କଟକରେ ପହଂଚିଲେ ବଲିଉଡ୍ ଟାଇଗର୍

ଭୁବନେଶ୍ବର : କମ୍ପିବ କଟକ । ବିମାନବନ୍ଦରରେ ସମସ୍ତଙ୍କୁ ଚକମା ଦେଇ ପହଂଚିଲେ ବଲିଉଡ୍ ଟାଇଗର୍ । ସିଧାସଳଖ କଟକ ବାରବାଟୀ ଷ୍ଟାଡିୟମ୍ ଯିବେ ସଲମାନ୍ । ଆଜି କଟକରେ ହକି ବିଶ୍ବକପର ଦ୍ବିତୀୟ ଉଦଘାଟନୀ ଉତ୍ସବ । ଯେଉଁଥିରେ ଯୋଗ ଦେବେ ଦବଙ୍ଗ ହିରୋ ସଲମାନ୍ ।

ତେବେ ସଲମାନଙ୍କ ଗୋଟିଏ ଝଲକ ପାଇଁ ଦର୍ଶକଙ୍କ ନିକଟରେ ଦେଖିବାକୁ ମିଳିଛି ନାହିଁ ନଥିବା ଉତ୍ସାହ । ଭୁବନେଶ୍ବର ଏୟାରପୋର୍ଟଠୁ ଆରମ୍ଭ କରି କଟକ ବାରବାଟୀରେ ସଲମାନଙ୍କ ଫ୍ୟାନ୍ ମାନଙ୍କ ଭିଡ ଜମିଥିଲା । କିନ୍ତୁ ନିଜ ଫ୍ଯାନ୍ସଙ୍କୁ ଭୁବନେଶ୍ବରରେ ଚକମା ଦେଇ ସିଧାସଳଖ ସିଲଭର ସିଟି ପହଞ୍ଚିଥିଲେ ସଲମାନ। ସକାଳ ପହରରୁ ଚାରିଆଡେ ସଲମାନଙ୍କ କ୍ରେଜ୍ ।

ଗତକାଲି ଉଦଘାଟନୀ ଉତ୍ସବରେ କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ଶାହାରୁଖ ଏବଂ ମାଧୁରୀଙ୍କ ଜଲୱା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଥିଲା ସାରା ରାଜ୍ୟ ।

Leave A Reply

Your email address will not be published.