କ୍ରୀଡା

କ୍ରିକେଟ ଖେଳ ସାଙ୍ଗକୁ ସାଂସ୍କୃତି କାର୍ଯ୍ଯକ୍ରମରେ ଝୁମିଲେ ଦର୍ଶକେ : ଡ଼େଲାଙ୍ଗ ବ୍ଳକର ସାଉରିଆ ପଂଚାୟତରେ ଜମିଲା ଫଟାପଟ କ୍ରିକେଟ୍ ମ୍ଯାଚ୍

ପିପିଲି: କ୍ରିକେଟ ଖେଳ ସାଙ୍ଗକୁ ସାଂସ୍କୃତି କାର୍ଯ୍ଯକ୍ରମର ମଜ୍ଜା । କିଏ ବା କରିବ ହାତଛଡ଼ା । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକର ସାଉରିଆ ପଂଚାୟତ । ଏହି ପଂଚାୟତରେ ସ୍ୱାଧିନ ଚାରିଟେବୁଲ ଟ୍ରଷ୍ଟ ସଂସ୍ଥାନ ପକ୍ଷରୁ ଆୟୋଜିତ ହୋଇଥିଲା ଫଟାପଟ କ୍ରିକେଟ୍ । ଯେଉଁଥିରେ ଯୋଗ ଦେଇଥିଲେ ରାଜ୍ଯର ବିଭିନ୍ନ ସ୍ଥାନରୁ ୭ଟି ଦଳ । ଦଳ ଗୁଡିକ ମଧ୍ଯରେ ଆରମ୍ଭ ହୋଇଥିଲା କଡ଼ା ଟକ୍କର । ଫାଇନାଲ ମ୍ଯାଚ କାକା ଇଲଭେନ ଏବଂ ଶେୟାଂଶ କ୍ଳବ ମଧ୍ଯରେ ଅନୁଷ୍ଠିତ ହୋଇଥିଲା । ରୋମାଂଚକ ଏହି ମ୍ଯାଚରେ ଶେଷ ବଲରେ କାକା ଇଲେଭେନକୁ ପରାଜୟ ବରଣ କରିବାକୁ ପଡ଼ିିଥିଲା । ଉଦ୍‌ଯାପନୀ ଉତ୍ସବରେ ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଡ଼ି ଜାଫର ଅଲ୍ଲୀ ଯୋଗ ଦେଇଥିଲେ । କ୍ରିକେଟକୁ ଆଗକୁ ନେବା ପାଇଁ ଏଭଳି ଏକ ଆୟୋଜନ ବେଶ ଉଚ୍ଚକୋଟୀର ବୋଲି ସେ କହିଥିଲେ ।

ଖାଲି ସେତିକି  ନୁହେଁ ଖେଳ ଶେଷ ହେବା ପରେ ଆରମ୍ଭ ହୋଇଥିଲା ମନୋରଞ୍ଜନ କାର୍ଯ୍ଯକ୍ରମ । ଅତିିଥି ଏବଂ ଖେଳାଳୀଙ୍କ ସାମନାରେ ଆରମ୍ଭ ହୋଇଥିଲା ପ୍ରଥମେ ସଙ୍ଗୀତ ଭିତିକ କାର୍ଯ୍ଯକ୍ରମ । ଯୁବପିଢିଙ୍କ ମନରେ ଛାଇଯାଇଥିଲେ ଓଡ଼ିଆ ଆଲବମ ସଙ୍ଗୀତ ବାଜିଗର କଣ୍ଠ ଶିଳ୍ପୀ ଅବିନାଶ ଧିନ୍ଦାଙ୍କ ସଙ୍ଗୀତରେ ଝୁମିଥିଲେ ଦର୍ଶକ ।

ଏହା ପରେ ଆରମ୍ଭ ହୋଇଥିଲା ମେଣ୍ଢା ଲଢେଇ କାଯ୍ଯକ୍ରମ । ଶେଷରେ ଖୋର୍ଦ୍ଧା ଗଡ଼ର ପାଇକ ଆଖଡ଼ା । କଳାକାରମାନେ ବେଶ ଚମତ୍କାର ଭାବରେ ତାଙ୍କର କ୍ରୀଡ଼ା ନୈପୂଣ୍ଯ ଦେଖାଇଥିଲେ । ହାତରେ ତରବାରୀ ସାଙ୍ଗକୁ ନିଆଁରେ ଷ୍ଟଣ୍ଟ ଶୋ ପରିବେଷଣ କରିଥିଲେ । ତେବେ ଶେଷରେ ଅତିଥିମାନେ ବିଜୟୀ ଏବଂ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ଏଭଳି  ଗ୍ରାମାଂଚଳରେ ଏକ ଫଟାଫଟ କ୍ରିକେଟ ମ୍ଯାଚ୍ ସାଙ୍ଗକୁ ସାଂସ୍କୃତିକ କାଯ୍ଯକ୍ରମ, କ୍ରିିଡ଼ାର ବିକାଶ ପାଇଁ ନିଶ୍ଚିତ ଭାବରେ ସହାୟକ ହେବ ।

 

Sonalisa

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

23 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

42 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

50 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago