେ ସମୟରେ ଅଘଟଣ । ଗୋଲକିପର ଅର୍ନି ଏସ୍ପିଲ ୨୫ ବର୍ଷରେ ଜୀବନ ହାରିଛନ୍ତି । ପେନାଲିଟ ଗୋଲକୁ ବଞ୍ଚାଇବା ଚକ୍କରରେ ତାଙ୍କର ମୃତ୍ୟୁହୋଇଛି । ତାଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରାଯିବା ସତ୍ତ୍ୱେ ମଧ୍ୟ ତାଙ୍କ ଜୀବନ ରକ୍ଷା କରାଯାଇପାରିନାହିଁ । ତାଙ୍କର ଆକସ୍ମିକ ମୃତ୍ୟୁରେ ସମଗ୍ର ଖେଳ ଜଗତରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ ମୁତାବକ, ବେଲଜିୟମର େଓ୍ଵଷ୍ଟ ବ୍ରେବେଣ୍ଟର ହେଙ୍କେଲ ସ୍ପୋର୍ଟ ବି ସେକେଣ୍ଡ ଡିଭିଜନ ଟିମ୍‌ । େଓ୍ଵଷ୍ଟ୍ରୋଜେବେକକୁ ପେନାଲିଟ ସୁଯୋଗ ମିଳିଥିଲା । ସେତେବେଳେ ଟିମ ୨-୧ରେ ଆଗୁଆ ଥିଲା। ଆଉ ଏହି ପେନାଲିଟ ଗୋଲକୁ ବଞ୍ଚାଇବା ପାଇଁ ଅର୍ନି ଏସ୍ପିଲ ଚେଷ୍ଟା କରିଥିଲେ । ଆଉ ଗୋଲ ବଞ୍ଚାଇବା ସମୟରେ ତଳେ ପଡିଯାଇଥିଲେ । ପରେ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଡାକ୍ତର କହିବାନୁଯାୟୀ, ତାଙ୍କର ମୃତ୍ୟୁ କିପରି ହୋଇଛି ଜଣାପଡିନାହିଁ। ମୃତଦେହକୁ ବ୍ୟବଚ୍ଛେଦ କରାଯିବ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ତେବେ ଏସ୍ପିଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ୧୦୦୦ରୁ ଅଧିକ ଲୋକ ପହଞ୍ଚିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.