Photo credit: Hari Bhoomi
ଭାରତୀୟ ଟିମର ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂଙ୍କ ମା’ଙ୍କୁ ଧମକ ଦେଇ ୪୦ ଲକ୍ଷ ଟଙ୍କା ମାଗିଥିବା ମହିଳାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ମିଛ କେସରେ ଫସାଇବାର ଧମକ ଦେଇ ମହିଳା ଜଣକ ଶବନମ ସିଂଙ୍କୁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ସହ ପୋଲିସ ତାଙ୍କୁ ଗିରଫ କରିଛି ।
ଅଭିଯୁକ୍ତ ମହିଳା ଜଣକ ହେମା କୌଶିକ ଓରଫ ଡିମ୍ପି ବୋଲି ଜଣାଯାଇଛି। ଯୁବରାଜଙ୍କ ସାନ ଭାଇ ଜୋରାବର ସିଂ ମାନସିକ ଅବସାଦରେ ଆକ୍ରାନ୍ତ ଥିବାରୁ ତାଙ୍କ ଯତ୍ନ ନେବାକୁ ଡିମ୍ପିଙ୍କୁ ତାଙ୍କ ଘରେ ନିଯୁକ୍ତି ମିଳିଥିଲା। ମାତ୍ର ତାଙ୍କ ବ୍ୟବହାର ଠିକ୍ ନ ଲାଗିବାରୁ ପ୍ରାୟ ୨୦ ଦିନ ପରେ ଶବନମ ତାଙ୍କୁ ଚାକିରିରୁ ବାହାର କରି ଦେଇଥିଲେ।
ଏହାପରେ ଡିମ୍ପି ଶବନମଙ୍କ ନିକଟକୁ ଫୋନ୍ କରି ୪୦ ଲକ୍ଷ ଟଙ୍କା ନ ଦେଲେ ତାଙ୍କ ପରିବାର ଉପରେ ମିଥ୍ୟା ଆରୋପ ଲଗାଇ ଥାନାରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ। ମାତ୍ର ଏତେ ଟଙ୍କା ସଙ୍ଗେ ସଙ୍ଗେ ଯୋଗାଡ଼ କରିବା ସମ୍ଭବପର ନୁହେଁ କହି ପ୍ରଥମେ ୫ ଲକ୍ଷ ଦେବାକୁ ରାଜି ହୋଇଥିଲେ ଶବନମ ।
ଏହାପରେ ୫ ଲକ୍ଷ ଟଙ୍କା ନେବାକୁ ଡିମ୍ପି ଶବନମଙ୍କ ଘରକୁ ଆସିଥିବା ବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ପୋଲିସ ତାଙ୍କୁ ଟଙ୍କା ସହ ମାଡ଼ି ବସିଲା। ମହିଳାଙ୍କୁ ପୋଲିସ ଗିରଫ କରିବା ସହିତ ଟଙ୍କା ମଧ୍ୟ ଫେରିପାଇଛି । ମହିଳା ଜଣକ ଯୁବରାଜଙ୍କ ମା’ଙ୍କୁ ୪୦ ଲକ୍ଷ ଟଙ୍କା ମାଗିଥିଲେ । ମହିଳା ଜଣକ କାମ ଠକୁଥିଲେ ଏବଂ ତାଙ୍କ ବ୍ୟବହାର ଠିକ୍ ନଥିଲା ବୋଲି ତାଙ୍କୁ କାମରୁ ବାହାର କରିଦିଆଯାଇଥିଲା ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…