ବରର ବାଟବରଣ ପାଇଁ ଠିଆ ହୋଇଥିବା କନ୍ଯା ଯାତ୍ରୀଙ୍କ ଉପରକୁ ମାଡିଗଲା ସ୍କର୍ପିଓ: ୩ ମୃତ, ୧୫ ଆହତ

ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁ ଛକ ନିକଟରେ ୫୦ ରୁ ଅଧିକା କନ୍ଯା ଯାତ୍ରୀ ବିବାହର ବାଟବରଣ ଲାଗି ଠିଆ ହୋଇଥିବା ବେଳେ ମାଡ଼ିଗଲା ସ୍କର୍ପିଓ ୩ ମୃତ, ୧୫ ଆହତ।

ବ୍ରହ୍ମପୁର(କେନ୍ୟୁଜ):ମୃତ୍ୟୁ କେତେବେଳେ କାହାକୁ କେଉଁଠି ଅପେକ୍ଷା କରିଥାଏ, ତାହା କାହାକୁ ଜଣାନଥାଏ। ଠିକ୍‌ ଏମିତି ଜଗି ବସିଥିଲା ଯମ, ଆଉ ବାହାଘର ଉତ୍ସବରେ ଯୋଗ ଦେଇଥିବାବେଳେ ଚାଲିଗଲା ଜୀବନ। ବରକୁ ବରଯାତ୍ରୀ ପାଖେଇ ଆସୁଥିଲେ । ଏପଟେ ବରକୁ ପାଛୋଟି ନେବା ପାଇଁ କନ୍ଯା ଯାତ୍ରୀବି ସବୁ ପ୍ରସ୍ତୁତି ସାରିଥିଲେ । କେଇ ମିନିଟ୍ ଭିତରେ ବର ଆସି ପହଁଛିଥାନ୍ତା। ହେଲେ ଖୁସିର ମାହୋଲରେ ହଠାତ୍ ଘୋଟେଇ ଆସିଲା ଦୁଃଖର କଳା ବାଦଲ। ନିମିଷକରେ ସବୁ ଖୁସି ଭାଙ୍ଗି ରୁଜି ଚୁରମାର କରି ଦେଲା।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁ ଛକ ନିକଟରେ। ଯେଉଁଠାରେ ଘଟଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଉ ଏହି ଦୁର୍ଘଟଣା ନେଇଛି ତିନି ତିନୋଟି ମୂଣ୍ଡ। ଖାଲି ସେତିକି ନୁହେଁ ୧୫ ରୁ ଅଧିକ ଲୋକ ଆହାତ ମଧ୍ଯ ହୋଇଛନ୍ତି। ଏକ ବାହାଘର ପରିବେଶ ଭିତରେ ଘଟିଛି ଏହି ଅଘଟଣ। ରାସ୍ତା କଡ଼ରେ ୫୦ ରୁ ଅଧିକା କନ୍ଯା ଯାତ୍ରୀ ବରର ବାଟବରଣ ଲାଗି ଠିଆ ହୋଇଥିଲେ। ବାସ୍ ଏତିକିବେଳେ କିଏ କିଛି ଭବିଲାବେଳକୁ ଦୃତ ଗତିରେ ଏକ ସ୍କର୍ପିଓ ଗାଡ଼ି ମାଡିଆସିଲା ବାଟବରଣ ଲାଗି ଠିଆ ହୋଇଥିବା କନ୍ଯା ଯାତ୍ରୀଙ୍କ ଉପରକୁ। ହଠାତ୍ କିଏ କିଛି ବୁଝିପାରିନଥିଲେ। ହେଲେ ବୁଝିବାବେଳକୁ ଘଟଣାସ୍ଥଳରେ ୩ଜଣଙ୍କର ପ୍ରାଣ ବାୟୁ ଉଡିଯାଇଥିଲା ।

accident

ଯାହା ସୂଚନା ମିଳିଛି, ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ଅଞ୍ଚଳରୁ ଏକ କନ୍ଯା ଯାତ୍ରୀ ମାଣ୍ଡିଆପଲ୍ଲୀ ଗାଁକୁ ବିବାହ କରିବା ଲାଗି ଯାଇଥିଲେ । ଗାଁରେ ବରର ବିବାହ ପ୍ରୋସେସନ ସରିବା ପରେ ରାସ୍ତା କଡ଼ର ଉଭୟ ପକ୍ଷର ବାଟବରଣ କରିବା ଲାଗି ସଜବାଜ ହେଉଥିଲେ । ଠିକ୍‌ ଏହି ସମୟରେ ଗୋପାଳପୁର ପଟୁ ଏକ ସ୍କର୍ପିଓ ଗାଡ଼ି ଦୃତ ଗତିରେ ଆସି ଲୋକଙ୍କ ଉପରେ ମାଡିଯାଇଥିଲା । ତେବେ ଦୁର୍ଘଟଣା ଘଟାଇଥିବା ପରେ ସ୍କର୍ପିଓ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରି ଗାଁ ଭିତରକୁ ପଶି ଏକ ଘରର ବାରଣ୍ଡାରେ ଧକ୍କା ଦେଇଥିଲା।ପରେ ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗାଡ଼ିରେ ବସିଥିବା ଅନ୍ଯଜଣେ ବ୍ଯକ୍ତିଙ୍କୁ ଗାଁ ଲୋକେ କାବୁ କରି ପୋଲିସକୁ ଜିମା ଦେଇଛନ୍ତି ।

ଦୁର୍ଘଟଣା ଘଟାଇଥିବା ସେହି ସ୍କର୍ପିଓ ଗାଡ଼ିକୁ ଦେଖି ଅନୁମାନ କରିହେବ ଦୁର୍ଘଟଣା କେତେ ଭୟଙ୍କର ଥିଲା। ତେବେ ଦୁର୍ଘଟଣା ପରେ ଆହାତ ମାନଙ୍କୁ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ଯରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆହାତ ମାନଙ୍କ ମଧ୍ୟରେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ମୃତ ତିନି ଜଣ ମହିଳା ଥିବା ବେଳେ, ସେମାନେ ହେଲେ ବ୍ରହ୍ମପୁର ଲା଼ଞ୍ଜିପଲ୍ଲୀ କେଶବ ନଗର ଅଞ୍ଚଳର ସ୍ବପ୍ନା ରେଡ୍ଡୀ, ସଞ୍ଜୁ ରେଡ୍ଡୀ ଓ ଭାରତୀ ରେଡ୍ଡୀ । ଗୁରୁତର ଆହାତ ଦୁଇ ଜଣ ହେଲେ ବିବାହ କାର୍ଯ୍ଯକ୍ରମର ଭିଡିଓ ଉତ୍ତୋଳନ କରୁଥିବା କ୍ଯାମେରାମ୍ଯାନ ରବିନାରାୟଣ ଦାଶ ଓ ଅନ୍ଯ ଜଣେ ସିଏଚ ରାଜେଶ ରେଡ୍ଡୀ । ତେବେ ଆହାତ ମାନେ ବ୍ରହ୍ମପୁର ମେଡିକାଲରେ ପହଞ୍ଚିବା ପରେ ମେଡିକାଲ ପକ୍ଷରୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବା ବେଳେ ତିନି ଜଣ ମୃତ୍ୟୁ ହୋଇଥିବା ଏମକେସିଜି କାଜୁଆଲିଟି ମ୍ଯାନେଜର ସୂଚନା ଦେଇଥିଲେ ।

bollero

ତେବେ  ଗତ ଦୁଇ ଦିନ ତଳେ ସମାନ ବ୍ରହ୍ମପୁରରେ ଘଟିଥିଲା ଆଉ ଏକ ଦୁର୍ଘଟଣା ।ଗତ ୧୦ ତାରିଖରେ ବ୍ରହ୍ମପୁରର ସିଏଚ.ପ୍ରଭାଲିକା ଓ ଇଚ୍ଛାପୁରର ଜି.ବେଣୁ। ବେଶ୍ ହସଖୁସିରେ ଦୁଇ ପରିବାର ଉଭୟଙ୍କ ବିବାହ କରିଥିଲେ। ଖୁବ୍ ଧୁମଧାମ୍ ରେ ଆୟୋଜନ କରାଯାଇଥିଲା ବାହାଘର। ହେଲେ ବିବାହର ୨ଦିନ ପରେ ସାଥୀ ହୋଇ ଚାଲିଯାଇଥିଲା ବରବଧୁଙ୍କ ଜୀବନ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନବଦମ୍ପତି ପ୍ରଭାଲିକା ଓ ଭେନୁଙ୍କର ମୃତ୍ଯୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.