ଆନ୍ଧ୍ର ୟୁନିଭର୍ସିଟିରେ କିଟ୍ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା

ଜୟପୁର (କେନ୍ୟୁଜ୍) : ସମସ୍ତଙ୍କ ପାଇଁ ଶିକ୍ଷା । ଏହି ବାର୍ତ୍ତା ନେଇ ଆନ୍ଧ୍ର ୟୁନିଭର୍ସିଟିର ୱାଇ.ଭି. ଏସ ମୂର୍ତ୍ତି ଅଡିଟୋରିୟମରେ କିଟ୍ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ୫ ଶହରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କୃତୀ ପ୍ରତିଯୋଗୀଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି । ଏହି ଅବସରରେ ଦ୍ୱିତୀୟ ପର‌୍ୟ୍ୟାୟରେ କିଟ୍ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହାକୁ ଉଦଘାଟନ କରିଥିଲେ କିଟ୍ର ରିସର୍ଚ୍ଚ ପ୍ରଫେସର ସୁଦର୍ଶନ ନନ୍ଦ ।

 

ଆଲୋଚନାଚକ୍ରରେ ଭାଇଜାକ ଷ୍ଟିଲର ଇଡି ପି.କେ ମହାପାତ୍ର, ଟାକ୍ସ କମିଶନର ସୁଶ୍ରୀ ଅପର୍ଣ୍ଣା କାମ୍ପେଲା, ଆନ୍ଧ୍ର ୟୁନିଭର୍ସିିଟିର ପ୍ରଫେସର ପି ଶ୍ରୀନିବାସ ରାଓଙ୍କ ସମେତ ଅବିଭକ୍ତ କୋରାପୁଟର କିସ୍ ନୋଡିଲା ଅଫିସର ଜ୍ଞାନେନ୍ଦ୍ର ଧଳ, କିଟର ଡେପୁଟି ଡାଇରେକ୍ଟର ପି.କେ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷା କ୍ଷେତ୍ରରେ କିସ୍ ଓ କିଟର ଅବଦାନ ଅତୁଳନୀୟ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଏହି ଶିକ୍ଷା ଭିତ୍ତିକ ଆଲୋଚନାଚକ୍ରରେ କିସର କୋଅର୍ଡିନେଟର ମାନସ ମହାନ୍ତି, ଭାଗ୍ୟସିନୀ ନନ୍ଦ, ମୌସୁମୀ ନାଏକ, ବି ସୁରେଖା, କେ.ଭି ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ ସହ ଭାଗ ନେଇଥିବା ସବୁ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା । କିସ ଓ କିଟ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଅତିଥିମାନେ ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.