କ୍ରୀଡା

ନୂଆ ଜର୍ସିରେ ନଜର ଆସିବେ କ୍ରିଷ୍ଟିଆନୋ ରୋନାଲ୍ଡୋ, ସାଉଦି ଆରବର ଫୁଟବଲ କ୍ଲବ ଅଲ ନାସର ସହିତ ୧୭୦୦ କୋଟିର ଡିଲ୍‌

ପର୍ତ୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ୟୁରୋପ ଛାଡି ସାଉଦି ଆରବର ଲୋକପ୍ରିୟ ଫୁଟବଲ କ୍ଲବ ଅଲ ନାସର ଜର୍ସିରେ ନଜର ଆସିବେ । ମାଞ୍ଚେଷ୍ଟର ୟୁନାଇଟେଡ ସହିତ ଚୁକ୍ତି ସାରିବା ପରେ ରୋନାଲ୍ଡୋ ସାଉଦି ଆରବର ପ୍ରସିଦ୍ଧ ଫୁଟବଲ କ୍ଲବ ସହିତ ଡିଲ୍‌ ଫାଇନାଲ କରିଛନ୍ତି। ଏହି ଡିଲ୍‌ ୧୭୦୦ କୋଟି ଟଙ୍କାରେ ଫାଇନାଲ ହୋଇଥିବା ଖବର ମିଳିଛି ।

ରୋନାଲ୍ଡୋ ଅଲ ନାସର ସହିତ ଚୁକ୍ତି କରିବା ପରେ ରାତିରେ ଏକ ଫଟୋ ପୋଷ୍ଟ କରିଥିଲେ । ଏଥିରେ ରୋନାଲ୍ଡୋ ନୂଆ ଜର୍ସି ସହିତ ନଜର ଆସିଛନ୍ତି । ରୋନାଲ୍ଡୋ ଅଲ ନାସର ସହ ଅଢ଼େଇ ବର୍ଷ ଅର୍ଥାତ ଜୁନ୍ ୨୦୨୫ ଯାଏ ସେ ଚୁକ୍ତି କରିଛନ୍ତି। ଏଥିପାଇଁ ତାଙ୍କୁ ବର୍ଷକୁ ପ୍ରାୟ ୭୫ ମିଲିୟନ ଡଲାର ବା ୧୮ଶହ କୋଟି ଟଙ୍କା ମିଳିବ। ଏହି ରେକର୍ଡ ଡିଲ୍ ସହ ରୋନାଲ୍ଡ ଏବେ ବିଶ୍ୱର ସବୁଠାରୁ ଦାମୀ ଫୁଟବଲର ପାଲଟି ଯାଇଛନ୍ତି। ତାଙ୍କ ତୁଳନାରେ ଆଜେଣ୍ଟିନାର ଅଧିନାୟକ ଲିଓନେଲ ମେସି ବାର୍ଷିକ କେବଳ ୩୫୦ କୋଟି ଟଙ୍କା ଆୟ କରୁଛନ୍ତି।

ତେବେ ଅଲ ନାସରରେ ଯୋଗ ଦେବା ପରେ ରୋନାଲ୍ଡୋ କହିଛନ୍ତି, ‘ଏକ ଅଲଗା ଦେଶରେ ଏକ ନୂଆ ଫୁଟବଲ ଟିମ ସହିତ ଖେଳିବାକୁ ମୋର କେବେ ଠାରୁ ଇଚ୍ଛା ରହିଥିଲା। ଯାହା ଏବେ ପୂରଣ ହୋଇଛି। ଏହା ମୋତେ ପ୍ରେରଣା ଯୋଗୁଁ ନୂଆ ସାଥିମାନଙ୍କ ସହିତ ଖେଳିବାକୁ ନେଇ ବହୁତ ଖୁସି ରହିଛି। ସମସ୍ତେ ମିଶି କରି ଟିମ୍‌ ପାଇଁ ବଡ ସଫଳତା ଆଣିପାରିବେ ।’

ରୋନାଲ୍ଡୋ ମାଞ୍ଚେଷ୍ଟର ୟୁନାଇଟେଡ ପାଇଁ ୩ଟି ପ୍ରିମିୟର ଲିଗ ଟାଇଟଲ ଜିତିଛନ୍ତି। ଏଥିସହ ଚାମ୍ପିୟନ୍ସ ଲିଗ, ଏଫଏ କପ ଓ ୨ଟି ଲିଗ୍ କପ ମଧ୍ୟ ଦଳ ପାଇଁ ସେ ଜିତିଥିଲେ। ଏହାପରେ ସେ କ୍ଲବ ଛାଡ଼ି ଜୁଭେନଟ୍ସ ସହ ଯୋଗଦେଇଥିଲେ। ତା’ ପରେ ରୋନାଲ୍ଡୋ ପୁଣି ମାଞ୍ଚେଷ୍ଟର ୟୁନାଇଟେଡକୁ ୨୦୨୧ରେ ଫେରିଥିଲେ। ତେବେ ଦଳର କୋଚ୍ ଓ ମ୍ୟାନେଜର ଏରିକ ଟେନ ହାଗଙ୍କ ସହ ତାଙ୍କର ତିକ୍ତତା ସୃଷ୍ଟି ହୋଇଥିଲା। ଶେଷରେ ୨୦୨୨ କତାର ବିଶ୍ୱକପ ପୂର୍ବରେ ସେ ଇରିକଙ୍କୁ ଗଣମାଧ୍ୟମରେ ଟାର୍ଗେଟ କରିଥିଲେ। ରୋନାଲ୍ଡୋଙ୍କ ଏପରି ପଦକ୍ଷେପ ପରେ କ୍ଲକ ତାଙ୍କ ସହ କରିଥିବା ଚୁକ୍ତିକୁ ବାତିଲ କରିଥିଲା।

Swagatika

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

36 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

42 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago