ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ଵତ, ରାଜ୍ୟରେ ରାଜନୈତିକ ସଂକଟ

ଉତ୍ତରାଖଣ୍ଡ :  ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ଵତ ଆଜି ଇସ୍ତଫା ଦେଇଛନ୍ତି । ଫଳରେ ଉତ୍ତରାଖଣ୍ଡରେ ଦେଖାଦେଇଛି ରାଜନୈତିକ ସଂକଟ । ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ଵତ ତାଙ୍କର ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେବା ପରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଗତକାଲି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଭେଟିଥିଲେ ରାଓ୍ଵତ ।

ଉତ୍ତରାଖଣ୍ଡର ବହୁ ବିଜେପି ବିଧାୟକ ଓ ସାଂସଦ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ଵତଙ୍କ କାର୍ଯ୍ୟ ଶୈଳୀକୁ ନେଇ ଅସନ୍ତୁଷ୍ଟ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପରେ କଣ ଅସନ୍ତୋଷ ରହିଛି, ଜାଣିବାକୁ କେନ୍ଦ୍ର ବିଜେପି ଦୁଇ ଜଣ ପର୍ଯ୍ୟବେକ୍ଷକଙ୍କୁ ଉତ୍ତରାଖଣ୍ଡ ପଠାଇଥିଲା। ଦଳର ଉପସଭାପତି ରମଣ ସିଂ ଓ ସାଧାରଣ ସଂପାଦକ ଦୁଷ୍ୟନ୍ତ ସିଂ ଗୌତମଙ୍କୁ ପଠାଯାଇଥିଲା।

ସେମାନେ ବିଧାୟକମାନଙ୍କୁ ଭେଟି ଆଲୋଚନା କରିଥିଲେ । ପରେ ଜେପି ନଡ୍ଡାଙ୍କୁ ଏହାର ରିପୋର୍ଟ ଦେଇଥିଲେ । ତ୍ରିଭେନ୍ଦ୍ର ସିଂ ରାଓ୍ଵତଙ୍କ ପରେ ଏକାଧିକ ନେତା ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ଜଣାପଡ଼ିଛି। ଅନ୍ୟପଟେ ଦଳ ଉପମୁଖ୍ୟମନ୍ତ୍ରୀ ପଦବୀ ସୃଷ୍ଟି କରିପାରେ ବୋଲି ସୂଚନା ରହିଛି । ଏନଡି ତିଓ୍ଵାରୀଙ୍କୁ ଛାଡିଲେ ଉତ୍ତରାଖଣ୍ଡର ଅନ୍ୟ କୌଣସି ବିଜେପି ବା କଂଗ୍ରେସ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ପୂରା ପାଳି ପୂରଣ କରି ପାରିନାହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.