ହକି ବିଶ୍ୱ କପ୍‌ : ପ୍ରଥମ ମ୍ୟାଚ୍‌ ଜିତିଲା ବେଲଜିୟମ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : କଳିଙ୍ଗ ଷ୍ଟାଡିୟମରେ ଆଜି ଆରମ୍ଭ ହୋଇଥିବା ହକି ବିଶ୍ୱ କପ୍‌ର ପ୍ରଥମ ମ୍ୟାଚ୍‌ରେ କାନାଡ଼ା ବିପକ୍ଷରେ ବେଲଜିୟମ ୨-୧ ଗୋଲ୍‌ରେ ବିଜୟୀ ହୋଇଛି । ୨-୦ରେ ପଛୁଆ ଥିବା କାନାଡ଼ା ଶେଷ ୫ ମିନିଟ୍‌ରେ ଘନ ଘନ ଆକ୍ରମଣ କରି ଗୋଟିଏ ଗୋଲ୍‌ ଶୁଝାଇଥିଲେ ମଧ୍ୟ ପରାଜୟ ଏଡ଼ାଇ ପାରିନଥିଲା ।
ପୁଲ୍‌ ‘ସି’ର ଏହି ମ୍ୟାଚ୍‌ରେ ଟମ୍‌ ବୁନ୍‌ ପ୍ରଥମ ଗୋଲ୍‌ କରିବା ପରେ ୨୨ ମିନିଟ୍‌ରେ ବେଲଜିୟମ୍‌ ଅଧିନାୟକ ଥୋମାସ୍‌ ବ୍ରିଏଲ୍‌ସ ଅତି ଚମତ୍କାର ଭାବେ ଦ୍ୱିତୀୟ ଗୋଲ୍‌ କରିଥିଲେ । ମଧ୍ୟାନ୍ତର ସୁଦ୍ଧା ବେଲଜିୟମ ୨-୦ରେ ଆଗୁଆ ରହିଥିଲା । ତେବେ ୪୫ତମ ମିନିଟ୍‌ରେ କାନାଡ଼ାର ସ୍କଟ୍‌ ଟପରଙ୍କ ଗୋଲ୍‌ ବ୍ୟବଧାନ କମାଇଥିଲା ।

ବିଶ୍ୱର ୩ ନମ୍ବର ଦଳ ବେଲଜିୟମ ଏହି ମ୍ୟାଚ୍‌ ଅତି ସହଜରେ ଜିତିବ ବୋଲି ଆଶା କରାଯାଉଥିଲା । ପ୍ରାୟ ୭୦ ପ୍ରତିଶତ ସମୟ ବଲ୍‌କୁ ଏହାର ଖେଳାଳି ନିଜ ନିୟନ୍ତ୍ରଣରେ ରଖିଥିଲେ । ତେବେ ପ୍ରଥମ ଭାଗରେ ପୂରା ଚାପ ପକାଇ ଖେଳିବା ପରେ ଶେଷ ଭାଗରେ କାନାଡ଼ା ପାଲଟା ଚାପ ପକାଇଥିଲା । କେବଳ ଦୁର୍ଭାଗ୍ୟକୁ ସୁଯୋଗ ସୃଷ୍ଟି କରି ମଧ୍ୟ କାନାଡ଼ା ଗୋଲ୍‌ କରି ପାରି ନଥିଲା । ଆଉ ଗୋଟିଏ ଗୋଲ୍‌ କରିଥିଲେ ମ୍ୟାଚ୍‌ ଡ୍ର ରହିଥାନ୍ତା ।
ଦ୍ୱିତୀୟ ମ୍ୟାଚ୍‌ ରାତି ୭ଟାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ।

KNews Bureau

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

22 seconds ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

11 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

19 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

35 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

44 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

53 mins ago