Below header

ହକି ବିଶ୍ୱକପ୍ ସଚେତନତା ଓ କନ୍ୟା ରତ୍ନର ବାର୍ତ୍ତା ନେଇ ସାଇକେଲ ଯାତ୍ରା

ଭୁବନେଶ୍ବର (କେନ୍ୟୁଜ୍) : ହକି ବିଶ୍ୱକପ୍ ସଚେତନତା ଓ କନ୍ୟା ରତ୍ନର ସୁରକ୍ଷା ‘ସେଭ ଦ ଗାର୍ଲ ଚାଇଲଡ୍’ ବାର୍ତ୍ତା ନେଇ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ ଆମ ସେବା ସଂସ୍ଥାର ୪ ଜଣ ସାଇକେଲ ଆରୋହୀ । ୩୦ ଦିନରେ ୩୦ ଟି ଜିଲ୍ଲାର ୩ ହଜାର କିଲୋମିଟର ଯାତ୍ରା କରିଥିଲେ ଏହି ସାଇକେଲ ଆରୋହୀ ମାନେ ।

cycle 2

ଆମ ସେବା ଓ ରାଜ୍ୟ ସରକାର କ୍ରୀଡା ବିଭାଗ ସହଯୋଗରେ ଏହି ସାଇକେଲ ଯାତ୍ରା ଆୟୋଜନ କରାଯାଇଥିଲା । ହକି ବିଶ୍ୱ କପ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ପାଇଁ ଏହି ସାଇକେଲ ଯାତ୍ରା କରାଯାଇଥିଲା । ପୁର୍ବରୁ ଭୁବନେଶ୍ୱରରେ ସାଇକଲେ ଟ୍ରାକ ନଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ସହଯୋଗରେ ସାଇକେଲ ଟ୍ରାକ ତିଆରି ହୋଇଛି । ଏହି ଟ୍ରାକରେ ସାଇକେଲ ଆରୋହୀ ମାନେ ସାଇକେଲ ଯାତ୍ରା କରି କମିସନରେଟ କାର‌୍ୟ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.