ହକି ବିଶ୍ୱ କପ୍‌ : ପ୍ରଥମ ମ୍ୟାଚ୍‌ ଜିତିଲା ବେଲଜିୟମ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : କଳିଙ୍ଗ ଷ୍ଟାଡିୟମରେ ଆଜି ଆରମ୍ଭ ହୋଇଥିବା ହକି ବିଶ୍ୱ କପ୍‌ର ପ୍ରଥମ ମ୍ୟାଚ୍‌ରେ କାନାଡ଼ା ବିପକ୍ଷରେ ବେଲଜିୟମ ୨-୧ ଗୋଲ୍‌ରେ ବିଜୟୀ ହୋଇଛି । ୨-୦ରେ ପଛୁଆ ଥିବା କାନାଡ଼ା ଶେଷ ୫ ମିନିଟ୍‌ରେ ଘନ ଘନ ଆକ୍ରମଣ କରି ଗୋଟିଏ ଗୋଲ୍‌ ଶୁଝାଇଥିଲେ ମଧ୍ୟ ପରାଜୟ ଏଡ଼ାଇ ପାରିନଥିଲା ।
ପୁଲ୍‌ ‘ସି’ର ଏହି ମ୍ୟାଚ୍‌ରେ ଟମ୍‌ ବୁନ୍‌ ପ୍ରଥମ ଗୋଲ୍‌ କରିବା ପରେ ୨୨ ମିନିଟ୍‌ରେ ବେଲଜିୟମ୍‌ ଅଧିନାୟକ ଥୋମାସ୍‌ ବ୍ରିଏଲ୍‌ସ ଅତି ଚମତ୍କାର ଭାବେ ଦ୍ୱିତୀୟ ଗୋଲ୍‌ କରିଥିଲେ । ମଧ୍ୟାନ୍ତର ସୁଦ୍ଧା ବେଲଜିୟମ ୨-୦ରେ ଆଗୁଆ ରହିଥିଲା । ତେବେ ୪୫ତମ ମିନିଟ୍‌ରେ କାନାଡ଼ାର ସ୍କଟ୍‌ ଟପରଙ୍କ ଗୋଲ୍‌ ବ୍ୟବଧାନ କମାଇଥିଲା ।

BELGIUM VS CANADAବିଶ୍ୱର ୩ ନମ୍ବର ଦଳ ବେଲଜିୟମ ଏହି ମ୍ୟାଚ୍‌ ଅତି ସହଜରେ ଜିତିବ ବୋଲି ଆଶା କରାଯାଉଥିଲା । ପ୍ରାୟ ୭୦ ପ୍ରତିଶତ ସମୟ ବଲ୍‌କୁ ଏହାର ଖେଳାଳି ନିଜ ନିୟନ୍ତ୍ରଣରେ ରଖିଥିଲେ । ତେବେ ପ୍ରଥମ ଭାଗରେ ପୂରା ଚାପ ପକାଇ ଖେଳିବା ପରେ ଶେଷ ଭାଗରେ କାନାଡ଼ା ପାଲଟା ଚାପ ପକାଇଥିଲା । କେବଳ ଦୁର୍ଭାଗ୍ୟକୁ ସୁଯୋଗ ସୃଷ୍ଟି କରି ମଧ୍ୟ କାନାଡ଼ା ଗୋଲ୍‌ କରି ପାରି ନଥିଲା । ଆଉ ଗୋଟିଏ ଗୋଲ୍‌ କରିଥିଲେ ମ୍ୟାଚ୍‌ ଡ୍ର ରହିଥାନ୍ତା ।
ଦ୍ୱିତୀୟ ମ୍ୟାଚ୍‌ ରାତି ୭ଟାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ।

Leave A Reply

Your email address will not be published.