ଖୁବ୍ଶୀଘ୍ର ବିବାହ କରୁଛନ୍ତି ୟଶପ୍ରୀତ ବୁମ୍ରାହ, ଜାଣନ୍ତୁ କିଏ ସେହି ଲକି ଗାର୍ଲ
ଭାରତୀୟ କ୍ରିକେଟ୍ ଟିମ୍ର ଦ୍ରୁତ ବୋଲର ୟଶପ୍ରୀତ ବୁମ୍ରାହ ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ରିପୋର୍ଟ ମୁତାବକ, ସେ ମଡେଲ ତଥା ସ୍ପୋର୍ଟସ୍ ଆଙ୍କର ସଞ୍ଜନା ଗଣେଶନ୍ଙ୍କୁ ବିବାହ କରିବାକୁ ଯାଉଛନ୍ତି। ମାତ୍ର ଏବେ ଯାଏଁ ଉଭୟେ ଅଫିସିଆଲି ଏନେଇ କୌଣସି ସୂଚନା ଦେଇନାହାନ୍ତି। କିନ୍ତୁ ମିଳିଥିବା ସୂଚନାନୁସାରେ, ଉଭୟେ ଗୋଆରେ ବିବାହ କରିବେ। ମାର୍ଚ୍ଚ ୧୪, ୧୫ରେ ସେ ବିବାହ କରିବେ।
ନିକଟରେ ବୁମ୍ରାହ ବ୍ୟକ୍ତିଗତ କାରଣରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବ୍ରେକ୍ ମାଗିଥିଲେ। ପରେ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ଜଣାପଡ଼ିଥିଲା। ଏଥିପାଇଁ ବହୁ ଉଡ଼ା କଥା ବି ଶୁଣିବାକୁ ମିଳିଛି। କିନ୍ତୁ ଏବେ ସବୁ କିଛି ସ୍ପଷ୍ଟ ହୋଇଯାଇଛି। ଭାରତର ଏହି ଦ୍ରୁତ ବୋଲର ବିବାହ ବନ୍ଧନରେ ବାନ୍ଧି ହେବେ ଓ ସେ ଗୋଆରେ ହିଁ ସଞ୍ଜନାଙ୍କ ହାତ ଧରିବେ।
Jasprit Bumrah will be marrying Sanjana Ganesan on 14-15 March in Goa 👫😍
Congratulations to both of them! ❤️ pic.twitter.com/Ah3mlgkOGI
— Sportskeeda (@Sportskeeda) March 8, 2021
ସଞ୍ଜନା କିଏ?
୨୮ ବର୍ଷୀୟା ସଞ୍ଜନା ଗଣେଶନ୍ ଜଣେ କ୍ରିକେଟ୍ ଆଙ୍କର। ଗତ କିଛି ଦିନ ଧରି ସେ ଅନେକ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିସାରିଛନ୍ତି। ସେ ଆଇପିଏଲ୍ରେ ସକ୍ରିୟ ରହିବା ସହ ଷ୍ଟାର ସ୍ପୋର୍ଟସ୍ଙ୍କ ସହ ବି ଜଡ଼ିତ ଅଛନ୍ତି। ସଞ୍ଜନା ଆଇସିସି ଓ୍ଵାର୍ଲ୍ଡ କପ୍ ୨୦୧୯ ରୁ ଆରମ୍ଭ କରି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପର୍ଯ୍ୟନ୍ତ ଅଧିକାଂଶ ଖେଳରେ ହୋଷ୍ଟ କରିସାରିଛନ୍ତି। ଏହା ବ୍ୟତୀତ ସଞ୍ଜନା କୋଲକାତା ନାଇଟ୍ ରାଇଡର୍ସର ଆଙ୍କର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ୨୦୧୩ ମସିହାରେ ଫେମିନା ଗର୍ଜିୟସ୍ ଆଓ୍ଵାର୍ଡ ଜିତିଥିଲେ।