ଜବରଦସ୍ତ ଫିଚରରେ ଆସୁଛି Galaxy Book 3 Ultra, ୧୫ ମାର୍ଚ୍ଚରୁ ବଜାରରେ ହେବ ଉପଲବ୍ଧ

ଗାଲେକ୍ସି ବୁକ୍‌ 3 ଅଲଟ୍ରା ଲାପଟପର ପ୍ରିବୁକିଙ୍ଗ ଘୋଷଣା କରିଛି କମ୍ପାନୀ । ଉଭୟ Intel Core i9 ଓ i7 processorsରେ ଉପଲବ୍ଧ ହେବ । ଏଥିରେ ଆପଣ୧୬ ଇଞ୍ଚର3K OLED ଡିସପ୍ଲେ ପାଇପାରିବେ । ସେହିପରି ଏଥିରେ 1 ଚିବି ପର୍ଯ୍ୟନ୍ତ ଷ୍ଟୋରେଜ ମିଳିବ ।

କେନ୍ୟୁଜ୍‌(ବ୍ୟୁରୋ): ସାଉଥ କୋରିଆନ ଟେକ ଜିଆଣ୍ଟ ସାମସଙ୍ଗ । ନୂଆକରି ଲଞ୍ଚ କରିଥିବା ଗାଲେକ୍ସି ବୁକ୍‌ 3 ଅଲଟ୍ରା ଲାପଟପର ଭାରତରେ ପ୍ରିବୁକିଙ୍ଗ ଘୋଷଣା କରିଛି କମ୍ପାନୀ । ଜବରଦସ୍ତ ଫିଚରରେ ଏହା ବଜାରକୁ ଆସିବାକୁ ଯାଉଛି । ଆସନ୍ତୁ ଜାଣିବା ଏହାର କଣ ସବୁ ଫିଚର ରହିଛି ।

ପ୍ରୋସେସର କଥା ଯଦି ଦେଖିବା ଏହା ଦୁଇଟି ଭାରିଆଣ୍ଟରେ ଉପଲବ୍ଧ ହେବ । ଉଭୟ 13 ଜେନେରେସନ Intel Core i9 processors ଓ Intel Core i7 processors । i9 ପ୍ରୋସେସରରେ NVIDIA GeForce RTX 4070 ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ ରହିଛି । ସେହିପରି i7 ପ୍ରୋସେସରରେ NVIDIA GeForce RTX 4050 ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ ରହିଛି । ଏହି ଲାପଟପରେ ଆପଣ ଏକ ଅପଗ୍ରେଡେଡ ସେଣ୍ଟ୍ରାଲ ପ୍ରୋସିସିଂ ୟୁନିଟ ପାଇପାରବେ । ଯାହା ଏହାର କାର୍ଯ୍ୟଦକ୍ଷତାକୁ ଆହୁରି ବଢାଇ ଦେବ । ଏହି ଲାପଟକୁ ବିଶେଷକରି ଗେମିଂ ଓ କଣ୍ଟେଣ୍ଟ କ୍ରିଏସନ ପାଇଁ ବ୍ୟବହାର କରାଯାଇ ପାରିବ ।

ଷ୍ଟୋରେଜ କଥା ଯଦି ଦେଖିବା । i7 ପ୍ରୋସେସରରେ ଆପଣଙ୍କୁ 16GB RAM ଓ 512GB ଷ୍ଟୋରେଜ ମିଳିବ । ଏହାକୁ ଆପଣ 1TB ପର୍ଯ୍ୟନ୍ତ ଅପଗ୍ରେଡ କରିପାରିବେ । ସେହିପରି i9 ପ୍ରୋସେସରରେ ଆପଣଙ୍କୁ 32GB RAM ଓ 512GB ଷ୍ଟୋରେଜ ମିଳିବ । ଉଭୟ ଭର୍ଜନWindows 11 Home ଅପରେଟିଂ ସିଷ୍ଟମରେ ଚାଲିବ ।
ଗ୍ରାଫାଇଟ ରଙ୍ଗରେ ଏହା ଭାରତୀୟ ବଜାରରେ ମିଳିବ । ଯାହା ଲାପଟପକୁ ଏକ ଭଲ ଲୁକ ପ୍ରଦାନ କରିବ । ଏହା ବହୁତ ଥିନ ଓ ଲାଇଟ ଫର୍ମରେ ବଜାରକୁ ଆସିଛି । ଏହାର ମୋଟେଇ ୧୬.୫ ମିଲିମିଟର ରହିଛି । ସେହିପରି ଏହାର ଓଜନ ୧.୭୯ କିଲୋଗ୍ରାମ ରହିଛି । ଏହାସହ ଏଥିରେ ଆଲୁମିନିୟମ ଫ୍ରେମ ରହିଛି । ଏଥିରେ ଆପଣ୧୬ ଇଞ୍ଚର3K OLED ଡିସପ୍ଲେ ପାଇପାରିବେ ।

ଏବେ ଆସନ୍ତୁ ଜାଣିବା ଏହା କେବେଠୁ ବଜାରରେ ଉପଲବ୍ଧ ହେବ । ଏହା ୧୫ ମାର୍ଚ୍ଚରୁ ବଜାରରେ ଉପଲବ୍ଧ ହେବ । ସାମସଙ୍ଗର ଅଫିସିଆଲ େଓ୍ଵବସାଇଟ ସହ ରିଟେଲ ଷ୍ଟୋରରୁ କିଣି ପାରିବେ ଆପଣ । ଏଥିରେ ଗ୍ରାହକଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବେକ ମିଳିବ । ଏହାସହ ଏଥିରେ ୨୪ ମାସିଆ no-cost EMI ର ସୁବିଧା ରହିଛି । ସେହିଭଳି ସ୍ୱତନ୍ତ୍ର ପ୍ରି ବୁକ ଅଫର ଜରିଆରେ Samsung M8 Smart Monitor ଉପରେ ୧୯୯୯ ଟଙ୍କାର ରିହାତି ପାଇପାରିବେ ଗ୍ରାହକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.