ବାରବାଟୀ ଦିନିକିଆ ମ୍ୟାଚ୍‌ ପୂର୍ବରୁ ଓଡ଼ିଶାରେ କ୍ରିକେଟ୍‌ ଫିଭର, ଫ୍ୟାନ୍‌ଙ୍କୁ ନିରାଶ କଲେ ଖେଳାଳି, ପ୍ରାକ୍ଟିସ୍‌କୁ ଗଲେ ନାହିଁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦିନକ ପରେ ବାରବାଟୀ ଦିନିକିଆ ମ୍ୟାଚ୍‌ । ସାରା ରାଜ୍ୟ ଯେମିତି ଏବେ କ୍ରିକେଟ୍‌ ଜ୍ୱରରେ ପୀଡ଼ିତ । ମାନେ ସମସ୍ତଙ୍କୁ ଘାରିଛି କ୍ରିକେଟ୍‌ ଫିଭର । କାରଣ ଉତ୍କଣ୍ଠାର ସମୟ ପାଖେଇ ଆସୁଛି ଏବଂ ଭାରତ ଏବଂ େଓ୍ଵଷ୍ଟଇଣ୍ଡିଜ୍‌ ଖେଳାଳିମାନେ କାଲିଠାରୁ ଆସି ଭୁବନେଶ୍ୱରରେ ଡେରା ପକାଇ ସାରିଛନ୍ତି । ତେଣୁ ଉତ୍ସାହ ରହିବା ସ୍ୱାଭାବିକ । ଆଜି ଉଭୟ ଦଳ କଟକ ଯାଇ ବାରବାଟୀ ଷ୍ଟାଡିୟମ୍‌ରେ ଅଭ୍ୟାସ କରିବାର ଥିଲା । ହେଲେ କାର୍ଯ୍ୟକ୍ରମରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରାଗଲା ଏବଂ ଖେଳାଳିମାନେ ପ୍ରାକ୍ଟିସ୍‌ ପାଇଁ ଗଲେ ନାହିଁ । ଆସନ୍ତାକାଲି ସକାଳ ବେଳା ଇଣ୍ଡିଜ୍‌ ଦଳ ଏବଂ ଅପରାହ୍ନରେ ଭାରତୀୟ ଦଳ ପ୍ରାକ୍ଟିସ୍‌ ପାଇଁ ବାରବାଟୀକୁ ଯିବ ।

TEAM INDIA-2ଆଜି ଉଭୟ ଦଳ ଏଠାରେ ରହୁଥିବା ମେ ଫେୟାର ହୋଟେଲରେ ବିଶ୍ରାମ ନେଇଥିଲେ । ତେଣୁ ସକାଳୁ ହୋଟେଲ ନିକଟରେ କ୍ରିକେଟ୍‌ ପ୍ରେମୀଙ୍କ ପ୍ରବଳ ଭିଡ଼ ଜମିଥିଲା । ସମସ୍ତେ ଚାହୁଁଥିଲେ ଟିକେ ନିଜ ପ୍ରିୟ ଖେଳାଳିଙ୍କ ଝଲକ ଦେଖିବା ପାଇଁ । ଅବଶ୍ୟ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଥିଲା । ସେପଟେ କିନ୍ତୁ ଭାରତୀୟ ଖେଳାଳିମାନେ ହୋଟେଲ ଭିତରେ ଥିବା ଛୋଟ ପଡ଼ିଆରେ କିଛି ସମୟ ଅଭ୍ୟାସ କରିବା ସହ ବେଶ୍‌ ମସ୍ତି କରିଥିଲେ । ବିସିସିଆଇ ଗାଇଡ୍‌ ଲାଇନ୍‌ ଅନୁସାରେ ସେମାନଙ୍କ ପାଇଁ ଆଜି ଚିକେନ୍‌ ଓ ମାଛ ତରକାରୀ ହୋଇଥିଲା । ସେହିପରି ଓଡ଼ିଆ ଖାଦ୍ୟ ମଧ ପରସା ଯାଇଥିଲା ।

ଏସ୍‌ପ୍ଲାନେଡ୍‌ରେ ଇଣ୍ଡିଜ୍‌ ଖେଳାଳି

indies

ସେପଟେ ଇଣ୍ଡିଜ୍‌ ଖେଳାଳିମାନଙ୍କ ମଧ୍ୟରୁ ଅଧିକାଂଶ ବିଶ୍ରାମ ନେଇଥିବା ବେଳେ କେତେଜଣ ଯାଇ ପହଞ୍ଚିଥିଲେ ଭୁବନେଶ୍ୱର ଏସପ୍ଲାନେଡ୍‌ ମଲଟିପ୍ଲେକ୍ସରେ । ସେହି ମଲ୍‌ରେ ସେମାନେ ବିଭିନ୍ନ ଜିନିଷ କିଣାକିଣି କରିଥିଲେ । ଏହି ସମୟରେ କ୍ରିକେଟ୍‌ ପ୍ରେମୀ ସେମାନଙ୍କ ସହ ସେଲଫି ଉଠାଇଥିଲେ ।


 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.