ବ୍ଳଡ୍‌ସୁଗାର କଣ୍ଟ୍ରୋଲ ହେଉନଥିଲେ ଖାଆନ୍ତୁ ଲେମ୍ବୁ ଆଚାର, ମିଳିବ ଅନେକ ଫାଇଦା

ଡାଇବେଟିସ୍‌ ରୋଗୀଙ୍କୁ ନିଜ ପାଚନ କ୍ରିୟା ଓ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ। ଏହି ରୋଗୀଙ୍କ ଶରୀରରେ କମ୍‌ ପରିମାଣରେ ଇନ୍‌ସୁଲିନ୍‌ ହରମୋନ୍‌ କ୍ଷରଣ ହୋଇଥାଏ। ଏଣୁ ସେମାନଙ୍କୁ ଏସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଡାକ୍ତରମାନେ ଲେମ୍ବୁ ଆଚାର ଖାଇବାକୁ ପରାମର୍ଶ ଦେଇଥାନ୍ତି।

ଡାଇବେଟିସ୍‌ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଅନ୍ୟ ଲୋକଙ୍କ ତୁଳନାରେ କମ୍‌ ରହିଥାଏ। ଏଭଳି ସ୍ଥିତିରେ ଲେମ୍ବୁ ଆଚାର ଖାଇବା ସେମାନଙ୍କ ପାଇଁ ଲାଭଦାୟକ ହୋଇଥାଏ। ଲେମ୍ବୁ ଆଚାରରେ ଭିଟାମିନ୍‌ ସି ରହିଥାଏ, ଯାହା ରୋଗୀଙ୍କ ଶରୀରରେ ଇନ୍‌ଫେକସନ୍‌କୁ କମ୍‌ କରିଥାଏ। ଲେମ୍ବୁରେ ଥିବା ମିନେରାଲ୍ସ ଯୋଗୁ ବାରମ୍ବାର ପାଣିର ଆବଶ୍ୟକତା ପଡ଼ିନଥାଏ ଓ ଶରୀରରେ ଏନର୍ଜି ସନ୍ତୁଳିତ ରହିଥାଏ।

ଲେମ୍ବୁ ଆଚାର ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ। ଫଳରେ ବ୍ଲଡ୍‌ ସୁଗାର ଲେବଲ ନିୟନ୍ତ୍ରିତ ରହେ। କେବଳ ଏତିକି ନୁହେଁ, ଲେମ୍ବୁ ଆଚାର ଖାଇବା ଦ୍ୱାରା ଓଜନ ବି କମେ। କିଡନୀ ଷ୍ଟୋନ ସମସ୍ୟାକୁ ଦୂର କରିବାରେ ମଧ୍ୟ ଲେମ୍ବୁ ଆଚାର ସାହାଯ୍ୟ କରେ। ଏଣୁ ଡାକ୍ତର ଭୋଜନରେ ଟିକେ ଲେମ୍ବୁ ଆଚାର ଖାଇବାକୁ ପରାମର୍ଶ ଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.