କ୍ୟାପିଟାଲ ହସ୍‌ପିଟାଲ ଡାକ୍ତରଙ୍କ ଘରୁ ଚୋରି, ଲୁଟିନେଲେ ଗହଣା, ଲାପ୍‌ଟପ୍‌ ଓ ଟଙ୍କା

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜଧାନୀରେ ପୁଣି ମାତିଲେ ଲୁଟେରା । ଏଥର ଜଣେ ଡାକ୍ତରଙ୍କ ଘରୁ ହୋଇଛି ଚୋରି । ଡାକ୍ତର ଘରେ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ କଳା କନା ବୁଲାଇଛନ୍ତି ଘରେ ।

ପୋଲିସ୍‌ ସୂଚନାନୁଯାୟୀ, କ୍ୟାପିଟାଲ ହସ୍‌ପିଟାଲର ଡାକ୍ତର ସରିତା ମଲ୍ଲିକ ଘରେ ନଥିବାର ସୁଯୋଗ ନେଇ ଗତକାଲି ରାତିରେ କେହି ଦୁର୍ବୃତ୍ତ ଘରେ ପଶି ସୁନା ଗହଣା, ଲାପ୍‌ଟପ୍‌ ଓ ଟଙ୍କା ଲୁଟି ନେଇଥିବା ଜଣାଯାଇଛି । ଏ ନେଇ ଖାରବେଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.