Below header

ସାବଧାନ୍ ! : ଫିକା ହେବ ଫେଷ୍ଟିଭ୍ ସିଜନ୍, ୧୫ ଅକ୍ଟୋବରରୁ ବନ୍ଦ ହୋଇପାରେ ଆପଣଙ୍କ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ

ଫିକା ହେବ ଫେଷ୍ଟିଭ୍ ସିଜନ୍ । ୧୫ ଅକ୍ଟୋବର ପରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ ସମସ୍ତ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ । ଏହାର ପଛର କାରଣ ହେଉଛି ଆରବିଆଇର ଗୋଟିଏ ନିଷ୍ପତ୍ତି । ଯାହା ସମସ୍ତ ବ୍ୟାଙ୍କ୍ ଏବଂ କାର୍ଡ ଜାରି କରିଥିବା ବିଦେଶୀ କମ୍ପାନୀଙ୍କ ରାତିର ନିଦ ଉଡାଇଦେଇଛି । ଯଦି ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ବନ୍ଦ ହୋଇଯାଏ ତେବେ ଏହାର ସିଧା ଏବଂ ଜୋରଦାର ପ୍ରଭାବ ଫେଷ୍ଟିଭ୍ ସିଜନରେ ଦେଖିବାକୁ ମିଳିବ । କାରଣ ପୂରା ଦେଶରେ ୯୦ କୋଟିରୁ ଅଧିକ ଲୋକଙ୍କ ନିକଟରେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଅଛି ।

RBIଦେଶରେ ଅଧିକାଂଶ କମ୍ପାନୀ ନିଜ ଗ୍ରାହକଙ୍କୁ ମାଷ୍ଟରକାର୍ଡ କିମ୍ବା ଭିସାର ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଜାରି କରିଥାଏ । ଆରବିଆଇ ଏହି ବିଦେଶୀ ପେମେଂଟ୍ ଗେଟୱେ କମ୍ପାନୀକୁ ଦେଶରେ ନିଜ ସର୍ଭର ଲଗାଇବା ପାଇଁ ୧୫ ଅକ୍ଟୋବର ଯାଏଁ ସମୟ ଦେଇଥିଲା । ୧୫ ଅକ୍ଟୋବର ଯାଏଁ ଦେଇଥିବା ସମୟ ମଧ୍ୟରେ ଡାଟା ଷ୍ଟୋର କରିବା ପାଇଁ ସକ୍ଷମ ନୁହଁନ୍ତି ଏହି କମ୍ପାନୀ । ଶୁକ୍ରବାର ଏହି ସବୁ କମ୍ପାନୀର ପ୍ରତିନିଧି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଦେଖାକରି ଅଧିକ ସମୟ ମାଗିଥିଲେ । କମ୍ପାନୀଙ୍କ କହିବା କଥା ଡାଟା ଷ୍ଟୋର କରିବା ପାଇଁ ପ୍ରାୟ ୨ ବର୍ଷ ସମୟ ଲାଗିବ । ଏହା ସହ ଡାଟା ଷ୍ଟୋର ପରିବର୍ତ୍ତେ କେବଳ କପି ରଖିବା ପାଇଁ ଛୁଟ୍ ମଧ୍ୟ ମାଗିଛନ୍ତି କମ୍ପାନୀ । ଯଦିଓ ଅର୍ଥମନ୍ତ୍ରାଳୟ ଏହି ପ୍ରସ୍ତାବରେ ରାଜି କିନ୍ତୁ ଏହା ସପକ୍ଷରେ ନୁହେଁ ଆରବିଆଇ । ତେଣୁ ଖାଲି ହାତରେ ଫେରିଛନ୍ତି କମ୍ପାନୀ ।

credit and debitଯଦି ଆରବିଆଇ ନିଜ ନିଷ୍ପତ୍ତିରେ ଅଡି ରହିଲା ତେବେ ଫିକା ପଡିଯାଇପାରେ ଫେଷ୍ଟିଭ୍ ସିଜନ୍ । ବିମୁଦ୍ରାକରଣ ପରେ ଡିଜିଟାଲ୍ ଟ୍ରାଞ୍ଜକସନ୍ ବଢିଯାଇଛି । ଅଧିକାଂଶ ଲୋକ ଏବେ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଜରିଆରେ କିଣାକିଣି କରୁଛନ୍ତି । ତେବେ ମାଷ୍ଟରକାର୍ଡ ଏବଂ ଭିସା କାର୍ଡ ବନ୍ଦ ହୋଇଗଲେ କ୍ୟାସ୍, ୟୁପିଆଇ, ନେଟବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ୱାଲେଟ୍ ମାଧ୍ୟମରେ ଟ୍ରାଞ୍ଜାକ୍ସନ୍ ବଢିଯିବ । କିନ୍ତୁ ଏଥିରେ ସେହିମାନେ ହିଁ ଟ୍ରାଞ୍ଜାକ୍ସନ୍ କରିପାରିବେ ଯେଉଁମାନଙ୍କର ଇଣ୍ଟରନେଟ୍ କନେକ୍ସନ୍ ଥିବେ କିମ୍ବା ଏସବୁ ଆପ୍ ବ୍ୟବହାର କରିବା ଭଲ ଭାବରେ ଜାଣିଥିବେ ।

ସେହପରି ଯେଉଁମାନେ ଉପରୋକ୍ତ ଆପ୍ ବ୍ୟବହାର କରନ୍ତିନି ସେମାନେ ଏଟିଏମରୁ କ୍ୟାସ୍ ଉଠାଇପାରିବେନି । ଯାହା ଫଳରେ ଦଶହାରା ଏବଂ ଦିପାବଳୀ ସପିଂ ଅଧା ରହିଯିବ । ଆରବିଆଇର ଗୋଟିଏ ନିଷ୍ପତ୍ତି କୋଟି କୋଟି ଗ୍ରାହକଙ୍କ ଉପରେ ଭାରି ପଡିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.