କ୍ରୀଡା

ଖୁବ୍‌ଶୀଘ୍ର ବିବାହ କରୁଛନ୍ତି ୟଶପ୍ରୀତ ବୁମ୍‌ରାହ, ଜାଣନ୍ତୁ କିଏ ସେହି ଲକି ଗାର୍ଲ

ଭାରତୀୟ କ୍ରିକେଟ୍‌ ଟିମ୍‌ର ଦ୍ରୁତ ବୋଲର ୟଶପ୍ରୀତ ବୁମ୍‌ରାହ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ରିପୋର୍ଟ ମୁତାବକ, ସେ ମଡେଲ ତଥା ସ୍ପୋର୍ଟସ୍‌ ଆଙ୍କର ସଞ୍ଜନା ଗଣେଶନ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି। ମାତ୍ର ଏବେ ଯାଏଁ ଉଭୟେ ଅଫିସିଆଲି ଏନେଇ କୌଣସି ସୂଚନା ଦେଇନାହାନ୍ତି। କିନ୍ତୁ ମିଳିଥିବା ସୂଚନାନୁସାରେ, ଉଭୟେ ଗୋଆରେ ବିବାହ କରିବେ। ମାର୍ଚ୍ଚ ୧୪, ୧୫ରେ ସେ ବିବାହ କରିବେ।

ନିକଟରେ ବୁମ୍‌ରାହ ବ୍ୟକ୍ତିଗତ କାରଣରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବ୍ରେକ୍‌ ମାଗିଥିଲେ। ପରେ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ଜଣାପଡ଼ିଥିଲା। ଏଥିପାଇଁ ବହୁ ଉଡ଼ା କଥା ବି ଶୁଣିବାକୁ ମିଳିଛି। କିନ୍ତୁ ଏବେ ସବୁ କିଛି ସ୍ପଷ୍ଟ ହୋଇଯାଇଛି। ଭାରତର ଏହି ଦ୍ରୁତ ବୋଲର ବିବାହ ବନ୍ଧନରେ ବାନ୍ଧି ହେବେ ଓ ସେ ଗୋଆରେ ହିଁ ସଞ୍ଜନାଙ୍କ ହାତ ଧରିବେ।

ସଞ୍ଜନା କିଏ?

୨୮ ବର୍ଷୀୟା ସଞ୍ଜନା ଗଣେଶନ୍‌ ଜଣେ କ୍ରିକେଟ୍‌ ଆଙ୍କର। ଗତ କିଛି ଦିନ ଧରି ସେ ଅନେକ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିସାରିଛନ୍ତି। ସେ ଆଇପିଏଲ୍‌ରେ ସକ୍ରିୟ ରହିବା ସହ ଷ୍ଟାର ସ୍ପୋର୍ଟସ୍‌ଙ୍କ ସହ ବି ଜଡ଼ିତ ଅଛନ୍ତି। ସଞ୍ଜନା ଆଇସିସି ଓ୍ଵାର୍ଲ୍ଡ କପ୍‌ ୨୦୧୯ ରୁ ଆରମ୍ଭ କରି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ପର୍ଯ୍ୟନ୍ତ ଅଧିକାଂଶ ଖେଳରେ ହୋଷ୍ଟ କରିସାରିଛନ୍ତି। ଏହା ବ୍ୟତୀତ ସଞ୍ଜନା କୋଲକାତା ନାଇଟ୍‌ ରାଇଡର୍ସର ଆଙ୍କର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ୨୦୧୩ ମସିହାରେ ଫେମିନା ଗର୍ଜିୟସ୍‌ ଆଓ୍ଵାର୍ଡ ଜିତିଥିଲେ।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago