Categories: କ୍ରୀଡା

ବିଶ୍ୱକପ୍‌ ଆଉ ୯ ଦିନ : କୋହଲିଙ୍କ ଆଗରେ ବିରାଟ ଟେଷ୍ଟ, ବଡ଼ ଟେନସନ୍ ନମ୍ବର ଫୋର୍

ବିଶ୍ୱର ନମ୍ବର ଓ୍ୱାନ୍ କ୍ରିକେଟର ବିରାଟ କୋହଲି। ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ସଫଳତାର ଶୀର୍ଷ ଛୁଇଁଛନ୍ତି । କିନ୍ତୁ ଜଣେ ଟିମ୍ ଲିଡର ଅର୍ଥାତ କ୍ୟାପଟେନ୍ ଭାବରେ ତାଙ୍କ ପରିପକ୍ୱତାକୁ ନେଇ ପ୍ରଶ୍ନ ଉଠୁଛି। ଏବେ ରିଅଲ୍ ଟେଷ୍ଟର ସାମନା କରିବେ ବିରାଟ। ଓ୍ୱାର୍ଲଡ କପ୍ ଟିମ୍‌ର ସେ ଦଳପତି। ଟିମ୍ ଇଣ୍ଡିଆକୁ ବିଶ୍ୱ ବିଜେତା କରାଇ ପାରିଲେ ସମାଲୋଚକଙ୍କ ମୁହଁ ବନ୍ଦ ହୋଇପାରିବ। ବଡ଼ ଟୁର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖି ବହୁ ପରୀକ୍ଷା ନିରୀକ୍ଷା ପରେ ୧୫ ଜଣିଆ ଖେଳାଳିଙ୍କୁ ଇଂଲଣ୍ଡ ପଠାଉଛି ବିସିସିଆଇ। ତଥାପି ଦଳରେ କିଛି ସମସ୍ୟା ରହିଛି। ବିଶ୍ୱକପ୍‌ ଭିତରେ ସେସବୁକୁ ପାର କରିବାକୁ ହେବ। ନହେଲେ ସବୁ ଫସର ଫାଟିଯିବ।

କୋହଲିଙ୍କ ଆଗରେ ଚ୍ୟାଲେଞ୍ଜ

ଚାରି ନମ୍ବରରେ କିଏ ବ୍ୟାଟିଂ କରିବେ? ତୃତୀୟ ବୋଲର ନା ଦୁଇ ଜଣ ଅଲରାଉଣ୍ଡରଙ୍କୁ ନେଇ ମୈଦନାକୁ ଓହ୍ଲାଇବ ଟିମ୍ ଇଣ୍ଡିଆ? ଜଣେ ସ୍ପିନର ନା ଦୁଇ ଜଣ ଅଲ୍ ଟାଇମ୍ ସ୍ପିନରଙ୍କୁ ଖେଳାଇବେ କୋହଲି? ଆଇପିଏଲରେ କୁଲଦୀପ ଯାଦବଙ୍କ ପ୍ରଦର୍ଶନ ସେତେ ପ୍ରଭାବଶାଳୀ ନଥିଲା। ତେଣୁ କୁଲଦୀପ ଓ ଯୁଜବେନ୍ଦର ଚହଲ ଦୁହେଁ ପ୍ଲେଇଂ ଇଲେଭେନରେ ରହିବେ ନା କେହି ଜଣେ ଡ୍ରେସିଂ ରୁମରେ ବସିବେ? କୋହଲିଙ୍କ ଆଗରେ ଏମିତ କିଛି ଚ୍ୟାଲେଞ୍ଜ ରହିଛି।

କେତେ ଦମଦାର୍ ଟପ୍ ଅର୍ଡର ?

ଟିମ୍ ଇଣ୍ଡିଆର ଟପ୍ ଅର୍ଡର କେବେ ଫିଟ୍ ଏଣ୍ଡ ହିଟ୍ ତ ପୁଣି କେତେବେଳେ ଫ୍ଲପ୍ ସୋ। ଇଂଲଣ୍ଡ ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଏ। ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧଓ୍ୱନ ଜବରଦସ୍ତ ଆରମ୍ଭ ଦେବେ ବୋଲି ଆଶା କରାଯାଉଛି। ରୋହିତ ବଡ଼ ଶତକ ମାରିବାରେ ମାହିର। ତାଙ୍କଠାରୁ ଦଳ ଚତୁର୍ଥ ଦ୍ୱିଶତକ ଆଶା ରଖିଛି। ଶିଖର ଧଓ୍ୱନ ଫର୍ମରେ ଥିବା ସଙ୍କେତ ଦେଇଛନ୍ତି। ଆଇପିଏଲ ପ୍ରଦର୍ଶନ ଭଲ ଥିଲା। ଗତ ବିଶ୍ୱକପରେ ବି ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ୪୧୨ ରନ୍ କରିଥିଲେ। ପୁରୁଣା ରେକର୍ଡ ସେ ବଜାୟ ରଖିବେ ବୋଲି ସମସ୍ତେ ଆଶାବାଦୀ।

ଚାରି ନମ୍ବରରେ କିଏ ?

ଟପ୍ ଥ୍ରୀ ଖେଳାଳିଙ୍କ ଭଲ ବ୍ୟାଟିଂ ସତ୍ତ୍ୱେ ବି କିଛି ମ୍ୟାଚ୍ ହାରିଛି ଭାରତ। କାରଣ ଚାରି ନମ୍ବର ଫେଲ୍। ଟିମ୍ ଇଣ୍ଡିଆରେ ଦୀର୍ଘ ଦିନ ହେବ ନମ୍ବର ଫୋରକୁ ନେଇ ଟଣା ଓଟରା ଚାଲିଛି। ବହୁ ଏକ୍ସପେରିମେଣ୍ଟ ବି ହୋଇଛି। ଓ୍ୱାର୍ଲଡ୍‌ କପ ଟିମ୍ ଚୟନ ପୂର୍ବରୁ ଅମ୍ବାତି ରାଇଡୁ ଓ ୠଷଭ ପନ୍ଥଙ୍କୁ ବହୁ ସୁଯୋଗ ମିଳିଥିଲା। ସେମାନେ ଫେଲ୍ ମାରିବାରୁ ୧୫ ଜଣିଆ ଦଳରେ ସାମିଲ ହେଲେ ବରିଷ୍ଠ ଦୀନେଶ କାର୍ତ୍ତିକ। ଏବେ ଚାରି ନମ୍ବରରେ ବିଜୟ ଶଙ୍କର ନା ବ୍ରେକଅପ୍ ଓପନର ଲୋକେଶ ରାହୁଲ, କାହାକୁ ଖେଳାଇବେ କୋହଲି। ଯିଏ ବି ଖେଳିବ, ତାଙ୍କ ଉପରେ ବଡ଼ ଦାୟିତ୍ୱ ରହିବ।

ଧୋନିଙ୍କଠାରୁ ଧମାକେଦାର ଇନିଂସ ଆଶା

୨୦୧୧ରେ ୨୮ ବର୍ଷ ପରେ ଟିମ୍ ଇଣ୍ଡିଆକୁ ବିଶ୍ୱ ବିଜେତା କରାଇଥିବା କ୍ୟାପଟେନ୍ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି। ଏହା ତାଙ୍କର ଶେଷ ବିଶ୍ୱକପ୍‌ ବୋଲି କୁହାଯାଉଛି। ଏଥର ମାହିଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା କରାଯାଉଛି। ସେହିଭଳି ଓ୍ଵିକେଟ୍‌ ପଛରେ ମଧ୍ୟ ସେ ନିଜର ପୂର୍ବ ଜଲଓ୍ଵା ଦେଖାଇବେ ନିଶ୍ଚୟ । ଯଦି ଧୋନିଙ୍କର ଆଇପିଏଲ୍ ଫର୍ମ ବଜାୟ ରହିଲା, ଏହା ଟିମ୍ ଇଣ୍ଡିଆ ପାଇଁ ଭଲ ଖବର।

କେଦାର-ପାଣ୍ଡ୍ୟା ଟ୍ରମ୍ପ କାର୍ଡ

ଅଲରାଉଣ୍ଡର କେଦାର ଯାଦବ ଫିଟ୍ ହୋଇ ଟିମକୁ ଫେରିବା ଘଟଣା ଟିମ୍ ଇଣ୍ଡିଆ ପାଇଁ ଆଶ୍ୱସ୍ତି ଆଣି ଦେଇଛି। ଅର୍ଥାତ୍‌ ନମ୍ବର ଛଅ ଟେନସନ୍ ଆଉଟ୍। ସେହିପରି ଟିମ୍ ଇଣ୍ଡିଆର ଟ୍ରମ୍ପ କାର୍ଡ ହେବେ ମଲଟି ଟ୍ୟାଲେଣ୍ଟେଡ୍ ହାର୍ଦ୍ଦିକ ପାଣ୍ଡ୍ୟା। ସାତ ନମ୍ବରରେ ଖେଳିବେ। ନିଜ କ୍ରିକେଟ କ୍ୟାରିଅରର ଟପ୍ ଗିଅରରେ ଅଛନ୍ତି ପାଣ୍ଡ୍ୟା। କେବଳ ବ୍ୟାଟିଂ ନୁହେଁ, ଅଲରାଉଣ୍ଡର ଭାବରେ ବିପକ୍ଷ ଟିମ୍ ପାଇଁ ସେ ଟେନସନ୍। ବିଶେଷ କରି ଡେଥ୍ ଓଭରରେ ତାଙ୍କର ବିଶାଳକାୟ ଛକା ମାରିବାର ଦକ୍ଷତା ଯେକୌଣସି ସମୟରେ ମ୍ୟାଚ୍ ମୋଡ଼ ବଦଳାଇଦେବ।

ଆଟାକିଂ ଫାଷ୍ଟ ବୋଲିଂ

ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଓ କ୍ୟାପଟେନ୍ କୋହଲିଙ୍କ ବଡ଼ ବଳ ହେଉଛନ୍ତି ଫାଷ୍ଟ ବୋଲର। ରାଇଜିଂ ଷ୍ଟାର ଯଶପ୍ରୀତ ବୁମରାହଙ୍କ ସହ ଅନୁଭବୀ ଭୁବନେଶ୍ୱର କୁମାର ଓ ସ୍ପିଡ୍‌ଷ୍ଟର ମହମ୍ମଦ ସାମି ଅଛନ୍ତି। ଆରମ୍ଭରେ ସାମିଙ୍କ ସୁଇଂ ଓ ଡେଥ୍ ଓଭରରେ ବୁମରାହଙ୍କ ୟର୍କର, ବିପକ୍ଷ ଟିମ୍ ପାଇଁ ଖତରନାକ ହୋଇପାରେ।

୪୬ ଦିନର ବିଶ୍ୱକପ୍ ଯାତ୍ରା। ଟିମ୍ ଇଣ୍ଡିଆ ବିଶେଷ କରି ବିରାଟ କୋହଲିଙ୍କ ପାଇଁ ବଡ଼ ଟେଷ୍ଟ। ୯ଟି ଲିଗ୍ ମ୍ୟାଚରୁ ୬ଟି ଜିତିବାକୁ ପଡ଼ିବ। ଭଲ ବ୍ୟବଧାନରେ ବିଜୟୀ ହେଲେ ଯାଇ ସେମିଫାଇନାଲ୍ ଟିକେଟ ମିଳିବ। ନହେଲେ କିଛି ବି ହୋଇପାରେ। ଠିକଣା ସମୟରେ କ୍ରିକେଟକୁ କ୍ରିକେଟ ଷ୍ଟାଇଲରେ ଖେଳିବାକୁ ପଡ଼ିବ। ଆଶା କରିବା କୋହଲିଙ୍କ ଆଗ୍ରେସନ୍‌ ମୁଡ୍‌, ଧୋନି ଓ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ଅଭିଜ୍ଞତାର ଚାତୁରୀ ମିଶିଗଲେ ଟିମ୍‌ ଇଣ୍ଡିଆ ତାର କୋଟି କୋଟି ଫ୍ୟାନ୍‌ଙ୍କୁ ଭେଟି ଦେଇ ପାରିବ ତିନି ନମ୍ବର ବିଶ୍ୱ କପ୍‌ ।

ଅଜିତ କୁମାର ଦେହୁରୀ

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

13 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

26 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

27 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

10 hours ago