ମିଠା ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ତାହେଲେ ଜାଣନ୍ତୁ ଏହା କେମିତି ହୁଏ ବିଷ

କଣ ଆପଣଙ୍କୁ ମିଠା ପସନ୍ଦ । ଆଉ ମିଠା ଖାଇବାର ତୁରନ୍ତ ପରେ ଆପଣ ପାଣି ପିଉଛନ୍ତି? ତାହେଲେ ହୋଇଯାନ୍ତୁ ସାବଧାନ !

କଣ ଆପଣଙ୍କୁ ମିଠା ପସନ୍ଦ । ଆଉ ମିଠା ଖାଇବାର ତୁରନ୍ତ ପରେ ଆପଣ ପାଣି ପିଉଛନ୍ତି? ତାହେଲେ ହୋଇଯାନ୍ତୁ ସାବଧାନ ! ଯଦି ଆପଣଙ୍କୁ ମିଠା ଖାଇବା ବହୁତ ପସନ୍ଦ ଏବଂ ମିଠା ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ । ମିଠା ଖାଇବା ପରେ ପାଣି ପିଇବାର ଅର୍ଥ ଏୟା ଯେ ଆପଣ ଅଚାନକ ନିଜ ବ୍ଲଡ ସୁଗାର ଲେବଲକୁ ରାଇଜ୍‌ କରିବା ପାଇଁ ମଜବୁତ କରୁଛନ୍ତି ।

ଆମେ ଦୈନନ୍ଦିନ ଜୀବନରେ ଖାଦ୍ୟପେୟକୁ ନେଇ ଏପରି ଅନେକ ଭୁଲ୍ କରିଥାଉ । ମାତ୍ର ଏହି ଭୁଲର ପରିଣାମ ଯେ କେତେ ଭୟଙ୍କର ହୋଇଥାଏ, ତାହା ଆମକୁ ଜଣାନଥାଏ । କିଛି ଲୋକ ମିଠା ଖାଇବା ପରେ ଢକଢକ କରି ପାଣି ପିଇଯାନ୍ତି । ତେବେ ଏହା ଏକ ଖରାପ ଅଭ୍ୟାସ । ଏହା ଶରୀରରେ ବିଷକ୍ରିୟା ସୃଷ୍ଟି କରିଥାଏ । ନିକଟରେ ଆମେରିକାର ସୁରୀନାମର ହୋଇଥିବା ରିସର୍ଚ୍ଚରେ ବୈଜ୍ଞାନିକମାନେ ଏ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପର୍ଦ୍ଦାଫାଶ କରିଛନ୍ତି ।

ପାଣି ସହିତ ମିଠା ଓ ବିନା ପାଣିରେ ମିଠା ଖାଉଥିବା ଲୋକଙ୍କ ବ୍ଲଡ ଶୁଗର ସ୍ତରକୁ ବିଶ୍ଲେଷଣ କରାଯାଇଥିଲା । ତେବେ ଯେଉଁ ଲୋକମାନେ ପାଣି ସହିତ ମିଠା ଖାଇଥିଲେ ସେମାନଙ୍କର ବ୍ଲଡ ଶୁଗର ସ୍ତର ଅଧିକ ରହିଥିଲା । ଏକ ରିସର୍ଚ୍ଚ ମୁତାବକ, ଆପଣ ଯେତେ ଅଧିକ ପାଣି ପିଇଥାନ୍ତି, ସେହି ଅନୁପାତରେ କମ୍ ଶୁଗର ଓ ସାଚୁରେଟେଡ ଫ୍ୟାଟରେ ଭରପୁର ଖାଦ୍ୟ ପଦାର୍ଥ ଖାଇଥାନ୍ତି । ମାତ୍ର ଏବେ ନୂଆ ରିପୋର୍ଟ ମୁତାବକ, ଖାଇବା ପରେ ପାଣି ପିଇବା ଦ୍ୱାରା ବ୍ଲଡ ଶୁଗର ଲେବଲ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇପାରେ ।

ଏଣ୍ଟୋନ ଡି କମ ବିଶ୍ୱବିଦ୍ୟାଳୟର ପକ୍ଷରୁ କରାଯାଇଥିବା ରିସର୍ଚ୍ଚରେ କେବଳ ମିଠାକୁ ସାମିଲ କରାଯାଇଥିଲା । ମାତ୍ର ଅନ୍ୟ ଖାଦ୍ୟ ପଦାର୍ଥ ଉପରେ ମଧ୍ୟ ଏହା ଲାଗୁ ହେବ ବୋଲି କୁହାଯାଇଛି । ଏଥିରେ ୩୫ ଜଣ ଲୋକଙ୍କ ରକ୍ତ ଶର୍କରାର ସ୍ତରକୁ ପରୀକ୍ଷା କରାଯାଇଥିଲା । ତେବେ ମିଠା ଖାଇବା ପରେ ପାଣି ପିଇଥିବା ଲୋକଙ୍କ ରକ୍ତରେ ଗ୍ଲୁକୋଜ ସ୍ତର ଅନ୍ୟ ଲୋକଙ୍କ ତୁଳନାରେ ଦୁଇଗୁଣ ଅଧିକ ଥିବା ଜଣାପଡ଼ିଥିଲା । ମିଠାରେ ରହିଥିବା ଗ୍ଲୁକୋଜ ପେଟ ଦ୍ୱାରା ଖାଲି ହେବା ପାଇଁ ଲାଗୁଥିବା ସମୟକୁ ଧୀମା କରିଦେଇଥାଏ । ଫଳରେ ତରଳ ପଦାର୍ଥ ଅନ୍ତ ପର୍ଯ୍ୟନ୍ତ ପହଞ୍ଚି ପାରିନଥାଏ । ତେଣୁ ଆପଣଙ୍କୁ ଶୋଷ ଲାଗିଥାଏ । ଯଦି ଆପଣ ପାଣି ପିଅନ୍ତି ତେବେ ଶୋଷ ମେଣ୍ଟି ନଥାଏ ।

ଏପରି ଦୂରେଇ ରୁହନ୍ତୁ ପାଣି ଓ ମିଠାର ସମ୍ପର୍କରୁ

ଯେତେବେଳେ ବି ଆପଣ ମିଠାଇ ଖାଉଛନ୍ତି ତାପରେ କିଛି ନମକିନ୍‌ ନିଶ୍ଚୟ ଖାଇଦିଅନ୍ତୁ ।
ମିଠା ଜିନିଷକୁ ଖାଇବା ପରେ କୁଳି ନିଶ୍ଚୟ କରନ୍ତୁ ।
ଯେତେବେଳେ ବି ମିଠା ଖାଦ୍ୟ ଖାଇବାକୁ ଇଚ୍ଛା ହେଉଛି ଆପଣ ତାହା ବଦଳରେ ଫ୍ରୁଟ୍ସ ଖାଇପାରିବେ ।
ଚକୋଲେଟ କିମ୍ବା ଟଫି ସହିତ ପାଣି ବଦଳରେ ଫ୍ରୁଟ୍ସ ନେଇପାରିବେ ।
ମିଲ୍କ ସେକ କିମ୍ବା କୋଲ୍ଡ କଫି ଯାଗାରେ ଜୁସ୍‌ ପିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.