କ୍ରୀଡା

ବେନ ଷ୍ଟୋକ୍ସଙ୍କ ଭାଇ ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲା ସାବତ ବାପା, ଖାସ୍‌ ଏଥିପାଇଁ ମାତ୍ର ୧୨ ବର୍ଷ ବୟସରେ ନ୍ୟୁଜିଲାଣ୍ଡରୁ ଇଂଲଣ୍ଡ ଆସିଥିଲେ ଏହି ଖେଳାଳି

ଦୁନିଆର ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ଜଣାଶୁଣା ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ଗ୍ରହଣ କରି ହଠାତ୍‌ ସନ୍ନ୍ୟାସ ନେଇଛନ୍ତି। ଇଂଲଣ୍ଡର ଏହି ବିସ୍ଫୋରକ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଭାରତ ବିପକ୍ଷରେ ଦିନିକିଆ ସିରିଜ ୧-୨ରେ ହାରିବା ପରେ ଦିନିକିଆ କ୍ରିକେଟକୁ ଅଲବିଦା କହିଥିଲେ। ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟ କ୍ୟାରିଅର ଲଡର୍ସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୧୯ରେ କରିଥିଲେ। ବେନ ଷ୍ଟୋକ୍ସ ୨୦୧୯ରେ ଇଂଲଣ୍ଡକୁ ପ୍ରଥମ ବିଶ୍ୱକପ୍‌ ଟ୍ରଫି ହାସଲ କରାଇଥିଲେ। କିନ୍ତୁ କ’ଣ ପାଇଁ ଖୁବଶୀଘ୍ର ଷ୍ଟୋକ୍ସ ଦିନିକିଆ କ୍ରିକେଟକୁ ଅଲବିଦା କହିଥିଲେ ? ହୁଏତ ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଥିବ। ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ବହୁତ ସମସ୍ୟା ରହିଛି।

ଷ୍ଟୋକ୍ସ ଛୋଟ ଥିବା ବେଳେ ତାଙ୍କ ବାପାମା ନ୍ୟୁଜିଲାଣ୍ଡରୁ ଇଂଲଣ୍ଡ ନେଇଆସିଥିଲେ। ବେନ ଷ୍ଟୋକ୍ସଙ୍କ ପରିବାରର ଅତୀତ ବିଷୟର ‘ ଦ ସନ୍‌’ରେ ପ୍ରକାଶିତ ହୋଇଥିଲା। ଏଥିରେ ପ୍ରକାଶିତ ହୋଇଥିବା ରିପୋର୍ଟରେ କୁହାଯାଇଥିଲା, ବେନ ଷ୍ଟୋକ୍ସଙ୍କ ପିତାଙ୍କୁ ବିବାହ କରିବା ପୂର୍ବରୁ ତାଙ୍କ ମା’ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଦୁଇଟି ପିଲା ଥିଲା। ୧୯୮୮ ରେ ସାବତ ଭାଇ ଓ ଭଉଣୀଙ୍କୁ ମା’ଙ୍କ ପୂର୍ବ ସ୍ୱାମୀ ରିଚାର୍ଡ ଡନ ହତ୍ୟା କରିଦେଇଥିଲେ। ଏହା ପରେ ହିଁ ଷ୍ଟୋକ୍ସଙ୍କ ବାପା ରଗବୀ କୋଚ ଗେରାର୍ଡ ଷ୍ଟୋକ୍ସଙ୍କୁ ବିବାହ କରିଥିଲେ।

ବେନ ଷ୍ଟୋକ୍ସଙ୍କ ବାପା ଗେରାର୍ଡ ଷ୍ଟୋକ୍ସ। ଷ୍ଟୋକ୍ସଙ୍କ ଜନ୍ମ ୧୯୯୧ରେ ହୋଇଥିଲା। ରିଚାର୍ଡ ଡନ୍‌ଙ୍କୁ ତାଙ୍କ ପତ୍ନୀ ଏବଂ ଗେରାର୍ଡ ଷ୍ଟୋକ୍ସ ବନ୍ଧୁତା ବିଷୟରେ ଖବର ମିଳିଯାଇଥିଲା। ଏହା ପରେ ତାଙ୍କ ପୁଅ ଝିଅକୁ ହତ୍ୟା କରିଥିଲେ ରିଚାର୍ଡ। ବେନ ଷ୍ଟୋକ୍ସ ୧୨ ବର୍ଷର ହୋଇଥିବା ବେଳେ ମା ବାପା ତାଙ୍କୁ ନ୍ୟୁଜିଲାଣ୍ଡରୁ ଇଂଲଣ୍ଡ ନେଇ ଚାଲିଆସିଥିଲେ। ସେଠାରେ ବେନ ଷ୍ଟୋକ୍ସଙ୍କ ବାପା ଗେରାର୍ଡ ରଗବୀ ଲିଗ୍‌ କ୍ଲବରେ ଚାକିରି ଆରମ୍ଭ କରିଥିଲେ।

ଷ୍ଟୋକ୍ସଙ୍କ ମା’ଙ୍କର ପୂର୍ବ ସ୍ୱାମୀଙ୍କ ଠାରୁ ଛାଡପତ୍ର ହୋଇଥିଲା। କିନ୍ତୁ ପତ୍ନୀ ଆଉ କାହା ସହିତ ସଂପର୍କ ରଖୁଥିବା ଜାଣିବା ପରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ରିଚାର୍ଡ ଡନ ଏପରି କରିଥିଲେ। ଡନ ଦୁଇ ପିଲାଙ୍କୁ ଗୁଳି ମାରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ।

ବେନ୍‌ ଷ୍ଟୋକ୍ସ ଏକ ବୟାନ ଜାରି କରି କହିଥିଲେ, ‘ମୁଁ ମଙ୍ଗଳବାର ଇଂଲଣ୍ଡ ପାଇଁ ନିଜର ଶେଷ ଦିନିକିଆ ମ୍ୟାଚ୍‌ ଖେଳିବି। ମୁଁ ଏହି ଫର୍ମାଟ୍‌ରୁ ସନ୍ନ୍ୟାସ ନେବାର ନିଷ୍ପତ୍ତି ନେଇଛି। ଏହା ମୋ ପାଇଁ ବହୁତ କଷ୍ଟକର ନିଷ୍ପତ୍ତି ରହିଛି। ଇଂଲଣ୍ଡ ପାଇଁ ମ୍ୟାଚ୍‌ ଖେଳି ମୁଁ ପ୍ରତ୍ୟେକ ମିନିଟ୍‌କୁ ଏନ୍‌ଜୟ କରିଛି। ଆମ ଯାତ୍ରା ବହୁତ ବଢ଼ିଆ ରହି ଆସିଛି’।

ସେ ଆହୁରି କହିଛନ୍ତି, ‘ଏ ଯାଏ ପହଞ୍ଚିବାର ନିଷ୍ପତ୍ତି ବହୁତ ମୁସ୍କିଲ ଥିଲା। କିନ୍ତୁ ମୁଁ ଏହି ଫର୍ମାଟରେ ନିଜର ୧୦୦ ପ୍ରତିଶତ ଦେଇପାରି ନାହିଁ। ଇଂଲଣ୍ଡର ଜର୍ସି ଏହାଠାରୁ ଭଲ ଡିଜର୍ଭ କରୁଛି। ଏହି ଫର୍ମାଟ ମୋ ପାଇଁ ନ ଥିଲା। ମୋ ଶରୀର ମଧ୍ୟ ସେହିଭଳି ଭାବେ ମୋ ସାଥ୍‌ ଦେଉନାହିଁ। ମୋତେ ଲାଗୁଛି, ମୁଁ ଆଉ କେଉଁ ଖେଳାଳିଙ୍କ ଜାଗା ନେଉଛି। ଏହା ଆଗକୁ ବଢ଼ିବାର ସମୟ’।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago