Categories: କ୍ରୀଡା

ବାରବାଟୀ ଦିନିକିଆ ମ୍ୟାଚ୍‌ ପୂର୍ବରୁ ଓଡ଼ିଶାରେ କ୍ରିକେଟ୍‌ ଫିଭର, ଫ୍ୟାନ୍‌ଙ୍କୁ ନିରାଶ କଲେ ଖେଳାଳି, ପ୍ରାକ୍ଟିସ୍‌କୁ ଗଲେ ନାହିଁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦିନକ ପରେ ବାରବାଟୀ ଦିନିକିଆ ମ୍ୟାଚ୍‌ । ସାରା ରାଜ୍ୟ ଯେମିତି ଏବେ କ୍ରିକେଟ୍‌ ଜ୍ୱରରେ ପୀଡ଼ିତ । ମାନେ ସମସ୍ତଙ୍କୁ ଘାରିଛି କ୍ରିକେଟ୍‌ ଫିଭର । କାରଣ ଉତ୍କଣ୍ଠାର ସମୟ ପାଖେଇ ଆସୁଛି ଏବଂ ଭାରତ ଏବଂ େଓ୍ଵଷ୍ଟଇଣ୍ଡିଜ୍‌ ଖେଳାଳିମାନେ କାଲିଠାରୁ ଆସି ଭୁବନେଶ୍ୱରରେ ଡେରା ପକାଇ ସାରିଛନ୍ତି । ତେଣୁ ଉତ୍ସାହ ରହିବା ସ୍ୱାଭାବିକ । ଆଜି ଉଭୟ ଦଳ କଟକ ଯାଇ ବାରବାଟୀ ଷ୍ଟାଡିୟମ୍‌ରେ ଅଭ୍ୟାସ କରିବାର ଥିଲା । ହେଲେ କାର୍ଯ୍ୟକ୍ରମରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରାଗଲା ଏବଂ ଖେଳାଳିମାନେ ପ୍ରାକ୍ଟିସ୍‌ ପାଇଁ ଗଲେ ନାହିଁ । ଆସନ୍ତାକାଲି ସକାଳ ବେଳା ଇଣ୍ଡିଜ୍‌ ଦଳ ଏବଂ ଅପରାହ୍ନରେ ଭାରତୀୟ ଦଳ ପ୍ରାକ୍ଟିସ୍‌ ପାଇଁ ବାରବାଟୀକୁ ଯିବ ।

ଆଜି ଉଭୟ ଦଳ ଏଠାରେ ରହୁଥିବା ମେ ଫେୟାର ହୋଟେଲରେ ବିଶ୍ରାମ ନେଇଥିଲେ । ତେଣୁ ସକାଳୁ ହୋଟେଲ ନିକଟରେ କ୍ରିକେଟ୍‌ ପ୍ରେମୀଙ୍କ ପ୍ରବଳ ଭିଡ଼ ଜମିଥିଲା । ସମସ୍ତେ ଚାହୁଁଥିଲେ ଟିକେ ନିଜ ପ୍ରିୟ ଖେଳାଳିଙ୍କ ଝଲକ ଦେଖିବା ପାଇଁ । ଅବଶ୍ୟ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଥିଲା । ସେପଟେ କିନ୍ତୁ ଭାରତୀୟ ଖେଳାଳିମାନେ ହୋଟେଲ ଭିତରେ ଥିବା ଛୋଟ ପଡ଼ିଆରେ କିଛି ସମୟ ଅଭ୍ୟାସ କରିବା ସହ ବେଶ୍‌ ମସ୍ତି କରିଥିଲେ । ବିସିସିଆଇ ଗାଇଡ୍‌ ଲାଇନ୍‌ ଅନୁସାରେ ସେମାନଙ୍କ ପାଇଁ ଆଜି ଚିକେନ୍‌ ଓ ମାଛ ତରକାରୀ ହୋଇଥିଲା । ସେହିପରି ଓଡ଼ିଆ ଖାଦ୍ୟ ମଧ ପରସା ଯାଇଥିଲା ।

ଏସ୍‌ପ୍ଲାନେଡ୍‌ରେ ଇଣ୍ଡିଜ୍‌ ଖେଳାଳି

ସେପଟେ ଇଣ୍ଡିଜ୍‌ ଖେଳାଳିମାନଙ୍କ ମଧ୍ୟରୁ ଅଧିକାଂଶ ବିଶ୍ରାମ ନେଇଥିବା ବେଳେ କେତେଜଣ ଯାଇ ପହଞ୍ଚିଥିଲେ ଭୁବନେଶ୍ୱର ଏସପ୍ଲାନେଡ୍‌ ମଲଟିପ୍ଲେକ୍ସରେ । ସେହି ମଲ୍‌ରେ ସେମାନେ ବିଭିନ୍ନ ଜିନିଷ କିଣାକିଣି କରିଥିଲେ । ଏହି ସମୟରେ କ୍ରିକେଟ୍‌ ପ୍ରେମୀ ସେମାନଙ୍କ ସହ ସେଲଫି ଉଠାଇଥିଲେ ।

 

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

8 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

10 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

11 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

11 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

11 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

13 hours ago