କ୍ରୀଡା

ଆଇପିଏଲ୍ ୨୦୨୦ : ଚେନ୍ନାଇ ସୁପର କିଙ୍ଗସକୁ ୧୬ ରନରେ ହରାଇ ବିଜୟୀ ହେଲା ରାଜସ୍ଥାନ ରୟାଲ୍‌ସ

ଶାରଜା : ଆଇପିଏଲ୍ ୨୦୨୦ରେ ଆଜି ରାଜସ୍ଥାନ ରୟାଲ୍‌ସ ଚେନ୍ନାଇ ସୁପର କିଙ୍ଗସକୁ ୧୬ ରନରେ ହରାଇ ବିଜୟୀ ହୋଇଛି । ୨୧୭ ରନର ଟାର୍ଗେଟ ନେଇ ଖେଳିଥିବା ଚେନ୍ନାଇ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ଠିକ ୨୦୦ ରନ କରି ପାରିଛି।

ଆରମ୍ଭରୁ ଜଗି ରଖି ଖେଳିଥିଲା ଚେନ୍ନାଇ ଦୁଇ ଓପନର ମୁରଲୀ ବିଜୟ ଓ ସେନ ୱାଟସନ ୫୬ ରନ ଯୋଡ଼ିଥିଲେ । ଏହାପରେ ଡ଼ୁ ପ୍ଲେସିସ ହିଁ ମଙ୍ଗ ଧରିଥିଲେ। ଦଳ ପକ୍ଷରୁ ବିଜୟ ୨୧, ୱାଟସନ ୩୩, କୁରନ ୧୭ ଓ ଯାଦବ ୨୨ ରନ କରିଥିଲେ । ରାଜସ୍ଥାନ ତରଫରୁ ତେୱଟିକ୍ ୩୭ ରନରେ ୩ ଓ୍ଵିକେଟ୍‌ ନେଇ ଚେନ୍ନାଇର ବଡ କ୍ଷତି ଘଟାଇଥିଲେ ।୧୧୪ ରନରେ ୫ ଉଇକେଟ ପଡିଯିବା ପରେ ଧୋନି ଆସିଥିଲେ। ସେ ଡ଼ୁ ପ୍ଲେସିସଙ୍କୁ ଆଟକିଙ୍ଗ ଖେଳିବାକୁ ଦେଇ ନିଜେ ଜଗି ରହିଲେ । ହେଲେ ଡ଼ୁ ପ୍ଲେସିସ ୩୭ ବଲରେ ୭୨ ରନ (୭ ଛକା ) କରି ଆଉଟ ହେବ ପରେ ଚେନ୍ନାଇର ଆଶା ମଉଳି ଯାଇଥିଲା । ଧୋନି ୧୭ ବଲରେ ୨୯ ରନ ଶେଷ ପର‌୍ୟ୍ୟନ୍ତ ଅପରାଜିତା ରହିଥିଲେ ମଧ୍ୟ ଦଳ ବିଜୟ ଠାରୁ ବହୁ ଦୂରରେ ରହିଗଲା।

ଆଜି ମଧ୍ୟ ଧୋନି ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲେ । ରାଜସ୍ଥାନ ରୟାଲ୍‌ସ ପକ୍ଷରୁ ଆଇପିଏଲ୍‌ରେ ଆଜି ଡେବ୍ୟୁ କଲେ ଯୁବ ଖେଳାଳି ଯଶସ୍ୱୀ ଜୟସ୍ୱାଲ । ହେଲେ ମାତ୍ର ୬ ରନ୍‌ରେ ଆଉଟ୍‌ ହୋଇଗଲେ । ଏହା ପରେ ସ୍ମିଥ୍‌ ଓ ସଞ୍ଜୁ ସାମସନ୍‌ ପରବର୍ତ୍ତୀ ୯ ଓଭର ଭିତରେ ଦଳୀୟ ସ୍କୋରକୁ ବୁଲେଟ୍‌ ବେଗରେ ୧୩୨ରେ ପହଞ୍ଚାଇ ଦେଇଥିଲେ । ସଞ୍ଜୁ ୩୨ ବଲ୍‌ରେ ୭୪ ରନ୍‌ କରିଥିଲେ (୧ ଚୌକା ଓ ୯ ଛକା) । ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ରନ୍‌ର ଗତି ଧିମେଇ ଯାଇଥିଲା । ସ୍ମିଥ୍‌ ବେଶ୍‌ କିଛି ସମୟ ଗଡ଼ ଜଗିଥିଲେ ମଧ୍ୟ ୧୯ତମ ଓଭର୍‌ରେ ଆଉଟ୍‌ ହୋଇ ଯାଇଥିଲେ । ସେ ୪୭ ବଲ୍‌ରେ ୬୯ ରନ୍‌ (୪ ଚୌକା, ୪ ଛକା) କରିଥିଲେ । ଶେଷ ଭାଗରେ ଆର୍ଚରଙ୍କ ଆକ୍ରମଣ ଯୋଗୁଁ ରାଜସ୍ଥାନ ୨୦୦ ରନ୍‌ ଟପି ଯାଇଥିଲା । ସେ ଅପରାଜିତ ରହି ମାତ୍ର ୮ଟି ବଲ୍‌ରେ ୨୭ ରନ୍‌ (୪ ଛକା) ୨୦ ଓଭର୍‌ରେ ୭ ଓ୍ଵିକେଟ୍‌ ହରାଇ କରିଛି ୨୧୬ ରନ୍‌ ।

ଚେନ୍ନାଇ ପକ୍ଷରୁ ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ ପୀୟୁଷ ଚାଓ୍ଵଲା ଭୀଷଣ ମାଡ଼ ଖାଇଥିଲେ । ଜାଡେଜା ୪୦ ଓ ଚାଓ୍ଵଲା ୫୫ ରନ୍‌ ଦେଇଛନ୍ତି । ତେବେ ସଫଳତମ ବୋଲର ଭାବେ ସାମ୍‌ କୁରାନ୍‌ ୩୩ ରନ୍‌ରେ ୩ଟି ଓ୍ଵିକେଟ୍‌ ଦଖଲ କରିଥିଲେ ।

KNews Bureau

Recent Posts

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

34 mins ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

1 hour ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

3 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

3 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

3 hours ago