କ୍ରିକେଟ ଖେଳ ସାଙ୍ଗକୁ ସାଂସ୍କୃତି କାର୍ଯ୍ଯକ୍ରମରେ ଝୁମିଲେ ଦର୍ଶକେ : ଡ଼େଲାଙ୍ଗ ବ୍ଳକର ସାଉରିଆ ପଂଚାୟତରେ ଜମିଲା ଫଟାପଟ କ୍ରିକେଟ୍ ମ୍ଯାଚ୍

ପିପିଲି: କ୍ରିକେଟ ଖେଳ ସାଙ୍ଗକୁ ସାଂସ୍କୃତି କାର୍ଯ୍ଯକ୍ରମର ମଜ୍ଜା । କିଏ ବା କରିବ ହାତଛଡ଼ା । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକର ସାଉରିଆ ପଂଚାୟତ । ଏହି ପଂଚାୟତରେ ସ୍ୱାଧିନ ଚାରିଟେବୁଲ ଟ୍ରଷ୍ଟ ସଂସ୍ଥାନ ପକ୍ଷରୁ ଆୟୋଜିତ ହୋଇଥିଲା ଫଟାପଟ କ୍ରିକେଟ୍ । ଯେଉଁଥିରେ ଯୋଗ ଦେଇଥିଲେ ରାଜ୍ଯର ବିଭିନ୍ନ ସ୍ଥାନରୁ ୭ଟି ଦଳ । ଦଳ ଗୁଡିକ ମଧ୍ଯରେ ଆରମ୍ଭ ହୋଇଥିଲା କଡ଼ା ଟକ୍କର । ଫାଇନାଲ ମ୍ଯାଚ କାକା ଇଲଭେନ ଏବଂ ଶେୟାଂଶ କ୍ଳବ ମଧ୍ଯରେ ଅନୁଷ୍ଠିତ ହୋଇଥିଲା । ରୋମାଂଚକ ଏହି ମ୍ଯାଚରେ ଶେଷ ବଲରେ କାକା ଇଲେଭେନକୁ ପରାଜୟ ବରଣ କରିବାକୁ ପଡ଼ିିଥିଲା । ଉଦ୍‌ଯାପନୀ ଉତ୍ସବରେ ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଡ଼ି ଜାଫର ଅଲ୍ଲୀ ଯୋଗ ଦେଇଥିଲେ । କ୍ରିକେଟକୁ ଆଗକୁ ନେବା ପାଇଁ ଏଭଳି ଏକ ଆୟୋଜନ ବେଶ ଉଚ୍ଚକୋଟୀର ବୋଲି ସେ କହିଥିଲେ ।

cricket matchଖାଲି ସେତିକି  ନୁହେଁ ଖେଳ ଶେଷ ହେବା ପରେ ଆରମ୍ଭ ହୋଇଥିଲା ମନୋରଞ୍ଜନ କାର୍ଯ୍ଯକ୍ରମ । ଅତିିଥି ଏବଂ ଖେଳାଳୀଙ୍କ ସାମନାରେ ଆରମ୍ଭ ହୋଇଥିଲା ପ୍ରଥମେ ସଙ୍ଗୀତ ଭିତିକ କାର୍ଯ୍ଯକ୍ରମ । ଯୁବପିଢିଙ୍କ ମନରେ ଛାଇଯାଇଥିଲେ ଓଡ଼ିଆ ଆଲବମ ସଙ୍ଗୀତ ବାଜିଗର କଣ୍ଠ ଶିଳ୍ପୀ ଅବିନାଶ ଧିନ୍ଦାଙ୍କ ସଙ୍ଗୀତରେ ଝୁମିଥିଲେ ଦର୍ଶକ ।

mendhaଏହା ପରେ ଆରମ୍ଭ ହୋଇଥିଲା ମେଣ୍ଢା ଲଢେଇ କାଯ୍ଯକ୍ରମ । ଶେଷରେ ଖୋର୍ଦ୍ଧା ଗଡ଼ର ପାଇକ ଆଖଡ଼ା । କଳାକାରମାନେ ବେଶ ଚମତ୍କାର ଭାବରେ ତାଙ୍କର କ୍ରୀଡ଼ା ନୈପୂଣ୍ଯ ଦେଖାଇଥିଲେ । ହାତରେ ତରବାରୀ ସାଙ୍ଗକୁ ନିଆଁରେ ଷ୍ଟଣ୍ଟ ଶୋ ପରିବେଷଣ କରିଥିଲେ । ତେବେ ଶେଷରେ ଅତିଥିମାନେ ବିଜୟୀ ଏବଂ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ଏଭଳି  ଗ୍ରାମାଂଚଳରେ ଏକ ଫଟାଫଟ କ୍ରିକେଟ ମ୍ଯାଚ୍ ସାଙ୍ଗକୁ ସାଂସ୍କୃତିକ କାଯ୍ଯକ୍ରମ, କ୍ରିିଡ଼ାର ବିକାଶ ପାଇଁ ନିଶ୍ଚିତ ଭାବରେ ସହାୟକ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.