Categories: କ୍ରୀଡା

ତିନି ଦିନରେ ଖେଳ ଖତମ୍, ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ଟେଷ୍ଟ ବିଜୟ

ରାଜକୋଟ : ସ୍ପିନର କୁଲଦୀପ ଯାଦବ ୫ ୱିକେଟ୍ ଦଖଲ କଲେ । ଭାରତ ଟେଷ୍ଟ କ୍ରିକେଟରେ ତାର ସବୁଠାରୁ ବଡ଼ ବିଜୟ ହାସଲ କଲା । ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ପଡ଼ିଆରେ ତିନି ଦିନ ଭିତରେ ଖେଳ ସାରି ଦେଇଛି ଭାରତୀୟ ଦଳ । ଅତ୍ୟନ୍ତ ନୈରାଶ୍ୟଜନକ ଖେଳ ଦେଖାଇଥିବା ୱେଷ୍ଟଇଣ୍ଡିଜକୁ ଏକ ଇନିଂସ୍ ଓ ୨୭୨ ରନ୍ ବ୍ୟବଧାନରେ ହରାଇଛି । ଏହି ମ୍ୟାଚ୍ ଜିତି ୨ ମ୍ୟାଚ୍ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

ପ୍ରଥମ ଇନିଂସରେ ୧୮୧ ରନ୍ କରି ଫଲୋଅନ୍ ହେବା ପରେ ଇଣ୍ଡିଜ ଦଳ ଦ୍ବିତୀୟ ଇନିଂସରେ ୧୯୬ ରନ୍ କରିବାକୁ ସମର୍ଥ ହୋଇଥିଲା । କଚଲଦୀପ ୫୭ ରନରେ ୫ଟି ୱିକେଟ୍ ଦଖଲ କରିଥିଲେ । ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିର କରି ୯ ୱିକେଟରେ ୬୪୯ ରନ୍ ସଂଗ୍ରହ ପରେ ପ୍ରଥମ ପାଳିକୁ ସମାପ୍ତି ଘୋଷଣା କରିଥିଲା ।

ପ୍ରଥମ ଇନିଂସରେ ୧୮୧ ରନରେ ଅଲଆଉଟ୍ ହେବା ପରେ ଫଲୋଅନ୍ ହୋଇ ଦ୍ବିତୀୟ ଇନିଂସ ଆରମ୍ଭ କରିଥିଲା ଇଣ୍ଡିଜ ଦଳ । ୪୬୮ ରନ୍ ପଛରେ ଥିଲା । ଓପ୍ନର କିରଣ ପାୱେଲ ଆକ୍ରମଣାତ୍ମକ ଇନିଂସ୍ ଖେଳି ଠିକ୍ ଦିନିକିଆ ମ୍ୟାଚ ଭଳି ୯୩ ବଲରେ ସର୍ବାଧିକ ୮୩ ରନ୍ କରିଥିଲେ । ଏଥିରେ ଥିଲା ୮ ଚୌକା ଓ ୪ ଛକା । ସେ ୧୫୧ ପର୍ଯ୍ୟନ୍ତ ଦଳୀୟ ସ୍କୋରକୁ ଟାଣି ନେଇଥିଲେ । ତେବେ ତାଙ୍କ ବ୍ୟତୀତ ଅନ୍ୟ କେହି ଭଲ ସ୍କୋର କରି ପାରିନଥିଲେ । ୫୧ତମ ଓଭରରେ ଇଣ୍ଡିଜ୍ ଦ୍ବିତୀୟ ଇନିଂସ ଶେଷ ହୋଇଯାଇଥିଲା । ଭାରତ ପକ୍ଷରୁ ପ୍ରଥମ ଇନିଂସରେ ୪ ୱିକେଟ୍ ନେଇଥିବା ମୁଖ୍ୟ ସ୍ପିନର ଅଶ୍ବିନ୍ ୨ଟି ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୩ଟି ୱିକେଟ୍ ଦଖଲ କରିଥିଲେ । ଆଜି ୩ୟ ଦିନରେ ଭ୍ରମଣକାରୀ ଦଳ ୧୪ଟି ୱିକେଟ୍ ହରାଇଥିଲା । ପ୍ରଥମ ଇନିଂସର ୪ ଓ ଦ୍ବିତୀୟ ପାଳିର ସବୁଯାକ ୧୦ଟି ୱିକେଟ୍ ହରାଇଥିଲା । କୁଲଦୀପ ପ୍ରଥମଥର ପାଇଁ ଗୋଟିଏ ଇନିଂସରେ ୫ ୱିକେଟ୍ ଦଖଲ କରିଛନ୍ତି ।

ଗତ ଜୁନ୍ ମାସରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ଏକମାତ୍ର ଟେଷ୍ଟ ଖେଳି ଏକ ଇନିଂସ ଓ ୨୬୨ ରନରେ ବିଜୟୀ ହୋଇଥିଲା । ଏବେ ଏହି ରେକର୍ଡ଼କୁ ଭାଙ୍ଗିଛି ।

ଏବେ ବିଜୟ ପରେ ସେଲିବ୍ରେସନ୍ ପାଇଁ ଅନେକ ସମୟ ବଳିଛି ଭାରତୀୟ ଦଳ ହାତରେ । ମ୍ୟାଚକୁ ନେଇ ଭାରତର ଅନେକ କିଛି ଖୁସି ହେବାର ଅଛି । ପ୍ରଥମ ଟେଷ୍ଟ ଖେଳି ଓପ୍ନର ପୃଥ୍ବୀ ସ ଶତକ ହାସଲ କଲେ, ଅଧିନାୟକ ବିରାଟ କୋହଲି ୨୪ତମ ଟେଷ୍ଟ ଶତକ କରିଥିବା ବେଳେ ଜାଡେଜା ମଧ୍ୟ ପ୍ରଥମ ଶତକ ହାସଲ କରିଥିଲେ । ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଶହେ ଓଭର ଭିତରେ ଦୁଇ ଦୁଇଥର ଇଣ୍ଡିଜ୍ ଦଳକୁ ଅଲଆଉଟ୍ କରିବାଟା କିଛି କମ୍ ବଡ଼ ସଫଳତା ନୁହେଁ । ପୃଥ୍ବୀ ସ’ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି । ଆଜିର ବିଜୟ ଦଳଗତ ସଫଳତା ବୋଲି ଅଧିନାୟକ ବିରାଟ କୋହଲି କହିଛନ୍ତି ।

ଦ୍ବିତୀୟ ତଥା ଶେଷ ଟେଷ୍ଟ ହାଇଦ୍ରାବଦରେ ୧୨ ତାରିଖରୁ ଆରମ୍ଭ ହେବ ।

କିଛି ରେକର୍ଡ଼-

-ଭାରତର ସର୍ବବୃହତ୍ ଟେଷ୍ଟ ବିଜୟ । ଇନିଂସ୍ ଓ ୨୭୨ ରନ୍ ।

-ୱେଷ୍ଟଇଣ୍ଡିଜର ଦ୍ବିତୀୟ ସର୍ବବୃହତ୍ ପରାଜୟ । ୨୦୦୭ରେ ଲିଡ୍ସରେ ଇଂଲଣ୍ଡ ଠାରୁ ଇନିଂସ୍ ଓ ୨୮୩ ରନରେ ହାରିଥିଲେ ।

-ପଦାର୍ପଣ ମ୍ୟାଚରେ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ଜିତିବାରେ ପୃଥ୍ବୀ ସ ହେଉଛନ୍ତି ଷଷ୍ଠ ଭାରତୀୟ ଖେଳାଳି । ପୂର୍ବରୁ ପ୍ରବୀଣ ଆମ୍ରେ, ଆରପି ସିଂ, ଶିଖର ଧବନ, ରୋହିତ ଶର୍ମା, ଆର. ଅଶ୍ବିନ ଏହି ପୁରସ୍କାର ଜିତିଛନ୍ତି । ଅଶ୍ବିନ୍ ଓ ରୋହିତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏହି ସଫଳତା ଲାଗି କରିଥିଲେ ।

-୨୦୧୬ ପରେ ଭାରତ ହେଉଛି ଏକମାତ୍ର ଟିମ୍ ଯିଏକି ସର୍ବାଧିକ ୪ଥର ଫଲୋଅନ୍ ଦେଇଛି । ଇଣ୍ଡିଜକୁ ୨ ଥର ଏବଂ ଶ୍ରୀଲଙ୍କା ଓ ଆଫଗାନିସ୍ତାନକୁ ଥରେ ଲେଖାଏଁ ଫଲୋଅନ୍ ଦେଇଛି ।

-ଘରୋଇ ପଡ଼ିଆରେ ଭାରତର ଏହା ହେଉଛି ୧୦୦ତମ ଟେଷ୍ଟ ବିଜୟ । ଏହି ସଫଳତା ଲାଭ କରିବା ପରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପରେ ଭାରତ ହେଉଛି ଚତୁର୍ଥ ଦେଶ ।

-ଘରୋଇ ପଡ଼ିଆରେ ଅଧିନାୟକ ଭାବେ ବିରାଟ କୋହଲିଙ୍କର ଏହା ହେଉଛି ୧୪ତମ ବିଜୟ । ଧୋନି ସର୍ବାଧିକ ୨୧ଟି ବିଜୟ ହାସଲ କରିଛନ୍ତି । ଆଝାରୁଦ୍ଦିନ ୧୩ଟି ବିଜୟ ହାସଲ କରିଥିଲେ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago