ସାବଧାନ୍ ! : ଫିକା ହେବ ଫେଷ୍ଟିଭ୍ ସିଜନ୍, ୧୫ ଅକ୍ଟୋବରରୁ ବନ୍ଦ ହୋଇପାରେ ଆପଣଙ୍କ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ

ଫିକା ହେବ ଫେଷ୍ଟିଭ୍ ସିଜନ୍ । ୧୫ ଅକ୍ଟୋବର ପରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ ସମସ୍ତ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ । ଏହାର ପଛର କାରଣ ହେଉଛି ଆରବିଆଇର ଗୋଟିଏ ନିଷ୍ପତ୍ତି । ଯାହା ସମସ୍ତ ବ୍ୟାଙ୍କ୍ ଏବଂ କାର୍ଡ ଜାରି କରିଥିବା ବିଦେଶୀ କମ୍ପାନୀଙ୍କ ରାତିର ନିଦ ଉଡାଇଦେଇଛି । ଯଦି ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ବନ୍ଦ ହୋଇଯାଏ ତେବେ ଏହାର ସିଧା ଏବଂ ଜୋରଦାର ପ୍ରଭାବ ଫେଷ୍ଟିଭ୍ ସିଜନରେ ଦେଖିବାକୁ ମିଳିବ । କାରଣ ପୂରା ଦେଶରେ ୯୦ କୋଟିରୁ ଅଧିକ ଲୋକଙ୍କ ନିକଟରେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଅଛି ।

ଦେଶରେ ଅଧିକାଂଶ କମ୍ପାନୀ ନିଜ ଗ୍ରାହକଙ୍କୁ ମାଷ୍ଟରକାର୍ଡ କିମ୍ବା ଭିସାର ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଜାରି କରିଥାଏ । ଆରବିଆଇ ଏହି ବିଦେଶୀ ପେମେଂଟ୍ ଗେଟୱେ କମ୍ପାନୀକୁ ଦେଶରେ ନିଜ ସର୍ଭର ଲଗାଇବା ପାଇଁ ୧୫ ଅକ୍ଟୋବର ଯାଏଁ ସମୟ ଦେଇଥିଲା । ୧୫ ଅକ୍ଟୋବର ଯାଏଁ ଦେଇଥିବା ସମୟ ମଧ୍ୟରେ ଡାଟା ଷ୍ଟୋର କରିବା ପାଇଁ ସକ୍ଷମ ନୁହଁନ୍ତି ଏହି କମ୍ପାନୀ । ଶୁକ୍ରବାର ଏହି ସବୁ କମ୍ପାନୀର ପ୍ରତିନିଧି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଦେଖାକରି ଅଧିକ ସମୟ ମାଗିଥିଲେ । କମ୍ପାନୀଙ୍କ କହିବା କଥା ଡାଟା ଷ୍ଟୋର କରିବା ପାଇଁ ପ୍ରାୟ ୨ ବର୍ଷ ସମୟ ଲାଗିବ । ଏହା ସହ ଡାଟା ଷ୍ଟୋର ପରିବର୍ତ୍ତେ କେବଳ କପି ରଖିବା ପାଇଁ ଛୁଟ୍ ମଧ୍ୟ ମାଗିଛନ୍ତି କମ୍ପାନୀ । ଯଦିଓ ଅର୍ଥମନ୍ତ୍ରାଳୟ ଏହି ପ୍ରସ୍ତାବରେ ରାଜି କିନ୍ତୁ ଏହା ସପକ୍ଷରେ ନୁହେଁ ଆରବିଆଇ । ତେଣୁ ଖାଲି ହାତରେ ଫେରିଛନ୍ତି କମ୍ପାନୀ ।

ଯଦି ଆରବିଆଇ ନିଜ ନିଷ୍ପତ୍ତିରେ ଅଡି ରହିଲା ତେବେ ଫିକା ପଡିଯାଇପାରେ ଫେଷ୍ଟିଭ୍ ସିଜନ୍ । ବିମୁଦ୍ରାକରଣ ପରେ ଡିଜିଟାଲ୍ ଟ୍ରାଞ୍ଜକସନ୍ ବଢିଯାଇଛି । ଅଧିକାଂଶ ଲୋକ ଏବେ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଜରିଆରେ କିଣାକିଣି କରୁଛନ୍ତି । ତେବେ ମାଷ୍ଟରକାର୍ଡ ଏବଂ ଭିସା କାର୍ଡ ବନ୍ଦ ହୋଇଗଲେ କ୍ୟାସ୍, ୟୁପିଆଇ, ନେଟବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ୱାଲେଟ୍ ମାଧ୍ୟମରେ ଟ୍ରାଞ୍ଜାକ୍ସନ୍ ବଢିଯିବ । କିନ୍ତୁ ଏଥିରେ ସେହିମାନେ ହିଁ ଟ୍ରାଞ୍ଜାକ୍ସନ୍ କରିପାରିବେ ଯେଉଁମାନଙ୍କର ଇଣ୍ଟରନେଟ୍ କନେକ୍ସନ୍ ଥିବେ କିମ୍ବା ଏସବୁ ଆପ୍ ବ୍ୟବହାର କରିବା ଭଲ ଭାବରେ ଜାଣିଥିବେ ।

ସେହପରି ଯେଉଁମାନେ ଉପରୋକ୍ତ ଆପ୍ ବ୍ୟବହାର କରନ୍ତିନି ସେମାନେ ଏଟିଏମରୁ କ୍ୟାସ୍ ଉଠାଇପାରିବେନି । ଯାହା ଫଳରେ ଦଶହାରା ଏବଂ ଦିପାବଳୀ ସପିଂ ଅଧା ରହିଯିବ । ଆରବିଆଇର ଗୋଟିଏ ନିଷ୍ପତ୍ତି କୋଟି କୋଟି ଗ୍ରାହକଙ୍କ ଉପରେ ଭାରି ପଡିପାରେ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

3 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

5 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

6 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

7 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

8 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

8 hours ago