ଚର୍ଚ୍ଚାରେ ପ୍ରିୟଙ୍କା ଚୋପ୍ରାଙ୍କ ବେଲୁନ୍ ଡ୍ରେସ୍, ସୋସିଆଲ ମିଡିଆରେ ମିମ୍ସ ଭାଇରାଲ ହେବା ପରେ ଏମିତି ଧନ୍ୟବାଦ ଦେଲେ ପିସି
ବଲିଉଡ୍ ଓ ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ପୋଷାକ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଅନେକ ଥର ପ୍ରିୟଙ୍କା ନିଜ ଡ୍ରେସ୍ ଯୋଗୁ ଟ୍ରୋଲ ବି ହେଉଥିବା ବେଳେ ବହୁତ ଥର ପ୍ରଶଂସା ମଧ୍ୟ ପାଇଛନ୍ତି। ନିକଟରେ ପ୍ରିୟଙ୍କା ପୁଣିଥରେ ଏକ ସେଭଳି ଡ୍ରେସ୍ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରିୟଙ୍କାଙ୍କର ଏହି ଅଦ୍ଭୁତ ଡ୍ରେସ୍ ଉପରେ ଫ୍ୟାନ୍ମାନେ ମଜାଳିଆ ରିଆକ୍ସନ୍ ଦେଇଛନ୍ତି। ପ୍ରିୟଙ୍କାଙ୍କ ଡ୍ରେସ୍କୁ ନେଇ ମାତ୍ର କିଛି ସମୟ ମଧ୍ୟରେ ମିମ୍ସ ବନିଯାଇଛି, ଯାହାକୁ ନେଇ ନିଜେ ପ୍ରିୟଙ୍କା ବି ରିଆକ୍ସନ୍ ଦେଇଛନ୍ତି।
Too funny… Thanks for making my day guys ! @LUXURYLAW #halpernstudio pic.twitter.com/TpEJIUocSJ
— PRIYANKA (@priyankachopra) February 23, 2021
ପ୍ରିୟଙ୍କା ଟ୍ଵିଟ୍ କରି ଲେଖିଛନ୍ତି- ‘ବହୁତ ମଜାଦାର, ଥ୍ୟାଙ୍କସ୍ ମୋ ଦିନ ବନାଇବା ପାଇଁ’।
— PRIYANKA (@priyankachopra) February 23, 2021
ପ୍ରିୟଙ୍କା ବେଲୁନ୍ ଡ୍ରେସ୍ ପିନ୍ଧିଥିବା ଫଟୋ ସେୟାର କରିଥିଲେ। ଏହି ଫଟୋ ଭାଇରାଲ ହେବା ପରେ ଲୋକମାନେ ଏହାକୁ ନେଇ ମଜାଳିଆ ମିମ୍ସ ତିଆରି କରିବା ସହ ସୋସିଆଲ ମିଡିଆରେ ପ୍ରବଳ ସେୟାର କରିଛନ୍ତି। ଗୋଟିଏ ମିମ୍ସରେ ତାଙ୍କୁ ପୋକେମନ୍ ସହ ତୁଳନା କରି ପ୍ରିୟଙ୍କାମନ୍ ନାଁ ଦିଆଯାଇଛି। ସେହିପରି ଆଉ ଗୋଟିଏରେ ତାଙ୍କ ଡ୍ରେସ୍କୁ ପନୀର ଜମା ହେଉଥିବା ପୁଟୁଳି ବୋଲି କୁହାଯାଇଛି। ଆଉ ଜଣେ ୟୁଜର ପ୍ରିୟଙ୍କାଙ୍କ ଡ୍ରେସ୍କୁ ବଲ୍ ଭାବେ ବିରାଟ କୋହଲିଙ୍କ କ୍ୟାଚ୍ରେ ପରିବର୍ତ୍ତିତ କରିଦେଇଛନ୍ତି। ପ୍ରିୟଙ୍କାଙ୍କ ଡ୍ରେସ୍କୁ ନେଇ ଅନେକ ପ୍ରକାରର ମିମ୍ସ ସାମ୍ନାକୁ ଆସିଛି। ସେଥିମଧ୍ୟରୁ କିଛିକୁ ପ୍ରିୟଙ୍କା ନିଜେ ନିଜ ଟ୍ଵିଟରରେ ସେୟାର କରିଛନ୍ତି ଓ ଧନ୍ୟବାଦ ଜଣାଇଛନ୍ତି।
— PRIYANKA (@priyankachopra) February 23, 2021